ତ୍ୱଚାର ଉଜ୍ୱଳତା ହ୍ରାସ କରେ ଏଭଳି ଖାଦ୍ୟ! ଜାଣନ୍ତୁ କ’ଣ ଖାଇବେ, କ’ଣ ନାହିଁ

ତ୍ୱଚାର ଉଜ୍ୱଳତା ବଢ଼ିବା ଓ କମିବା ଖାଦ୍ୟ ଉପରେ ହିଁ ନିର୍ଭର କରିଥାଏ। ମଣିଷର ଖାଇବା ଅଭ୍ୟାସ ଅନୁସାରେ ହିଁ ତ୍ୱଚାର ଅବସ୍ଥା ନିର୍ଭର କରେ। କେବଳ ତ୍ୱଚା ନୁହେଁ, ପୂରା ଶରୀର ଖାଦ୍ୟ ଅନୁସାରେ ଗଢ଼ି ହୋଇଥାଏ। ଖାଦ୍ୟରେ ଏପଟ ସେପଟ ହେଲେ ତ୍ୱଚାରେ ବ୍ରଣ, କଳାଦାଗ ଆଦି ଦେଖା ଦେଇଥାଏ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ପରିମାଣରେ ଖାଇଲେ ତ୍ୱଚା ଖରାପ ହୋଇଥାଏ। ଚାଲନ୍ତୁ ସେ ଖାଦ୍ୟଗୁଡ଼ିକୁ ଚିହ୍ନିବା।

* ଅତ୍ୟଧିକ ପରିମାଣର କ୍ଷୀର, ଛେନା, ଦହି କିମ୍ବା କୌଣସି ପ୍ରକାରର କ୍ଷୀର ଜାତୀୟ ଖାଦ୍ୟ ତ୍ୱଚା ପାଇଁ ଭଲ ହୋଇନଥାଏ। ଏଥିରୁ ପ୍ରୋଟିନ୍ ମିଳୁଥିବା ହେତୁ ଏହାକୁ ସଂପୂର୍ଣ୍ଣ ନ ଖାଇ ରହି ହେବ ନାହିଁ ସତ, ମାତ୍ର ପରିମାଣ ଆୟତ୍ତରେ ରହିଲେ ଭଲ।

* ମଟର, ଚଣା, ସୋୟାବିନ୍ କିମ୍ବା କୌଣସି ଡାଲି ଜାତୀୟ ଖାଦ୍ୟ ବି ପ୍ରଚୁର ଖାଇବା ତ୍ୱଚା ପକ୍ଷେ ଭଲ ହୋଇନଥାଏ। ଏହାକୁ ବେଶି ଖାଇଲେ ଗ୍ୟାସ୍ ହେବାର ସମ୍ବାବନା ରହିଛି। ଗ୍ୟାସ୍ ହେଲେ ତ୍ୱାଚା ରୁକ୍ଷ ଦିଶେ।

*ଶସ୍ତା ତୈଳରେ ରୋଷେଇ କରି ଖାଇଲେ ବି ତାହା ତ୍ୱଚାକୁ ପ୍ରଭାବିତ କରିଥାଏ। ତ୍ୱଚାର ଗୁଣବତ୍ତା ହ୍ରାସ ପାଇଁ ମୁହଁରେ ବାର୍ଦ୍ଧକ୍ୟପଣ ଦିଶେ।

*କ୍ୟାଫିନ୍ ଥିବା ଖାଦ୍ୟ ପାନୀୟ ବି ତ୍ୱଚା ପାଇଁ ଭଲ ନୁହେଁ। ଆପଣଙ୍କ ନିତି ରୁଟିନ ଚା’ କିମ୍ବା କଫି ନିଶ୍ଚୟ ରହିଥିବ। ମନେ ରଖନ୍ତୁ ଏସବୁ ତ୍ୱଚା ପାଇଁ ଆଦୌ ବି ଭଲ ନୁହେଁ।

Leave A Reply

Your email address will not be published.