ସହଜ ଘରୋଇ ଉପାୟ ସାହାଯ୍ୟରେ ନିଜ ତ୍ୱଚାର ରଖନ୍ତୁ ଉତ୍ତମ ଯତ୍ନ

ସ୍କିନ ବା ତ୍ୱଚାକୁ ସଫା ଓ କୋମଳ ରଖିବା ପାଇଁ ଅନେକ ପନ୍ଥା ଆପଣାଉଛନ୍ତି । ସୁସ୍ଥ ତ୍ୱଚା ସମସ୍ତଙ୍କ ପସନ୍ଦ । ଏଥିପାଇଁ ଅନେକ ସ୍କିନ କେୟାର ରୋଟିନ ମଧ୍ୟ ରହିଛି । ଯାହାକୁ ମାନିବା ଦ୍ୱାରା ଆପଣଙ୍କ ସ୍କିନ ଜନିତ ସମସ୍ୟା ଦୂର ହୋଇଯିବ । ତେବେ ଏହି ସମୟରେ ବିୟୁଟି ପାର୍ଲର ଅପେକ୍ଷା ଘରୋଇ ଉପଚାର ବେଶ ଲାଭଦାୟକ ହୋଇଥାଏ ।

ତେବେ ଲକଡାଉନରେ ସମସ୍ତେ ସ୍ୱାସ୍ଥ୍ୟ ଉପରେ ଏତେ ଧ୍ୟାନ ଦେଉଛନ୍ତି ଯେ ତ୍ୱଚା ଉପରେ କାହାର ଧ୍ୟାନ ଯାଉନି । ଚିନ୍ତା ବଶତଃ ଅନେକ ସମସ୍ୟା ତ୍ୱଚାରେ ଦେଖାଯାଏ । ତେଣୁ ଲକଡାଉନରେ ଆପଣ ନିମ୍ନଲିଖିତ ଘରୋଇ ଉପଚାରକୁ ଆପଣାଇ ନିଜ ସ୍କିନ ଜନିତ ସମସ୍ୟା ଦୂର କରିପାରିବେ ।

– ପ୍ରଥମେ ନିଜ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

– ଏହାପରେ ଫେଶ ବ୍ରଶରେ କିମ୍ବା ଘରୋଇ ସ୍କ୍ରବ ମାଧ୍ୟମରେ ନିଜ ତ୍ୱଚାକୁ ସଫା କରନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍କିନ ସଫା ହୋଇଯିବ ।

– ଏହାପରେ ଗୋଲାପ ଜଳରେ ଆଲୋବେରା ଜୁସ ମିଶାଇ ତ୍ୱଚାରେ ଲଗାନ୍ତୁ ।

– ଏବେ ସ୍କିନ ମଶ୍ଚରାଇଜରକୁ ତ୍ୱଚାରେ ଲଗାଇ ମାଲିସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍କିନ ହାଇଡ୍ରେଟ ମଧ୍ୟ ରହିବ ।

ଏହିପରି ଭାବେ ନିଜ ତ୍ୱଚାର ସହଜ ଓ ସରଳ ଘରୋଇ ଉପାୟ ସାହାଯ୍ୟରେ ଯତ୍ନ ନିଅନ୍ତୁ । ଚିନ୍ତାମୁକ୍ତ ରହି ନିଜ ଶରୀର ସହ ଅନ୍ୟ ମାନଙ୍କ ଶରୀରର ଧ୍ୟାନ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.