ବାସି ଅଟାରୁ ଏମିତି ପ୍ରସ୍ତୁତ କରନ୍ତୁ ନରମ ଓ ଫୁଲୁକା ରୁଟି…ଜାଣି ରଖନ୍ତୁ ଟିପ୍ସ

ସାଧାରଣତଃ ଲଞ୍ଚ୍‌ କିମ୍ବା ଡିନର ପାଇଁ ରୁଟି ତିଆରି କରିବା ସମୟରେ ଅନେକ ବାର ଆବଶ୍ୟକତା ଠାରୁ ଅଧିକ ଅଟା ଚକଟି ହୋଇଯାଏ। ଏହି ଅଟା ଚକଟାକୁ ଅନେକ ମହିଳା ପରଦିନ ରୁଟି ତିଆରି ପାଇଁ ଫ୍ରିଜ୍‌ରେ ଷ୍ଟୋର୍‌ କରି ରଖି ଦିଅନ୍ତି। କିନ୍ତୁ ଏମିତି କରିବା ଦ୍ୱାରା ଅଧିକାଂଶ ମହିଳାଙ୍କର ଏହି ଅଭିଯୋଗ ରହିଥାଏ ଯେ ଫ୍ରିଜ୍‌ରେ ରଖା ଯାଇଥିବା ଅଟା ଚକଟା ରୁଟିଗୁଡ଼ିକୁ ନରମ କିମ୍ବା ଫୁଲୁକା କରି ନ ଥାଏ। ଯଦି ଆପଣଙ୍କର ବି ଏମିତି କୌଣସି ଅଭିଯୋଗ ଥାଏ, ତ ଏହି ଟିପ୍ସ ଆପଣାଇ ଆପଣ ଫ୍ରିଜ୍‌ରେ ରଖିଥିବା ବାସି ଅଟାରୁ ନରମ ଏବଂ ଫୁଲା ରୁଟି ପ୍ରସ୍ତୁତ କରି ପାରିବେ।

ଆପଣାନ୍ତୁ ଏହି ସହଜ ଟିପ୍ସ

ଗରମ ପାଣି: ଫ୍ରିଜ୍‌ରେ ରଖିଥିବା ବାସି ଅଟାରୁ ରୁଟି ତିଆରି କରିବା ପୂର୍ବରୁ ଏହାକୁ ପ୍ରଥମେ ବାହାରକୁ ବାହାର କରି ଦିଅନ୍ତୁ। ଏବେ ଅଳ୍ପ ଗରମ ପାଣି ମିଶାଇ ଆଉ ଥରେ ଅଟା ଚକଟି ନିଅନ୍ତୁ। ଏମିତି କରିବା ଦ୍ୱାରା ଅଟା ସାଧାରଣ ତାପମାତ୍ରାକୁ ଆସି ଯାଇଥାଏ।

ଅଧିକ ଆଞ୍ଚରେ ସେକନ୍ତୁ ନାହିଁ ରୁଟି: ଯଦି ଆପଣଙ୍କ ପାଖରେ ବାସି ଅଟାକୁ ଗରମ ପାଣିରେ ଚକଟିବା ପାଇଁ ସମୟ ନାହିଁ, ତା’ ହେଲେ ଆପଣ ଅନ୍ୟ ଉପାୟ ଆପଣାଇ ପାରିବେ। ଚେଷ୍ଟା କରନ୍ତୁ, ଯେପରି ବାସି ଅଟାରୁ ରୁଟି ତିଆରି କରିବା ସମୟରେ ଆପଣ ଗ୍ୟାସ୍‌ର ଆଞ୍ଚ ତେଜ କରିବେ ନାହିଁ। ଅର୍ଥାତ୍‌ ତେଜ ଆଞ୍ଚରେ କଦାପି ବାସି ଅଟାରୁ ତିଆରି ରୁଟି ସେକିବେ ନାହିଁ।

ଗୋଟିଏ ଦିନରୁ ଅଧିକ ପୁରୁଣା ଅଟା ବ୍ୟବହାର କରନ୍ତୁ ନାହିଁ: ଅଟା ଯେତିକି ପୁରୁଣା ହେବ, ତାହା ଆପଣଙ୍କ ମେଟାବଲିଜମ୍‌ ଉପରେ ସେତିକି ହିଁ ଖରାପ ପ୍ରଭାବ ପକାଇବ। ଏହି କାରଣରୁ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ଏହି ପ୍ରକାର ଅଟାରୁ ତିଆରି ରୁଟି ମଧ୍ୟ ବହୁତ ଟାଣ ହୋଇଥାଏ। ଏଥିପାଇଁ ଗୋଟିଏ ଦିନରୁ ଅଧିକ ପୁରୁଣା ଅଟା କଦାପି ଆପଣ ବ୍ୟବହାର କରିବେ ନାହିଁ।

ତେବେ ଆପଣଙ୍କ ଅବଗତି ନିମନ୍ତେ କହି ରଖୁଛୁ ଯେ ବାସି ଅଟାର ରୁଟି ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ଆପଣ ଯଥା ସମ୍ଭବ ବାସି ଅଟା ଚକଟାର ରୁଟି ଖାଇବା ଠୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କୁ ଏକଦମ୍ ରୋଗିଣା କରି ଦେବାର ଆଶଙ୍କା ରହିଛି।

Leave A Reply

Your email address will not be published.