ଚା’ ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ପେଟରେ ହୋଇପାରେ ବିଷକ୍ରିୟା

ସାରା ଦୁନିଆର ପ୍ରାୟ ଅର୍ଦ୍ଧାଧିକ ଲୋକ ଚା’ରୁ ନିଜ ଦିନ ଆରମ୍ଭ କରିଥାନ୍ତି। ସକାଳୁ ସକାଳୁ ଚା’ କପେ ପିଇ ଦେଲେ ଦିନ ସାରା ଫ୍ରେସ୍‌ ଲାଗିଥାଏ। ଶରୀର ଫୂର୍ତ୍ତି ରହିଥାଏ। ଯଦି ଆପଣ ବି ଚା’ ପ୍ରେମୀ ତେବେ ଦିନରେ ଅନେକ ଥର ଚା’ ପିଉଥିବେ। ସକାଳ ହେଉ କି ଦ୍ୱିପ୍ରହର କି ସନ୍ଧ୍ୟା, ସବୁବେଳେ ଚା’ ଶରୀରକୁ ସତେଜ ରଖିଥାଏ। କ୍ଷୀର ଚା’ ବ୍ୟତୀତ ଦୁନିଆରେ ଲୋକମାନେ ବିଭିନ୍ନ ପ୍ରକାରର ଚା’ ସେବନ କରିଥାନ୍ତି। ଗ୍ରୀନ୍‌ ଟି, ବ୍ଲାକ୍‌ ଟି ଠାରୁ ଆରମ୍ଭ କରି କେମୋମାଇଲ ଓ ତୁଳସୀ ଚା’ ଯାଏଁ ଲୋକମାନେ ବିଭିନ୍ନ ପ୍ରକାରର ଚା’ ପିଇଥାନ୍ତି। କିନ୍ତୁ କେତେକ ଏମିତି ଜିନିଷ ରହିଛି, ଯାହାକୁ ଚା’ ସହ ସେବନ କରିବା ମନା। ଯଦି ଏମିତି କରାଯାଏ ତେବେ ଶରୀର ଉପରେ କୁପ୍ରଭାବ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା ଚା’ ସହ କି କି ଜିନିଷ ଖାଇବା ମନା…

ଡ୍ରାଏ ଫ୍ରୁଟ୍ସ:

କ୍ଷୀର ସହ ଆଇରନ୍‌ଯୁକ୍ତ ଦ୍ରବ୍ୟ ଖାଆନ୍ତୁ ନାହିଁ। ରିସର୍ଚ୍ଚ ମୁତାବକ, ଡ୍ରାଏ ଫ୍ରୁଟ୍ସରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଥାଏ। ଏଣୁ ଯଦି ଚା’ ସହ ଡ୍ରାଏ ଫ୍ରୁଟ୍‌ସ ଖାଉଥାନ୍ତି ତେବେ ଦେହ ଖରାପ ହେବାର ସମ୍ଭାବନା ରହିଛି।

ଆଇରନ୍‌ଯୁକ୍ତ ପନିପରିବା:

ଚା’ ସହ ଆଇରନ୍‌ଯୁକ୍ତ ପନିପରିବା ଖାଆନ୍ତୁ ନାହିଁ। ଚା’ରେ ଟେନିନ୍‌ ଓ ଅକ୍ସାଲେଟ୍‌ ରହିଥାଏ, ଯାହା ଆଇରନ୍‌କୁ ଅବ୍‌ଜର୍ଭ କରିବାକୁ ରୋକିଥାଏ। ଏଣୁ ଆଇରନ୍‌ଯୁକ୍ତ ଖାଦ୍ୟ ପଦାର୍ଥ ଯଥା-ଡ୍ରାଏ ଫ୍ରୁଟ୍ସ, ସବୁଜ ପନିପରିବା, ଖାଦ୍ୟଶସ୍ୟ, ଡାଲି ଆଦି ଚା’ ସହ ଖାଆନ୍ତୁ ନାହିଁ।

ଲେମ୍ବୁ:

ଚା’ ସହ ଲେମ୍ବୁ ଭଳି ଖଟା ଜିନିଷ ଖାଇବାରୁ ବିରତ ରୁହନ୍ତୁ। ଏହା ଦ୍ୱାରା ଶରୀରରେ ଆଲର୍ଜି ହୋଇପାରେ।

tea
Image Credit: Eat This

ବେସନ:

ପକୁଡ଼ି କିମ୍ବା ଛଣା ଜିନିଷ ସହ ଚା’ ପିଇବା ସାଧାରଣ ହୋଇଥାଏ। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, ଚା’ ସହ ବେସନରେ ତିଆରି ଜିନିଷ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ଏଣୁ ଚା’ ସହ କେବେ ବି ବେସନରେ ତିଆରି ଜିନିଷ ଖାଆନ୍ତୁ ନାହିଁ।

ହଳଦୀ:

ହଳଦୀ ଶରୀର ପାଇଁ ଉପକାରୀ ହୋଇଥାଏ। କିନ୍ତୁ ଏହାକୁ ଚା’ ସହ ସେବନ କରିବା ଶରୀର ପାଇଁ ଅନୁକୂଳ ହୋଇନଥାଏ। ଏହାକୁ ଏକାଠି ଖାଇଲେ ଗ୍ୟାସ୍‌, ଅପଚ ଭଳି ସମସ୍ୟା ଦେଖା ଦେଇଥାଏ।

ଥଣ୍ଡା ଜିନିଷ:

କେବେ କୌଣସି ଥଣ୍ଡା ଜିନିଷକୁ ଗରମ ଚା’ ସହ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଦାନ୍ତ ବିନ୍ଧା ହେବା ସହ ପାଚନ ସମସ୍ୟା ଦେଖାଦେଇଥାଏ।

Also Read: ବଲିଉଡ୍‌ ପରେ ଟଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ପ୍ରେମିକା ରିୟା ଚକ୍ରବର୍ତ୍ତୀ, ଏହି ପ୍ରଡ୍ୟୁସର ଦେଲେ ଅଫର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.