ଅଧିକ ସମୟ ମେକ୍‌ଅପ୍‌ ରଖିବାକୁ ଚାହୁଁଥିଲେ ଟ୍ରାଏ କରନ୍ତୁ ଏହି ଟିପ୍ସ୍‌

ଗରମ ଓ ଗୁଳୁଗୁଳି ବେଳେ ମେକ୍‌ଅପ୍‌ ନଷ୍ଟ ହେବା ଟେନ୍‌ସନ୍‌ ଲାଗିରହିଥାଏ। ଗରମ ଅଧିକ ହେଲେ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ ଫଳରେ ଝାଳ ସହ ମେକ୍‌ଅପ୍‌ ମଧ୍ୟ ଧୋଇଯାଏ। ଅଫିସ୍‌ କିମ୍ବା କୌଣସି ପାର୍ଟିକୁ ଯିବା ବେଳେ ମହିଳାଙ୍କର ସବୁଠାରୁ ବଡ଼ ସମସ୍ୟା ରହିଥାଏ ମେକ୍‌ଅପ୍‌। ଏଣୁ ସେମାନେ ଟଚ୍‌ଅପ୍‌ ପାଇଁ ବାରମ୍ବାର ବାଥ୍‌ରୁମ୍‌ ଦୌଡ଼ୁଥାନ୍ତି। ତେବେ କେତେକ ସରଳ ଟିପ୍ସ ଆପଣାଇଲେ ମେକ୍‌ଅପ୍‌ ସମସ୍ୟା ଦୂର ହେବ। ଆସନ୍ତୁ ଜାଣିବା ସେସମ୍ପର୍କରେ…

ଓ୍ଵାଟରପ୍ରୁଫ୍‌ ଆଇ ମେକ୍‌ଅପ୍‌ ବ୍ୟବହାର କରନ୍ତୁ

କ୍ରିମ୍‌ ଓ ଶିମରୀ ଆଇଲାଇନ୍‌ର ଲଗାଇବା ପରେ ମୁହଁର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ। କିନ୍ତୁ ଯଦି ଏହା ଓ୍ଵାଟର୍‌ପ୍ରୁଫ୍‌ ହୋଇନଥାଏ ତେବେ କମ୍‌ ସମୟ ମଧ୍ୟରେ ନଷ୍ଟ ହୋଇଯିବା ଭୟ ଥାଏ। ତେଣୁ ସବୁବେଳେ ଓ୍ଵାଟରପ୍ରୁଫ୍‌ ପ୍ରଡକ୍ଟ ବ୍ୟବହାର କରନ୍ତୁ।

କମ୍‌ ଲେୟରର ମେକ୍‌ଅପ୍‌ ନିଅନ୍ତୁ

ମହିଳାମାନେ ସାଧାରଣତଃ ମୁହଁର ଦାଗ ଲୁଚାଇବା ପାଇଁ ଫାଉଣ୍ଡେସନ୍‌ର ମୋଟା ଆସ୍ତରଣ ଲଗାଇଥାନ୍ତି। ମାତ୍ର ଏଭଳି କରିବା ଦ୍ୱାରା ଲୋମକୂପ ବନ୍ଦ ହୋଇଯାଇଥାଏ। ଫଳରେ ତ୍ୱଚା ମଶ୍ଚରାଇଜ୍‌ ହୋଇପାରିନଥାଏ। ଫଳରେ ମୋଟା ଫାଉଣ୍ଡେସନ୍‌ ଛାଡ଼ିବାକୁ ଲାଗିଥାଏ। ଏଣୁ ସବୁ ବେଳେ କମ୍‌ ଲେୟରର ମେକ୍‌ଅପ୍‌ ନିଅନ୍ତୁ।

ମିଷ୍ଟ୍‌ ସ୍ପ୍ରେ ବ୍ୟବହାର କରନ୍ତୁ

ଅଧିକ ସମୟ ମେକ୍‌ଅପ୍‌ ରଖିବାକୁ ଚାହୁଁଥିଲେ ମିଷ୍ଟ୍‍ ସ୍ପ୍ରେ ବା ଟୋନର ବ୍ୟବହାର କରନ୍ତୁ। ମେକଅପ୍‌ କରିବା ପୂର୍ବରୁ ଏହାକୁ ଲଗାନ୍ତୁ। ବଜାରରେ ଭିଟାମିନ୍‌ ସି, ଗ୍ରୀନ୍‌ ଟି, ଫ୍ରୁଟ ବଟର ଆଦି ଫ୍ଲେଭରର ସ୍ପ୍ରେ ମିଳୁଛି।

ଡାର୍କ କଲରର ଲିପଷ୍ଟିକ୍‌ ବ୍ୟବହାର କରନ୍ତୁନି

ଡାର୍କ କଲର ଲିପଷ୍ଟିକ୍‌ ଅଧିକ ଆକର୍ଷକ ଲାଗିଥାଏ। କିନ୍ତୁ କିଛି ସମୟ ପରେ ଏହା ଫିକା ପଡ଼ିବା ଭୟ ରହିଥାଏ। ତେଣୁ କୌଣସି ପାର୍ଟି କିମ୍ବା ଫଙ୍କସନ୍‌କୁ ଯାଉଥିଲେ ଲାଇଟ୍‌ କଲରର ଲିପଷ୍ଟିକ୍‌ ବ୍ୟବହାର କରନ୍ତୁ। ଯାହା ଛାଡ଼ିବା ପରେ ମଧ୍ୟ ଲୁକ୍‌କୁ ଖରାପ କରେନାହିଁ।

ଏହାସହ ପଢନ୍ତୁ: ଏସିରେ ଅଧିକ ସମୟ ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ କେଶ ଓ ତ୍ୱଚା ଉପରେ…

ପାଉଡର ବ୍ୟବହାର କରନ୍ତୁ

ଯଦି ସବୁବେଳେ ଆପଣଙ୍କ ମସ୍କରା ନଷ୍ଟ ହୋଇଯାଉଛି ତେବେ ଆଖିତଳେ ଟ୍ରାନ୍ସଲୁସେଣ୍ଟ ପାଉଡ଼ର ବ୍ୟବହାର କରନ୍ତୁ। ଏହା ଦ୍ୱାର ଅଧିକ ସମୟ ପର୍ଯ୍ୟନ୍ତ ମେକ୍‌ଅପ୍‌ ଭଲ ରହିବ।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

19 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

52 mins ago