ଲାଇଫ୍ ଷ୍ଟାଇଲ୍

ଚାଣକ୍ୟ ନୀତି : ଆପଣଙ୍କ ଅପମାନର ଏମିତି ଦେଇପାରିବେ ଜବାବ

ଅପମାନିତ ହେବା କାହାକୁ ଭଲ ଲାଗିଥାଏ। କିନ୍ତୁ ଜୀବନରେ ଏମିତି କିଛି ସ୍ଥିତି ଉତ୍ପନ୍ନ ହୋଇଥାଏ ଯାହା ଯୋଗୁଁ ଅନ୍ୟଠାରୁ ଆମକୁ ଅପମାନ ସହିବାକୁ ପଡିଥାଏ। ଅନେକ ଥର ନିଜ ଦ୍ୱାରା କାରାଯାଇଥିବା ଭୁଲ୍‌ ହେଉ ଅବା ଅଯଥାରେ ଅପମାନିତ ହେବାକୁ ପଡିଥାଏ। କିନ୍ତୁ ନିଜ ଭୁଲ ଯୋଗୁଁ ମଣିଷ ଯେଉଁ ଅପମାନ ପାଇଥାଏ ତାହା ସହିଯାଏ କିନ୍ତୁ କୌଣସି ବନା କାରଣ କିମ୍ବା ବିନା ଭୁଲ୍‌ ଯୋଗୁଁ ଯେଉଁ ଅପମାନ ସହିବାକୁ ପଡିଥାଏ, ତାହା ବହୁତ କଷ୍ଟକର।

ଏମିତିରେ ବହୁତ ଲୋକ ଭାଷାରେ ଏହାକୁ ଜବାବ ଦେଉଥିବା ବେଳେ ଅନେକ ଚୁପ୍‌ ରହିଥାନ୍ତି। ଆଉ ଅଧିକାଂଶ ଲୋକ ଏହାକୁ ବୁଝି ପାରନ୍ତି ନାହିଁ କି ଏପରି ପରିସ୍ଥିତିରେ କ’ଣ କରିବେ।

– ଚାଣକ୍ୟ ନୀତି ଅନୁସାରେ, ଯେବେ କୌଣସି ବ୍ୟକ୍ତି ଆପଣଙ୍କ ଅପମାନ କରେ ତେବେ ତାହାକୁ କିଛି କୁହନ୍ତୁ ନାହିଁ। କାହିଁକି ସେମାନଙ୍କ କାମ ହେଲା ଆପଣଙ୍କୁ ଉକୁସାଇବା। ତେବେ ଏହି ସ୍ଥିତିରେ ଆପଣ ଚୁପ୍‌ ରୁହନ୍ତି। ଅପମାନ ଦେଉଥିବା ବ୍ୟକ୍ତିଙ୍କୁ ଦେଖି ହାଲକା ଭାବେ ହସିଦିଅନ୍ତୁ । ଏମିତି କଲେ ଅପମାନ ଦେଉଥିବା ଲୋକକୁ କ୍ରୋଧ ଆସିବା ସହିତ ନିଜକୁ ଅପମାନିତ ହେବା ଭଳି ଅନୁଭବ କରିବ।

– ବହୁତ ଲୋକ ଅନେକ ଲୋକଙ୍କୁ ଅପମାନିତ କରିବାକୁ ଭଲ ଲାଗିଥାଏ। ଚାଣକ୍ୟଙ୍କ ଅନୁସାରେ, ଏହି ଲୋକ ଜୀବନରେ ଅସଫଳ ହୋଇଥାନ୍ତି। କାରଣ ବୁଦ୍ଧିମାନ ଲୋକ କେବେ ବି ଅନ୍ୟର ଅପମାନ କରିନଥାଏ। କିନ୍ତୁ ସବୁବେଳେ ଅପମାନ ସହିବା ଉଚିତ ନୁହେଁ।

– ଚାଣକ୍ୟ ନୀତି ଅନୁସାରେ, ଗନ୍ଧ କେବଳ ସଢା ଫୁଲରୁ ଆସିଥାଏ। ସୁଗନ୍ଧ ତ ସବୁବେଳେ ସଜ ଫୁଲରୁ ଆସିଥାଏ। ସେହିଭଳି ଯେଉଁ ବ୍ୟକ୍ତି ଅନ୍ୟର ଅପମାନ କରିଥାଏ, ସେହି ବ୍ୟକ୍ତିଙ୍କ ଚିନ୍ତାଧାରା ବହୁତ ଛୋଟ ହୋଇଥାଏ। ଏହି ଲୋକ ଜୀବନରେ କେବେ ବି ସଫଳ ହୋଇନଥାନ୍ତି।

Swagatika

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 seconds ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

22 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

43 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

1 hour ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago