ଘରେ ଜନ୍ଦା ପିମ୍ପୁଡି କରୁଛନ୍ତି କି ହଇରାଣ, ତାହେଲେ ଏହି ସହଜ ଉପାୟରେ କରନ୍ତୁ ଘରୁ ବାହାର
ପ୍ରାୟ ସମୟରେ ଘରେ ଜନ୍ଦା ପିମ୍ପୁଡିଙ୍କ ଧାଡି ଲାଗିଥାଏ। ବିଶେଷ କରି ବର୍ଷା ଦିନରେ ଏମାନଙ୍କୁ ଘରେ ଅଧିକ ଦେଖିବାକୁ ମିଳେ। ଯେଉଁମାନେ ଖାଦ୍ୟ ସାମଗ୍ରୀକୁ କ୍ଷତି ପହଁଚାଇଥାନ୍ତି। ଖାସ୍ କରି ସବୁଠାରୁ ଅଧିକ ଚିନ୍ତାରେ ପକାଇଥାନ୍ତି ପିମ୍ପୁଡି। କାହିଁକିନା ପିମ୍ପୁଡି ଖାଦ୍ୟ ଜିନିଷ ଯେମିତିକି ମିଠା ଆଦି ବ୍ୟଞ୍ଜନରେ ବସିଯାନ୍ତି ଏବଂ ତାକୁ ଭିତରୁ ଖୋଳ କରିଦିଅନ୍ତି। ଏହାଛଡା ଯଦି ପିମ୍ପୁଡି କାମୁଡିଦିଏ ତେବେ ଆଳର୍ଜି ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ମଧ୍ୟ ହୁଏ। ଏମିତିରେ ଅନେକ ଲୋକ ପିମ୍ପୁଡିଙ୍କ ପାଇଁ ଟେନସନ୍ ହୋଇ ତାକୁ ଘଉଡାଇବାକୁ ଯୋଜନା କରନ୍ତି। ତେବେ ଆଜି ଆସନ୍ତୁ ଜାଣିବା କେମିତି ସହଜ ଉପାରେ ଘରୁ ଘଉଡାଇବେ ପିମ୍ପୁଡି। କିଛି ସହଜ ଉପାୟକୁ ଫଲୋ କରିବାକୁ ହେବ।
ଭିନେଗାର : ପାଣି ଏବଂ ଭିନେଗାରକୁ ସମାନ ମାତ୍ରାରେ ମିଶାଇ ପିମ୍ପୁଡି ହେଉଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଏମିତି ନିୟମିତ କରିବା ଦ୍ୱାରା ପିମ୍ପୁଡି ଆଉ ଆସିବେନାହିଁ।
ହଳଦି ପାଉଡର : ଘରେ ଯେଉଁ ସ୍ଥାନରେ ଆପଣ ପିମ୍ପୁଡିକୁ ଦେଖୁଛନ୍ତି ସେଠାରେ ହଳଦି ପାଉଡର ପକାଇ ଦିଅନ୍ତୁ। ଅଳ୍ପ କିଛି ସମୟ ପରେ ଆପଣ ନିଜେ ଜାଣିପାରିବେ ଯେ କେମିତି ପିମ୍ପୁଡି ଚାଲିଯିବେ।
ଲେମ୍ବୁ : ଯେଉଁଠି ଆପଣ ପିମ୍ପୁଡିର ଧାଡି ଦେଖୁଛନ୍ତି ସେଠାରେ ଛୋଟ ଖଣ୍ଡର ଲେମ୍ବୁ କାଟି ରଖିଦିଅନ୍ତୁ ଦେଖିବେ ପିମ୍ପୁଡି ଆଉ ସେଠାରେ ନଜର ଆସିବେନାହିଁ।