ଚାକିରୀ ପାଇଁ ବ୍ୟସ୍ତ ହେଉଛନ୍ତି କି, ତେବେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଉଚ୍ଚ ଶିକ୍ଷା ଲାଭ କରିଥିଲେ ମଧ୍ୟ ଅନେକ ସମୟରେ ଅଧିକାଂଶଙ୍କୁ ମନଲାଖି ଚାକିରୀ ଖଣ୍ଡେ ମିଳି ପାରିନଥାଏ । ଯଦି ଆପଣ ବି ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଵାସ୍ତୁ ସହ ଜଡିତ କିଛି ଟିପ୍ସ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ଖୁବ କମ ସମୟ ଭିତରେ ମନ ମୁତାବକ ଚାକିରୀ ଖଣ୍ଡେ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ :

ଲାଲ ରଙ୍ଗର ରୁମାଲ:

କୌଣସି ଇଣ୍ଟରଭିଉକୁ ଯାଉଥିବା ସମୟରେ ନିଜ ପାଖରେ ଏକ ଲାଲ ରୁମାଲ ରଖନ୍ତୁ । ଯଦି ଆପଣ ଚାହିଁବେ ତ ଲାଲ ରଙ୍ଗର ବଲେଜର ବା ଅନ୍ୟ କିଛି ମଧ୍ୟ ଟ୍ରାଏ କରିପାରିବେ । କିନ୍ତୁ ଧ୍ୟାନରେ ରଖିବେ ଆପଣଙ୍କ ଲାଲ ରଙ୍ଗ ଅଧିକ ଚମକଦାର ହୋଇନଥିବ । ଦେଖିବାକୁ ତାହା ଲାଇଟ ବା ହାଲୁକା ରଙ୍ଗର ହେବା ନିହାତି ଦରକାର ।

vastu

ହଳଦିଆ ରଙ୍ଗର ରୁମ:

ହଳଦିଆ ରଙ୍ଗ ପ୍ରାୟ ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ । ଲାଲ ରଙ୍ଗ ସହ ଆପଣ ନିଜ ସହ ହଳଦିଆ ରଙ୍ଗ ମଧ୍ୟ ରଖନ୍ତୁ । ଆପଣ ଯେଉଁ ରୁମରେ ଶୋଉଚନ୍ତି ତାକୁ ହଳଦିଆ ରଙ୍ଗରେ ରଙ୍ଗେଇ ଦିଅନ୍ତୁ । ହଳଦିଆ ରଙ୍ଗ ସୌଭାଗ୍ୟ ଆଣି ଦେଇଥାଏ ।

ଆଇନା:

ନିଜ ରୁମର ଉତ୍ତର ଦିଗ କାନ୍ଥରେ ଏକ ବଡ ଆଇନା ଲଗାନ୍ତୁ । ଯେଉଁଥିରେ ଆପଣ ନିଜ ପୁରା ଶରୀରକୁ ଦେଖିପାରୁଥିବେ । କିନ୍ତୁ ସକାଳୁ ଉଠି ଆପଣ ନିଜ ଚେହେରା ସେଥିରେ ଦେଖନ୍ତୁ ନାହିଁ । ନିଜକୁ ଆଇନାରେ ଦେଖିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ଯାହା ଆପନଙ୍କୁ ଚାକିରୀ କ୍ଷେତ୍ରରେ ସଫଳତା ଆଣିବାରେ ବିଶେଷ ସହାୟକ ହେବ ।

vastu

ଘରୁ ବାହାରିବା ସମୟରେ;

କୌଣସି ଶୁଭ କାର୍ଯ୍ୟରେ ବାହାରକୁ ବାହାରିବା ସମୟରେ ସର୍ବ ପ୍ରଥମେ ନିଜ ଡାହାଣ ପାଦକୁ ଆଗକୁ କାଢନ୍ତୁ । ଆଉ ଘରୁ ବାହାରିବା ସମୟରେ ପ୍ରଭୁ ଗଣେଶଙ୍କ ପୂଜା ନିହାତି କରନ୍ତୁ । ସାକ୍ଷାତକାର ଭଗବାନ ଗଣେଶଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.