ଗର୍ଭାବସ୍ଥାରେ ଏସିଡିଟି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଉପାୟ
ଗର୍ଭାବସ୍ଥାରେ ଏସିଡିଟି ଏବଂ ଛାତି ଜଳାପୋଡ଼ା ସମସ୍ୟା ବହୁତ ସାଧାରଣ କଥା। କିନ୍ତୁ ଯଦି ଗର୍ଭବତୀ ମହିଳା କିଛି ସାବଧାନତା ଅବଲମ୍ବନ କରିବେ, ତେବେ ଏଥିରୁ ଛୁଟକାରା ପାଇପାରିବେ। ଆଜି ଆମେ ଆପଣଙ୍କୁ କହିବୁ ଗର୍ଭାବସ୍ଥାରେ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବାର କିଛି ସରଳ ଉପାୟ।
୧. ଶୋଇବା ସମୟରେ ବେଡ ଉପରେ ନିଜ ମୁଣ୍ଡକୁ ୬ ଇଞ୍ଚରୁ ଅଧିକ ଉଚ୍ଚା ରଖନ୍ତୁ ନାହିଁ। କାରଣ, ପେଟର ଗ୍ୟାସ ଉପର ଆଡକୁ ଖାଦ୍ୟନଳୀରେ ପହଁଞ୍ଚିଯିବ, ଯଦ୍ଦ୍ୱାରା ଆପଣଙ୍କୁ ଅଧିକ ସମସ୍ୟା ହୋଇପାରେ। ତକିଆ ମଧ୍ୟ ବେଶି ଉଚ୍ଚା ରଖନ୍ତୁ ନାହିଁ।
୨. ଡେରି ରାତିରେ ଖାଇବାଠୁ ଦୂରେଇ ରୁହନ୍ତୁ। ରାତିରେ ଖାଇସାରିବା ପରେ ବେଡକୁ ଶୋଇବାକୁ ଯାଆନ୍ତୁ। କିନ୍ତୁ ମନେ ରଖନ୍ତୁ, ନିଜ ଭୋଜନ ଏବଂ ଶୋଇବା ମଧ୍ୟରେ ୩ ଘଣ୍ଟା ଅନ୍ତର ରହିବା ଉଚିତ।
୩. ଚା’ ଏବଂ କଫି ପିଇବାଠୁ ଦୂରେଇ ରୁହନ୍ତୁ। ଏହି ପେୟ ପଦାର୍ଥ ହାର୍ଟ ବର୍ଣ୍ଣକୁ ବଢାଇବାରେ ସାହାଯ୍ୟ କରିଥାଏ।
୪. ଆପଣ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଣ୍ଟାସିଡସ ଔଷଧ ସେବନ କରନ୍ତୁ ନାହିଁ।
୫. ହେଭି ମିଲ ଖାଆନ୍ତୁ ନାହିଁ। କମ ଖାଆନ୍ତୁ, କିନ୍ତୁ ଜଲଦି ଜଲଦି ଗ୍ୟାପରେ ଖାଆନ୍ତୁ।