ଘରର ବାସ୍ତୁ ଦୋଷକୁ ଦୂର କରନ୍ତୁ ଏପରି, ଜୀବନରେ ଘଟୁଥିବା ସବୁ କଷ୍ଟ ହେବ ଦୂର

ଭାରତୀୟ ବାସ୍ତୁ ଶାସ୍ତ୍ରରେ ଘର ନିର୍ମାଣ ବାସ୍ତୁ ଅନୁଯାୟୀ ହୋଇଥିଲେ ଘରେ ସବୁ ଭଲ ଓ ଶୁଭ ହୋଇଥାଏ । ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ ତେବେ ଜୀବନରେ ବହୁତ କଷ୍ଟ ଓ ଅସୁବିଧା ଆସିଥାଏ । ଘରର କିଛି ବାସ୍ତୁ ଦୋଷ ଥିଲେ କିପରି ଏହାକୁ ଦୂର କରିବେ ଆସନ୍ତୁ ଜାଣିବା ।

୧. ରୋଷେଇ ଘରେ ଲଗାନ୍ତୁ ବଲ୍ଵ : ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ବା କିଚେନ କୁ ସୁଖ ସମୃଦ୍ଧିର ସ୍ରୋତ ମନାଯାଏ । ବାସ୍ତୁ ଅନୁସାରେ ରୋଷେଇ ଘର ଆଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ ହେବା ଦରକାର । ଯଦି ଏପରି ହୋଇନାହିଁ ତେବେ ଘର ଓ କିଚେନ ର ଅଗ୍ନି କୋଣରେ ବଲ୍ଵ ଲଗାଇ ଦିଅନ୍ତୁ । ଏହି ବଲ୍ଵକୁ ଦିନରେ ଅତି କମରେ ଥରେ ଜଳାନ୍ତୁ । ଏମିତି କରିବା ଦ୍ୱାରା ରୋଷେଇ ଘରର ବାସ୍ତୁଦୋଷ ଦୂର ହୋଇଥାଏ ।

୨ . ମେନ୍‌ ଗେଟରେ ଝୁଲାନ୍ତୁ ଘୋଡ଼ା ନାଳ : ବାସ୍ତୁ ଶାସ୍ତ୍ରର ଘୋଡ଼ା ନାଳକୁ ଟଙ୍ଗାଇବା ଶୁଭ ହୋଇଥାଏ । ଏମିତି କରିବା ଦ୍ୱାରା ଘରର ସୁରକ୍ଷା ବଢ଼ିଥାଏ । ଖରାପ ନଜର ବା ନକରାତ୍ମକ ଶକ୍ତି ଘରୁକ ପ୍ରବେଶ କରିପାରି ନଥାଏ । ମନେ ରଖନ୍ତୁ ଘୋଡ଼ା ନାଳ U ସେପ୍‌ ହେବା ଦରକାର ।

ashoka tree
p.c : plantslive

 

୩. ଇଶାନ କୋଣରେ ରଖନ୍ତୁ କଳସ : ବାସ୍ତୁ ଦୋଷ ନିବାରଣ କରିବା ପାଇଁ ଘରର ଇଶାନ କୋଣ ବା ଉତ୍ତର-ପୂର୍ବ ଦିଗରେ ପାଣି କଳସ ରଖନ୍ତୁ । କଳସ ରଖିବା ପାଇଁ ଏହି କୋଣ ସବୁଠୁ ଶୁଭ । ତେବେ କଳସ ଖଣ୍ଡିତ ନହେବା ଦରକାର । ଏମିତି କରିବା ଦ୍ୱାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ।

୪. କଚରା ବା ଅଳିଆ ପକାଇବା ପାଇଁ ଠିକ ଦିଗ ନିର୍ଣ୍ଣୟ କରନ୍ତୁ : ଘରର ଉତ୍ତର ଓ ପୂର୍ବ ଦିଗରେ କଚରା ରଖିବା ଉଚିତ ନୁହେଁ । ଏହି ଦିଗରେ କିଛି ଭାରି ମେସିନ ରଖନ୍ତୁ ନାହିଁ । ଏହି ଦିଗରେ ଘରର ମେନ ଗେଟ ବା ଝରକା ହେବା ବହୁତ ଶୁଭ ହୋଇଥାଏ ।

୫. ମେନ୍‌ ଗେଟରେ ଲଗାନ୍ତୁ ଅଶୋକ ଗଛ : ଯଦି ଆପଣଙ୍କ ଘରେ କିଛି ପ୍ରକାର ବାସ୍ତୁ ଦୋଷ ରହିଥାଏ । ତେବେ ଘରର ମେନ ଗେଟରେ ଦୁଇ ପାଖରେ ଅଶୋକ ଗଛ ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

 

Leave A Reply

Your email address will not be published.