ଲାଇଫ୍ ଷ୍ଟାଇଲ୍

ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ: ବୟସ ହେବା ଯାଏଁ ଝଡିବନି କେଶ

କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି। କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବା ମାମଲା ସାମ୍ନାକୁ ଆସେ । ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ । କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ୱାରା କେଶ ଝଡ଼ିବା ରୋକିବାରେ ସାହାଯ୍ୟ ମିଳିଥାଏ । ଏହା ଦ୍ୱାରା କେଶ ମୋଟା ଲମ୍ବା ଏବଂ ସୁସ୍ଥ ମଧ୍ୟ ରହିଥାଏ । ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ । ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ ।ଜାଣନ୍ତୁ କେଶ ଝଡ଼ିବା ବନ୍ଦ କରିବାକୁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ।

ମାଛ – ଯେଉଁ ମାଛରେ ଆବଶ୍ୟକୀୟ ଫ୍ୟାଟି ଏସିଡ, ଓମେଗା -୩ ଏବଂ ଭିଟାମିନ୍ ଡି ରହିଛି ତାହା ସେବନ କରିବା ଉଚିତ । ଫ୍ୟାଟି ଏସିଡ ଯୁକ୍ତ ମାଛ ପ୍ରୋଟିନ୍, ସେଲେନିୟମ୍ ଏବଂ ବି ଭିଟାମିନ୍ ର ଏକ ଉତ୍ତମ ଉତ୍ସ, ଯାହା କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଅଣ୍ଡା – ଅଣ୍ଡା ମଲ୍ଟିଭାଇଟାମିନ୍ ପରି, କାରଣ ଏଥିରେ ବିଭିନ୍ନ ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି । ପ୍ରୋଟିନ୍, ବାୟୋଟିନ୍, ସେଲେନିୟମ୍ ଏବଂ ଜିଙ୍କ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା କେଶ ଝଡ଼ିବା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ।କମ୍ ପ୍ରୋଟିନ୍ଯୁକ୍ତ ଖାଦ୍ୟ କେଶ ବଢ଼ିବାରେ ରୋକିଥାଏ ଯାହାଫଳରେ କେଶ ଦୁର୍ବଳ ହୋଇ ଝଡିଥାଏ ।

ଫଳ – ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ସାମିଲ କରନ୍ତୁ ଯାହା ସୁସ୍ଥ କେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜାମୁକୋଳି, ଚେରି, ଅଙ୍ଗୁର, କମଳା ଆଦି ଫଳରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା କେଶର ଫୋଲିକଲ୍ସକୁ ମୁକ୍ତ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ ସି ଆପଣଙ୍କ ଶରୀରକୁ ଆଇରନ ଶୋଷିବାରେ ସାହାଯ୍ୟ କରେ ଏବଂ କୋଲାଜେନ୍ ତିଆରି କରିବାରେ ସାହାଯ୍ୟ କରେ, ଯାହା ପ୍ରୋଟିନ୍ ମଧ୍ୟରୁ ଗୋଟିଏ ଯାହା କେଶ ନିର୍ମାଣ କରିଥାଏ ଏବଂ କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ ।

ବାଦାମ ଏବଂ ମଞ୍ଜି – ଏହି ପୁଷ୍ଟିକର ଖାଦ୍ୟରେ ଅନେକ ପୋଷକ ତତ୍ତ୍ୱ ରହିଛି। ଭିଟାମିନ୍ ଇ, ଜିଙ୍କ, ସେଲେନିୟମ୍ ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ରହିଛି ଯାହା କେଶ ଝଡିବାରେ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଖରୋଟ, ବ୍ରାଜିଲ ନଟ, ବାଦାମ, ସନ ବିଜ, ଚିଆ ବିଜ ଆଦି କେଶ ପାଇଁ ଲାଭଦାୟକ ।

ପାଳଙ୍ଗ – କେତେକ କ୍ଷେତ୍ରରେ, କେଶ ଝଡିବାର କାରଣ ହେଉଛି ଖଣିଜ ଅଭାବ । ଆପଣଙ୍କ ଖାଦ୍ୟରେ ଏମିତି କୌଣସି ଅଭାବ ଯେମିତି ନ ରହେ ଯାହା କେଶ ଝଡିବାର କାରଣ ହୋଇଥାଏ, ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ପାଳଙ୍ଗ ନିଶ୍ଚିତ ଭାବରେ ଆପଣଙ୍କ କେଶ ପାଇଁ ପୋଷକ ତତ୍ତ୍ୱ ଯୋଗାଇପାରେ ।

ବିଟ – ବିଟରେ ଭରପୁର ମାତ୍ରାରେ ନାଇଟ୍ରେଟ୍ ରହିଛି । ଏକ ଅଧ୍ୟୟନ ଅନୁଯାୟୀ, ବିଟ ଆପଣଙ୍କ କେଶ ଫୋଲିକଲରେ ଅକ୍ସିଜେନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ ।

 

KNews Bureau

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 seconds ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

9 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

26 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

40 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

53 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

54 mins ago