ଧଳା କେଶ କୌଣସି ବି ମହିଳାଙ୍କର ସୁନ୍ଦରତାକୁ ନଷ୍ଟ କରି ଦେଇଥାଏ। ମହିଳାମାନେ ନିଜ ଧଳା କେଶକୁ ଲୁଚାଇବା ପାଇଁ ମେହେନ୍ଦୀ ବ୍ୟବହାର କରିଥାଆନ୍ତି। କିନ୍ତୁ କିଛି ମହିଳା ଥଣ୍ଡା କାରଣରୁ ମେହେନ୍ଦୀ ଲଗାଇବାକୁ ଉଚିତ ମଣି ନ ଥାଆନ୍ତି। ତେବେ ଏଭଳି ସ୍ଥିତିରେ ଆପଣ ଅସ୍ଥାୟୀ ଭାବେ ନିଜ କେଶକୁ ରଙ୍ଗ କରିପାରିବେ। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଧଳା କେଶକୁ ଲୁଚାଇ ପାରିବେ।
୧. ହେୟାର ମସ୍କରା: କେଶକୁ ରଙ୍ଗ କରିବା ପାଇଁ ଆପଣଙ୍କ ପାଇଁ ଫାଇଦାଯୁକ୍ତ ହେବ ହେୟାର ମସ୍କରା। ଏହା କ୍ରେୟାନ୍ ଭଳି ହୋଇଥାଏ। ଏହାକୁ ବ୍ୟବହାର କରି ଆପଣ ଧଳା କେଶକୁ ଲୁଚାଇ ପାରିବେ। ହେୟାର ମସ୍କାରା ଲଗାଇବା ଏବଂ ଏହାକୁ ଛଡ଼ାଇବା ବହୁତ ସହଜ ହୋଇଥାଏ। ଏହା ସେ ପର୍ଯ୍ୟନ୍ତ କେଶରେ ରହିଥାଏ, ଯେ ପର୍ଯ୍ୟନ୍ତ ଆପଣ କେଶ ନ ଧୋଇଛନ୍ତି।
୨. ହର୍ବାଲ ହେୟାର କଲର: ଆପଣ ମେହେନ୍ଦୀ ଜାଗାରେ ହର୍ବାଲ ହେୟାର କଲର ବ୍ୟବହାର କରିପାରିବେ। ଏହାକୁ ଲଗାଇବାର ୩୦ ମିନିଟ୍ ପରେ ହେୟାର ଓ୍ଵାଶ୍ କରିପାରିବେ। ଏହାଦ୍ୱାରା ଆପଣଙ୍କ ଧଳା କେଶ ଲୁଚିଯିବ।
୩. ହର୍ବାଲ ଟଚ୍ ଅପ: ବ୍ଲାକ୍ ଏବଂ ବ୍ରାଉନ କେଶ ପାଇଁ ହର୍ବାଲ ହେୟାର ଟଚ୍ ଅପ ସହଜରେ ମିଳିଯିବ। ଏହା ନ୍ୟାଚୁରାଲ ହୋଇଥାଏ, ଯଦ୍ଦ୍ଵାରା କେଶକୁ କୌଣସି ବି ପ୍ରକାର କ୍ଷତି ପହଞ୍ଚି ନ ଥାଏ।
୪. ନ୍ୟାଚୁରାଲ ହେୟାର ମାସ୍କ: ଯଦି ଆପଣ କେଶରେ ମେହେନ୍ଦୀ କିମ୍ବା ହେୟାର କଲର୍ ଲଗାଇବାକୁ ଚାହୁଁନାହାନ୍ତି, ତା’ହେଲେ ନ୍ୟାଚୁରାଲ ହେୟାର ମାସ୍କ ବ୍ୟବହାର କରିପାରିବେ।
୫. ବିଟ୍: ଯଦି ଆପଣ ନିଜ କେଶକୁ ଲାଲ୍ ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ବିଟ୍ ବ୍ୟବହାର କରନ୍ତୁ। ଏହାକୁ ଲଗାଇ ଆପଣ ନିଜ କେଶକୁ ଡାର୍କ ବ୍ରାଉନ ଏବଂ ରେଡ୍ କଲରର ଶେଡ୍ ଦେଇପାରିବେ।