ଶୀତଦିନେ ଗୋଇଠି ଫାଟିଲେ ଆପଣାନ୍ତୁ ଏହିସବୁ ସହଜ ଉପାୟ

ସବୁ ଋତୁ ଅପେକ୍ଷା ଶୀତଦିନରେ ଶରୀର ପ୍ରତି ଖାସ୍‌ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଏହିଦିନ ଜଳବାୟୁ କାରଣରୁ ତ୍ୱଚା ଶୁଷ୍କ ହୋଇଯାଏ। ତ୍ୱଚାକୁ ମୁଲାୟମ ରଖିବା ପାଇଁ ଅନେକ ପ୍ରକାରର ଘରୋଇ ଟିପ୍ସ ମଧ୍ୟ ଆପଣାଯାଏ। କିନ୍ତୁ ଏହାର ରେଜଲ୍ଟ ଯଦି ଭଲ ନଆସେ ତେବେ ଏହା ଚିନ୍ତାର କାରଣ ପାଲଟିଯାଏ। ମୁହଁ ହେଉ ଅବା ହାତ କିମ୍ବା ପାଦ, ସବୁ ପ୍ରତି ଏହିସମୟରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ତ୍ୱଚା ଓ ହାତ ପାଇଁ ତ ସମସ୍ତେ କିଛି ନା କିଛି ଉପାୟ ଆପଣାଇଥାନ୍ତି। କିନ୍ତୁ ପାଦ କଥା ଧ୍ୟାନକୁ ଆସିଲେ ସମସ୍ତେ ଚିନ୍ତାରେ ପଡ଼ିଯାନ୍ତି।

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । କିନ୍ତୁ ଏହାରି ମଧ୍ୟରେ ପାଦ ପ୍ରତି ଅଣଦେଖା ହୋଇଯାଏ । ପାଦ ତଥା ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । କାମ କରିବା ସହ ଠିଆ ହେବାରେ ମଧ୍ୟ ସମସ୍ୟା ଦେଖାଯାଏ । ଅନେକ ଯନ୍ତ୍ରଣା ଅନୁଭବ ହୁଏ ।

ଶୀତ ପଡ଼ିବା କ୍ଷଣି ହାତ, ଗୋଡ଼, ଗୋଇଠି ଆଦି ଫାଠିବାକୁ ଲାଗିଥାଏ। ଏମିତିରେ ଆପଣ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ପାଦକୁ ମୁଲାୟମ ରଖିବା ପାଇଁ ସହଜ ଘରୋଇ ଟିପ୍ସ କହିବୁ।ଗୋଡ଼ର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା, ଗୋଡ଼କୁ କୋମଳ ରଖିବାର ଉପାୟ।

କଦଳୀରେ ଆଇରନ ଭରପୂର ମାତ୍ରାରେ ରହିଛି। ଏଥିପାଇଁ ଏହା ଏନିମିଆ ସମସ୍ୟାରେ ମଧ୍ୟ ରାମବାଣ ହୋଇଥାଏ। କଦଳୀ ଚୋପାକୁ ଆପଣ ନିଜ ଗୋଡ଼ର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରିପାରିବେ।

-ଫଟା ଗୋଇଠି ସମସ୍ୟାରୁ ଛୁଟକାରା ପାଇବା ପାଇଁ ଏବଂ ଗୋଡ଼କୁ କୋମଳ ତଥା ମୁଲାୟମ ରଖିବା ପାଇଁ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ।
-ଏଥିପାଇଁ ପ୍ରଥମେ ଗୋଡ଼କୁ ଭଲ ଭାବେ ସଫା କରି ନିଅନ୍ତୁ, ଯେପରି କଦଳୀ ଚୋପାରୁ ମିଳିବାକୁ ଥିବା ତତ୍ତ୍ୱ ସହଜରେ ସ୍କିନ ଭିତରକୁ ଯାଇପାରିବ।
-ଏହାପରେ କଦଳୀ ଚୋପାକୁ ଗୋଡ଼ ଗୋଇଠିରେ ଘଷନ୍ତୁ। ଯେଉଁ ଜାଗାରେ ଗୋଡ଼ ଅଧିକ ଫାଟିଛି, ସେହିଠାରେ ଭଲ ଭାବେ ଲଗାନ୍ତୁ। ୫ ମିନିଟ୍ ପର୍ଯ୍ୟନ୍ତ ମସାଜ କରିବା ପରେ ଗୋଡ଼କୁ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ଆପଣଙ୍କ ଗୋଡ଼ ମୁଲାୟମ ହୋଇଯିବ।

foot care
pc: istock

ଏହାସହ ଆପଣ କିଛି ଘରୋଇ ଉପାୟ ମଧ୍ୟ ଆପଣାଇ ପାରିବେ।

– ଗୋଡକୁ ଉଷୁମ ପାଣିରେ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଭଲ ଭାବେ ପୋଛି ଦିଅନ୍ତୁ । ପରେ ଆଲୋବେରା ଜେଲ ଲଗାନ୍ତୁ । ଏହା ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହାଦ୍ୱାରା ଫାଟଥିବା ସ୍ଥାନକୁ ଆରାମ ମିଳିଥାଏ । ଏହାସହ ଆପଣ ନଡ଼ିଆ ତେଲ ମଧ୍ୟ ଲଗାଇ ପାରିବେ ।
– ପେଟ୍ରୋଲିୟମ ଜେଲି ଫଟା ଗୋଇଠିରେ ଲଗାନ୍ତୁ । ଏହାକୁ ରାତିରେ ଶୋଇବା ସମୟରେ ଲଗାନ୍ତୁ ।

– ଅଟାରେ ମହୁ ମିଶାଇ ପାଦରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚା ନରମ ରହିବ ।

– କଦଳୀ ପେଷ୍ଟକୁ ଫଟା ଗୋଇଠିରେ ଲଗାଇବା ଦ୍ୱାରା ଏହା ଆରାମ ମିଳିଥାଏ । ଏହାକୁ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଭଲ ଭାବେ ଧୋଇ ଦିଅନ୍ତୁ ।

– ଗ୍ଲିସେରିନ ସହ ଗୋଲାପ ଜଳ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । ୧୫ ମିନିଟ ପରେ ଏହାକୁ ଉଷୁମ ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ । ଦେଖିବେ ଆରାମ ମିଳିବ ।

Leave A Reply

Your email address will not be published.