ମନରେ ଭଲ ପାଇବା ସୃଷ୍ଟି କରେ ‘ଲଭ୍‌ ହରମୋନ୍‌’, ବଢ଼ାଇବା ପାଇଁ ନିଶ୍ଚୟ ଖାଆନ୍ତୁ ଏସବୁ ଖାଦ୍ୟ

ଅକ୍ସିଟୋସିନ୍‌ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଏହାକୁ ଲଭ୍‌ ହରମୋନ୍‌, କଡଲ ହରମୋନ୍‌ ଓ ବଣ୍ଡିଂ ହରମୋନ୍‌ ମଧ୍ୟ କୁହାଯାଏ। ମନରେ ଭଲ ପାଇବା ସୃଷ୍ଟି କରିବାରେ ଏହି ହରମୋନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରେମ ଜାଗ୍ରତ କରିବା ପାଇଁ ଲଭ୍‌ ହରମୋନ୍‌ କ୍ଷରଣ ହେବା ନିହାତି ଜରୁରୀ।

ଲଭ୍‌ ହରମୋନ୍‌ କ୍ଷରଣ ହେଲେ ଶରୀରରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଏ। ଏକ ଅଜବ ଧରଣର ଅନୁଭବ ହୁଏ। କାହାକୁ ଆଲିଙ୍ଗନ କରିବାକୁ, ଚୁମ୍ବନ ଦେବାକୁ ଓ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ହୁଏ। ଏହା ମାନସିକତା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଏହି ହରମୋନ୍‌ କ୍ଷରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେଭଳି କିଛି ଖାଦ୍ୟ ପଦାର୍ଥ ବିଷୟରେ ଯାହା ପ୍ରାକୃତିକ ଭାବେ ଅକ୍ସିଟୋସିନ୍‌ ଲେବଲ ବଢ଼ାଇବାରେ ସାହାଯ୍ୟ କରେ।

ଭିଟାମିନ୍‌ ଡି ଓ ଓମେଗା-୩ ଫ୍ୟାଟି ଏସିଡ୍‌ରେ ଭରପୂର ସେଲମନ୍‌ ଫିସ୍‌ ଖାଇବା ଦ୍ୱାରା ଅକ୍ସିଟୋସିନ୍‌ ସ୍ୱାଭାବିକ ଭାବେ ବୃଦ୍ଧି ପାଏ।

ଲଭ୍‌ ହରମୋନ୍‌ କ୍ଷରଣ ପାଇଁ କମଳା ଜୁସ୍‌ ହେଉଛି ସବୁଠୁ ଭଲ ବିକଳ୍ପ। ଏଥିରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଥାଏ, ଯାହା ଅକ୍ସିଟୋସିନ୍‌ ବୃଦ୍ଧି କରେ।

ଅକ୍ସିଟୋସିନ୍‌ ଲେବଲ ବୃଦ୍ଧି କରିବାରେ ଚିୟା ସିଡ୍ସ ବେଶ୍‌ ସହାୟକ ହୋଇଥାଏ।

ଲଭ୍‌ ହରମୋନ୍‌ ବୃଦ୍ଧି ପାଇଁ ଆପଣ ଡାର୍କ ଚକୋଲେଟ୍‌ ବି ଖାଇପାରିବେ।

କଫି ଓ ବ୍ରୋକଲି ମଧ୍ୟ ଲଭ୍‌ ହରମୋନ୍‌ ସୃଷ୍ଟି କରେ ଓ ବ୍ୟକ୍ତି ମନରେ ପ୍ରେମ ଭରିଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.