ତରକାରୀରେ ତେଲ ଅଧିକ ହୋଇଯାଇଥିଲେ ମାନନ୍ତୁ ଏହି ସହଜ ଘରୋଇ ଟିପ୍ସ

ରୋଷେଇ କରୁଥିବା ସମୟରେ ଅନେକ ଥର ଖାଦ୍ୟରେ ତେଲ ଅଧିକ ପଡିଯାଏ ।ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଏହାଦ୍ୱାରା ତରକାରୀର ସ୍ୱାଦ ମଧ୍ୟ ଖରାପ ହୋଇଯାଏ । ତେଣୁ ଆଜି ଆମେ କିଛି ଏମିତି ଟିପ୍ସ ଆଣିଛୁ ଯାହାଦ୍ୱାରା ଆପଣ ତରକାରୀରୁ ତେଲ ଅଂଶ କମ କରିପାରିବେ । ଚାଲନ୍ତୁ ଜାଣିବା ସେହି ଟିପ୍ସ ସଂପର୍କରେ ।

– ସିଝା ଆଳୁକୁ ଯଦି ଆପଣ ତେଲ ଅଧିକ ଥିବା ତରକାରୀରେ ପକାଇବେ ତେବେ ଏହା ସବୁ ତେଲ ଶୋଷି ନେଇଥାଏ । ଏହି ଆଳୁକୁ ୫ ମିନିଟ ପର୍ଯ୍ୟନ୍ତ ତରକାରୀରେ ପକାଇ ରଖନ୍ତୁ । ଏହାପରେ ତେଲ ଅଂଶ କମିଯାଇଥିବାର ଆପଣ ଦେଖିବାକୁ ପାଇବେ ।

– ଟମାଟୋ ପ୍ୟୁରିକୁ ମଧ୍ୟ ଆପଣ ତରକାରୀରେ ପକାଇ ତେଲ ଅଂଶ କମାଇ ପାରିବେ ।ଏହାଦ୍ୱାରା ଆପଣଙ୍କ ତରକାରୀର ସ୍ୱାଦ ମଧ୍ୟ ବଢ଼ିଯିବ । ଏହାକୁ ପକାଇବାର ୨ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଦେଖିବେ ତେଲ ଅଂଶ କମିଯାଇଥିବ ।

4
pc: janata se rishta

– ବ୍ରେଡ କମ୍ବସ୍ ମଧ୍ୟ ତରକାରୀରୁ ତେଲ ଅଂଶ ବାହାର କରିବାରେ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ । ଏହା ତେଲକୁ ଅବଶୋଷ କରିଦେଇଥାଏ ।

– ବେସନ ମଧ୍ୟ ତରକାରୀରୁ ତେଲ ଅଂଶ କମାଇବାରେ ଅନେକ ସାହାଯ୍ୟ କରିଥାଏ । ଏହାକୁ ପକାଇବା ଦ୍ୱାରା ତରକାରୀ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.