ଚୁଡ଼ି ପିନ୍ଧିବା ବେଳେ ସମସ୍ୟା ହେଉଛି କି! ଆପଣାନ୍ତୁ ଏହି ସହଜ ଟିପ୍ସ ଆଉ ଜମା ତୁଟିବନି

ମହିଳାଙ୍କର ଓଜନ ବଢ଼ିଲେ କେବଳ ଡ୍ରେସ୍ ଟାଇଟ୍ ହୁଏନି, ବରଂ ଏହା ସହ ଚୁଡ଼ି ବି ଆଉ ହାତରେ ଗଳି ନଥାଏ। ଏଭଳି ସ୍ଥିତିରେ ମହିଳାମାନେ ହାତ ଓ ଚୁଡ଼ି ଉପରେ ପ୍ରେସର ପକାଇ ଜୋର ଜବରଦସ୍ତି ପିନ୍ଧିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଲେ ଏମିତି ଅବସ୍ଥାରେ ଚୁଡ଼ି ତୁଟି ଯାଏ ବା ଭାଙ୍ଗିଯାଏ। ଏହି କାରଣରୁ ହାତରେ ଆଘାତ ଲାଗିବାର ବି ସମ୍ଭାବନା ରହିଛି। ବେଳେବେଳେ ଲୋକଙ୍କ ହାତ ଚୁଡ଼ିରେ କଟି ଯାଇ ରକ୍ତ ବି ବାହାରେ। ତେବେ ଆଜି ଆମେ ଆପଣଙ୍କୁ ଚୁଡ଼ି ପିନ୍ଧିବାର ସହଜ ଉପାୟ ସମ୍ପର୍କରେ କହିବୁ, ଯାହାକୁ ଆପଣାଇ ଆପଣ ସହଜରେ ଚୁଡ଼ି ପିନ୍ଧିପାରିବେ…
ଚୁଡ଼ି ପିନ୍ଧିବା ବେଳେ ଫଲୋ କରନ୍ତୁ ଏହି ଟିପ୍ସ:
ପ୍ଲାଷ୍ଟିକ୍ ଗ୍ଲୋବସ୍:
ପ୍ଲାଷ୍ଟିକ୍ ଗ୍ଲୋବ୍ସ ସାହାଯ୍ୟରେ ଆପଣ ସହଜରେ ଚୁଡ଼ି ପିନ୍ଧିପାରିବେ। ଏଥିପାଇଁ ଏକ ପ୍ଲାଷ୍ଟିକର ହ୍ୟାଣ୍ଡ ଗ୍ଲୋବ୍ସ ବଜାରରୁ କିଣି ଆଣନ୍ତୁ। ହାତରେ ଭଲ ଭାବେ ପ୍ଲାଷ୍ଟିକ୍ ହ୍ୟାଣ୍ଡ ଗ୍ଳୋବ୍ସ ପିନ୍ଧନ୍ତୁ ଓ ତା’ ପରେ ଟାଇଟ୍ ହେଉଥିବା ଚୁଡ଼ିକୁ ବୁଲାଇ ବୁଲାଇ ପୂରାନ୍ତୁ। ଚୁଡ଼ି ଆଙ୍ଗୁଠିର ହାଡ଼ ପାର ହୋଇଗଲେ ଆରାମରେ ହାତ ଭିତରୁ ପଶିଯିବ। ଏହା ପରେ ହ୍ୟାଣ୍ଡ ଗ୍ଲୋବ୍ସ ବାହାର କରି ଦିଅନ୍ତୁ। ଏହି ଉପାୟରେ ଆପଣ ସହଜରେ ଟାଇଟ୍ ହୋଇଥିବା କାଚ ଓ ମେଟାଲ ଚୁଡ଼ି ପିନ୍ଧି ପାରିବେ।
ଭେଜିଟେବୁଲ ପ୍ଲାଷ୍ଟିକ୍:
ଭେଜିଟେବୁଲ ପ୍ଲାଷ୍ଟିକ୍ ଆପଣଙ୍କୁ ସହଜରେ ବଜାରରେ ମିଳିଯିବ। ଏହି ପ୍ଲାଷ୍ଟିକ୍ ସାହାଯ୍ୟରେ ମଧ୍ୟ ଆପଣ ସହଜରେ ଚୁଡ଼ି ପିନ୍ଧି ପାରିବେ। ଭେଜିଟେବୁଲ ପ୍ଲାଷ୍ଟିକ୍ରେ ହାତକୁ ଭଲ ଭାବେ ସଫା କରି ନିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଆଦୌ କଷ୍ଟ ହେବ ନାହିଁ। ହାତରେ ପ୍ଲାଷ୍ଟିକ ପରସ୍ତ ବସିଯିବା ପରେ ଗୋଟିଏ ଗୋଟିଏ କରି ଚୁଡ଼ି ପିନ୍ଧି ଦିଅନ୍ତୁ। ଏହା ଦ୍ୱାରା ସହଜରେ ଚୁଡ଼ି ହାତରେ ପଶିଯିବ।
ହ୍ୟାଣ୍ଡ୍ କ୍ରିମ୍:
ଚୁଡ଼ିକୁ ସହଜରେ ହାତର ପୂରାଇବାକୁ ଆପଣ ହ୍ୟାଣ୍ଡ୍ କ୍ରିମ୍ ମଧ୍ୟ ବ୍ୟବହାର କରିପାରିବେ। ଆପଣ ଚାହିଁଲେ ଏଥିପାଇଁ ମଶ୍ଚରାଇଜର ଲଗାଇପାରିବେ। ଏହା ଦ୍ୱାରା ହାତ ଚିକ୍କଣ ହୋଇଯିବ ଓ ଚୁଡ଼ି ସହଜରେ ପଶିଯିବ।
ହ୍ୟାଣ୍ଡ୍ ଓ୍ଵାଶ୍:
ହାତରେ ସାବୁନ ଲଗାଇ ଚୁଡ଼ି ପିନ୍ଧିବା ପ୍ରଥା କେଉଁ କାଳରୁ ଚାଲି ଆସୁଛି। କିନ୍ତୁ ଯଦି ସାବୁନ୍ ଲଗାଇବା ଯୋଗୁ ହାତ ଡ୍ରାଏ ହୋଇଯାଉଛି ତେବେ କୌଣସି ଭଲ କମ୍ପାନୀର ହ୍ୟାଣ୍ଡ୍ ଓ୍ଵାଶ୍ ବ୍ୟବହାର କରିପାରିବ। ଏହି ହ୍ୟାଣ୍ଡ୍ ଓ୍ଵାଶ୍ ଯୋଗୁ ହାତ ଚିକ୍କଣ ହୋଇଯିବ ଓ ଚୁଡ଼ି ଆରାମରେ ପଶିଯିବ।
Also Read: ଆଜି ଅପରା ଏକାଦଶୀରେ ପଡ଼ୁଛି ଅନେକ ଶୁଭ ଯୋଗ, ଭୁଲରେ ବି କରନ୍ତୁନି ଏସବୁ କାମ