ମନେ ରହୁନି କି କିଛି କଥା : ଖାଆନ୍ତୁ ଏହି ସବୁ ଖାଦ୍ୟ ଓ ବଢାନ୍ତୁ ନିଜର ସ୍ମରଣ ଶକ୍ତି

ବୃଦ୍ଧ ବୟସରେ କିଛି କଥା ଭୁଲିଯିବା ତ ସାଧାରଣ କଥା କିନ୍ତୁ ବେଳେ ବେଳେ ଯୁବପିଢି ଓ ଛୋଟ ପିଲା ମଧ୍ୟ ଅନେକ କିଛି ଭୁଲିଯାଆନ୍ତି । ଯାହା ପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ । ଆପଣ ଜାଣିଥିବେ ଯେ ବହୁତ ସମୟରେ ଅନେକ ଲୋକ କମ ବୟସରୁ କେଉଁଠାରେ କେଉଁ ଜିନିଷ ରଖିଛନ୍ତି ଓ ସେମାନେ କେଉଁ କାମ କରିବେ ତାହା ମଧ୍ୟ ଭୁଲିଯାଆନ୍ତି। ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ। ଯଦି ଆପଣଙ୍କ ମେମୋରୀ ଠିିକ ଭାବେ ପରିଚାଳିତ ହେଉନଥିବ ତେବେ ଏମିତି ସମସ୍ୟା ଦେଖାଯାଇଥାଏ । ମେମୋରୀ ପାୱାର ବଢିବା ଓ କମିବା ଉପରେ ମୂଳ ଜିନିଷ ହେଉଛି ଖାଦ୍ୟ ।

ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାର ସ୍ମରଣ ଶକ୍ତି ଅଧିକ ହେବ :

ଓମେଗା ୩ ଫ୍ୟାଟ୍ସ

chia seeds
Picture Credit – Slurp Farm

ରିସର୍ଚ୍ଚ ଅନୁଯାୟୀ ଓମେଗା – ୩ ଏସିଡ୍‌ ଯୁକ୍ତ ଖାଦ୍ୟ ବ୍ରେନ ଫନ୍‌କ୍ସନ ଠିକ ଭାବେ କରାଇଥାଏ । ଓମେଗା – ୩ ଏସିଡ ଯୁକ୍ତ ଖାଦ୍ୟ ଖାସ କରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆବଶ୍ୟକ କାରଣ ଏହା ମେମୋରୀ ପାୱାର ବୁଷ୍ଟ କରାଇଥାଏ । ଏହା ସହିତ ଫୋକସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆପଣ ଯଦି ବାରମ୍ବାର କୌଣସି ଜିନିଷ ବିଷୟରେ ଭୁଲି ଯାଉଛନ୍ତି ତେବେ ଆପଣ ଓମେଗା ୩ ଏସିଡ ଯୁକ୍ତ ଖାଦ୍ୟ ଯେମିତି କି ସାଲମନ ଫିସ୍‌, ତୁନା ଫିସ୍‌, ଫ୍ଲାକ୍ସିଡ,ଚିଆ ସିଡ୍‌, ମେଲନ ସିଡ୍‌,ସନଫ୍ଲାୱାରର୍‌ ସିଡ୍‌କୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ।

ପାଣି

water
Picture Credit – NEDC

ଆପଣଙ୍କୁ ହୁଏତ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ଯେ ପାଣି ପିଇବା ଦ୍ୱାରା କଣ ସ୍ମରଣ ଶକ୍ତି ବଢିଥାଏ ? କିନ୍ତୁ ଏହା ହିଁ ସତ । ଯିଏ କମ୍‌ ପାଣି ପିଏ ତାଙ୍କର ସ୍ମରଣ ଶକ୍ତି କମ୍‌ ହୋଇଥାଏ ଓ ଯିଏ ଅଧିକ ପାଣି ପିଏ ସେ ଅଧିକ ସମୟ ପର୍ଯ୍ୟନ୍ତ ସବୁ ଜିନିଷ ମନେ ରଖି ପାରନ୍ତି । ଆପଣଙ୍କୁ ଦିନକୁ ପ୍ରାୟ ୧.୫ ଲିଟରରୁ ଅଧିକ ପାଣି ପିଇବା ଦରକାର ।

ଶେଓ

ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଶେଓ ସାହାଯ୍ୟ କରେ। ଏଥିରେ କ୍ୟୁରୋସିଟେନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହାକି ମସ୍ତିଷ୍କ କୋଷିକାକୁ ନଷ୍ଟ ହେବାରୁ ବଞ୍ଚାଏ। ମସ୍ତିଷ୍କ କୋଷିକା ନଷ୍ଟ ହେଲେ ବୌଦ୍ଧିକ କ୍ଷମତା କମିଯାଏ । ଶେଓ ବୌଦ୍ଧିକ କ୍ଷମତା ଠିକ ରଖିବାରେ ସାହାଯ୍ୟ କରେ । ସେଓକୁ ପ୍ରତିଦିନ ଖାଇବା ପାଇଁ ସବୁ ଡାକ୍ତକ ପରାମର୍ଶ ଦେଇ ଥାଆନ୍ତି ।

ଓଟ୍ସ

apple
Picture Credit – Real simple

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଓଟ୍ସରେ ଅଧିକ ମାତ୍ରାରେ ଭିଟାମିନ-ଇ, ଭିଟାମିନ୍‌ – ବି, ପୋଟାସିୟମ ଓ ଜିଙ୍କ ପ୍ରଚୁର ପରିମାଣରେ ଥାଏ ଯାହାକି ବ୍ରେନ ଫନ୍‌ କ୍ସନ୍‌ କରାଇବାରେ ଅଧିକ କ୍ଷମତା ଦେଇଥାଏ । ତେଣଉ ଆପଣ ଏହାକୁ ନିଜ ଖାଦ୍ୟ ଲିଷ୍ଟରେ ଆଡ୍‌ କରନ୍ତୁ । ସବୁଜ ପରନିପରିବା ଆପଣଙ୍କୁ ଅଧିକ ମାତ୍ରାରେ ସବୁଜ ପନିପରିବା ଯେପରି ବ୍ରକ୍କଲି,ବିଭିନ୍ନ ପ୍ରକାର ଶାଗ,ମଟର ଛୁଇଁ ଆଦି ଗ୍ରୀନ ଭେଜିଟେବୁଲ ଖାଇବା ଦରକାର ନିଜର ସ୍ମରଣ ଶକ୍ତିକୁ ବଢାଇବା ପାଇଁ ।

ବ୍ରାହ୍ମି

ବ୍ରାହ୍ମି ସ୍ମରଣ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ। ମସ୍ତିସ୍କର ସବୁ ସ୍ନାୟୁକୁ ସୁସ୍ଥ ରଖିବାରେ ଏହା ପ୍ରମୁଖ ଭୂମିକା ନିଭାଏ। ବ୍ରାହ୍ମିରେ ବୈକୋସାଇଟ ଓ ସିଟଗ୍ମୋଷ୍ଟେରୋଲ ଭଳି ବାୟୋ ଏକ୍ଟିଭ ତତ୍ୱଥାଏ । ଯାହାକି ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତାରେ ସୁଧାର ଆଣିଥାଏ। ଏହାଛଡା ସବୁ ଜିନିଷକୁ ମନେ ପକାଇବା ପାଇଁ ଏହା ସାହାଯ୍ୟ କରେ ।

ଗ୍ରୀନ ଟି ଓ ନ୍ୟୁାଟୁରାଲ ଫ୍ରୁଟ୍ସ

fruits
Picture Credit – Education.

ଆପଣ ଯଦି ଓଜନ କମାଇବା ପାଇଁ ଚାହୁଁଥାଆନ୍ତି ତେବେ ଆପଣ ଗ୍ରିନ ଟି ପିଇଥାଆନ୍ତି କିନ୍ତୁ ବର୍ତ୍ତମାନ ଏହା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ସାହାଯ୍ୟ କରିବ । ତେଣୁ ଆପଣ ଦିନକୁ ଦୁଇ ଥର ଗ୍ରୀନ ଟି ପିଇ ପାରିବେ । ଏହାଛଡା ଆପଣ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଆନ୍ତୁ କାରଣ ଏହା ମଧ୍ୟ ମସ୍ତିସ୍କର ସ୍ନାୟୁକୁ ଶକ୍ତି ଯୋଗାଇଥାଏ । ଯାହ ପାଇଁ ମେମୋରୀ ପାୱାର ମଧ୍ୟ ବଢିଥାଏ ।

ଶଙ୍ଖପୁଷ୍ପି

shankhapusphi
Picture Credit – Apni kheti

ଶଙ୍ଖପୁଷ୍ପି ହେଉଛି ଏକ ଆୟୁର୍ବେଦିକ ଚିକିତ୍ସାର ଉତ୍ସ । ଆପଣ ଏହାର ସିରପ୍‌ କୌଣସି ମେଡିସିନ ଷ୍ଟୋରରେ ପାଇଯିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି । ତେଣୁ ଆପଣ ଏହାକୁ ନିୟମିତ ପିଇପାରିବେ । ଅପରାଜିତା ଫୁଲ ହେଉଛି ଶଙ୍ଖପୁଷ୍ପି ଫୁଲର ଏକ ପ୍ରଜାତି ତେଣୁ ଆପଣ ଅପରାଜିତା ଫୁଲକୁ ମଧ୍ୟ ଗରମ ପାଣିରେ କିଛି ସମୟ ରଖି ପିଇପାରିବେ । ଏହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଭଲ ଭାବେ ନିଦ ହୋଇଥାଏ । ଏହା ସ୍ମରଣ ଶକ୍ତିକୁ ବଢ଼ାଇବାରେ ରାମବାଣ ଭଳି କାମ କରେ। ଏହା ମସ୍ତିଷ୍କର କୋଷିକାକୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ ।
ଶରୀରରେ କୌଣସି ସ୍ଥାନରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଅନେକ କଥା ଭୁଲି ଯାଇଥାଆନ୍ତି ଲୋକ । ତେଣୁ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହା ଛଡା ଆପଣ କ୍ଷୀର ଓ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.