ହାଡ଼ରୁ କ୍ୟାଲସିୟମକୁ ପୁରା ଶୋଷି ନେଇଥାଏ ଏହି ସବୁ ଜିନିଷ, ଖାଇବା ର୍ପୂବରୁ ହୋଇ ଯାଆନ୍ତୁ ସତର୍କ

ହାଡ଼କୁ ମଜବୁତ ରଖିବା ପାଇଁ ଆପଣଙ୍କୁ ଏମିତି ଜିନିଷର ଆବଶ୍ୟକତା ରହିଛି ଯେଉଁଥିରେ କ୍ୟାଲସିୟମ ଓ ଭିଟାମିନ ଡି ଭରପୁର ରହିଛି । ଆଜିକାଲିର ବ୍ୟସ୍ତ ଜୀବନରେ ଲୋକଙ୍କ ପାଖରେ ନିଜ ଖାଦ୍ୟ ପାନୀୟର ଯତ୍ନ ନେବା ପାଇଁ ସମୟ ନଥାଏ । ସମୟ ଅଭାବରୁ ଲୋକେ ଏପରି ଜିନିଷକୁ ଖାଇବାକୁ ବାଛିଥାନ୍ତି ଯାହା କମ ସମୟରେ ପ୍ରସ୍ତୁତି ହୋଇଥାଏ । ଅଧିକାଂଶ ଲୋକେ ଘରର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟକୁ ପସନ୍ଦ କରିଥାନ୍ତି ।

ହେଲେ ଫ୍ରାଏଡ,ଜଙ୍କ ଫୁଡ,ଫାଷ୍ଟ ଫୁଡ,ମିଠା, କଫିନ ଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କ ହାଡ଼ ଦୁର୍ବଳ ହୋଇପାରେ । ଯଦି ସମ୍ଭବ ଏହି ସବୁ ଖାଦ୍ୟ ବିଲକୁଲ ସେବନ ନ କରିବା ହାଡ଼ ପାଇଁ ବହୁତ ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ହାଡ଼ରୁ କ୍ୟାଲସିୟମ ଓ ଭିଟାମିନ ଡି ଶୋଷି ନେଇଥାଏ ।

ମାତ୍ରାଧିକ ଲୁଣଯୁକ୍ତ ଖାଦ୍ୟ

ବହୁତ ଅଧିକ ଲୁଣ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା କ୍ୟାଲସିୟମ ସ୍ତର କମ କରିଥାଏ । ଓଷ୍ଟିଓପୋରୋସିସ ବିପଦକୁ ଏହା ବଢ଼ାଇଥାଏ । ଯାହା ହାଡ଼କୁ ଦୁର୍ବଳ କରିଥାଏ ।

ମିଠା ଖାଦ୍ୟ

ବହୁତ ଅଧିକ ମିଠା ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଏହା କ୍ଷତି ପହଞ୍ଚାଇଥାଏ । ଯେତେବେଳେ ଆପଣ ବହୁତ ଅଧିକ ଚିନି ଖାଇଥାନ୍ତି ଓ ଆବଶ୍ୟକ ପୋଷକ ତତ୍ତ୍ୱର ଖାଦ୍ୟ ନ ନିଅନ୍ତି,ସେତେବେଳେ ଆପଣଙ୍କ ହାଡ଼ରୁ କ୍ୟାଲସିୟମ ଅବଶୋଷିତ ହୋଇଯାଏ ଓ ହାଡ଼ ଦୁର୍ବଳ ହୋଇଥାଏ ।

କେଫିନ

ବିଶେଷ କରି ମହିଳାଙ୍କ ହାଡ଼ ଦୁର୍ବଳ କରିବାରେ କେଫିନ ଦାୟୀ ହୋଇଥାଏ । କେଫିନ ହାଡ଼ରୁ କ୍ୟାଳସିୟମ ବାହାର କରିଦେଇଥାଏ ଓ ଏହାକୁ ଦୁର୍ବଳ କରିଦେଇଥାଏ । ତେଣୁ ଅଧିକ କଫିଯୁକ୍ତ ପାନୀୟ ସେବନ କରିବା କ୍ଷତିକାରକ ହୋଇଥାଏ ।

ସୋଡ଼ା ଓ ମଦ

ଅଧିକ ସୋଡା ପିଇବା ଦ୍ୱାରା ମହିଳାଙ୍କ ହିପ ଫାକ୍ଚର ଆଶଙ୍କା ବଢ଼ିଥାଏ । ସୋଡ଼ା ଶରୀରର କ୍ୟାଲସିୟମକୁ ଅବଶୋଷିତ କରିଥାଏ । ମଦ ପିଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ ।

ଅଧିକ ଚିକେନ

ପଶୁଙ୍କ ପ୍ରୋଟିନରେ ଅମ୍ଳ ମାତ୍ରା ଅଧିକ ଥିବାରୁ ଏହା ଡାଡ଼କୁ କମଜୋର କରିଥାଏ । ତେଣୁ ଅଧିକ ମାତ୍ରାରେ ଚିକେନ ଖାଇବା ଠିକ ନୁହେଁ ।

Leave A Reply

Your email address will not be published.