ବୈଶାଖ ଅମାବାସ୍ୟାରେ କରନ୍ତୁ ଏହି ସବୁ କାମ, ମିଳିବ କୋଟି ପୁର୍ଣ୍ଣ୍ୟ ଫଳ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବୈଶାଖ ମାସକୁ ବର୍ଷର ପ୍ରଥମ ମାସ ଭାବରେ ଧରାଯାଏ । ଏହି ମାସ ଗଙ୍ଗା ଉପାସନା, ବରୁଥିନି ଏକାଦଶୀ, ମୋହିନୀ ଏକାଦଶୀ, ଅକ୍ଷୟ ତୃତୀୟା, ବୈଶାଖ ପୂର୍ଣ୍ଣିମା ଭଳି ମହତ୍ତ୍ୱପୂର୍ଣ୍ଣ ପର୍ବପର୍ବାଣୀ ତଥା ବ୍ରତ ଆଦି ପାଳନ କରାଯାଇଥାଏ । ବିଭିନ୍ନ ପୂରାଣ ଶାସ୍ତ୍ରରେ ବି ଏହି ମାସର ଅନେକ ବର୍ଣ୍ଣନା ରହିଛି । ତେବେ ଆସନ୍ତୁ ଜାଣିବା ଏପରି ଏକ ପବିତ୍ର ମାସରେ କେଉଁ କେଉଁ କାର୍ଯ୍ୟ କଲେ ପୁର୍ଣ୍ଣ୍ୟ ମିଳିବା ସହ ଜୀବନ ମଧ୍ୟ ସୁଗମ ହୋଇପାରିବ ।

ମହତ୍ତ୍ୱ:

ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସର ଆରମ୍ଭ ତ୍ରେତୟା ଯୁଗରୁ ହୋଇଥିଲା । ଏହି କାରଣରୁ ଧାର୍ମିକ ମହତ୍ୱ ରହିଛି । ଏମିତିବି ଏହି ମାସକୁ ମାଧବ ବା ବିଷ୍ଣୁଙ୍କ ମାସ ଭାବରେ ବି ଧରାଯାଏ । ତେଣୁ ଏହି ମାସରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ନେଇ ବିଧି ରହିଛି ।

amabashya

ଏହି ଅମାବାଶ୍ୟରେ କଣ କରିବେ କଣ ନ କରିବେ:

୧. ଧର୍ମ – କର୍ମ, ସ୍ନାନ- ଦାନ ସମେତ ପିତୃ ପୁରୁଷଙ୍କୁ ତର୍ପଣ ଦେବା ପାଇଁ ଅମାବାସ୍ୟାକୁ ଶୁଭ ଧରାଯାଇଥାଏ । ଏମିତିକି କାଳ ସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଦିନ ଅନେକ ଜ୍ୟୋତିଷ ପୂଜା ବିଧି ବି କରାଯାଏ । ଏହି ଉପବାସ କରିବା ସହ ଗରିବ ବ୍ୟକ୍ତିଙ୍କୁ ଦାନ ଦକ୍ଷିଣା ଦେଲେ ପୁର୍ଣ୍ଣ୍ୟ ମିଳିଥାଏ ।

୨. ଅମାବାସ୍ୟା ଦିନ ଅଶ୍ବସ୍ତ ଗଛ ମୂଳରେ ଜଳ ଦେଇ ସନ୍ଧ୍ୟା ସମୟରେ ଦୀପ ଦେଲେ ଶୁଭ ଫଳ ମିଳେ । ଏହି ଦିନ ନଦୀ, ଜଳାଶୟ, କୁଣ୍ଡ ଆଦିରେ ସ୍ନାନ କରନ୍ତୁ , ସୂର୍ଯ୍ୟ ଦେବକୁ ଅର୍ଘ୍ୟ ଦେଇ ଜଳରେ ରାଶି ବୁହାନ୍ତୁ ।

୩ . ଦକ୍ଷିଣ ଭାରତରେ ବୈଶାଖ ଅମାବାସ୍ୟାକୁ ଶନି ଦେବଙ୍କ ଜୟନ୍ତୀ ଭାବରେ ପାଳନ କରାଯାଏ । ତେଣୁ କରି ଏହି ଦିନ ଶନି ଦେବାକୁ ରାଶି, ତେଲ, ଫୁଲ ଆଦି ଅର୍ପଣ କରାଯାଇ ପୂଜା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.