ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ୍‌ ପାଣି, ଭଲ ନିଦ ହେବା ସହ ମିଳିବ ଅନେକ ଫାଇଦା

ସାଧା ପାଣି ଅପେକ୍ଷା ଗରମ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ଏକ ଗ୍ଲାସ୍‌ ଉଷୁମ୍‌ ପାଣି ସହିତ ସକାଳ ଆରମ୍ଭ କରିବାକୁ ପରାମର୍ଶ ଦିଅନ୍ତି । ଗରମ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ନୁହେଁ, ଦୁଇଟି ନୁହେଁ ବରଂ ଅଗଣିତ ଲାଭ ଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ରାତିରେ ଶୋଇବା ପୂର୍ବରୁ ମଧ୍ୟ ଆପଣ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ।

ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଭଲ ନିଦ ହୋଇଥାଏ :
ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇପାରେ । ବିଶେଷ କରି ରାତିରେ ଗରମ ପାଣି ପିଇବା ଦ୍ୱାରା ଷ୍ଟ୍ରେସ୍‌ ଲେବଲ କମ୍‌ ହୋଇଥାଏ । ଯାହା ଭଲ ନିଦକୁ ଦେବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଥଣ୍ଡା ଯୋଗୁ ବନ୍ଦ ନାକ ସଫା କରିବାରେ ଏବଂ ଗଳା ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବା ସହିତ ରାତିସାରା ହାଇଡ୍ରେଟ୍ ରହିବା ବ୍ୟତୀତ ମଧ୍ୟ ଗ୍ୟାସ୍ ଏବଂ ପେଟ ଫୁଲିବା ସମସ୍ୟାକୁ ରୋକିଥାଏ ।

ଏହି ସମସ୍ୟାଗୁଡ଼ିକରେ ମଧ୍ୟ ପ୍ରଭାବଶାଳୀ :
ବଡି ଡିଟକ୍ସ ହୋଇଥାଏ : ଉଷୁମ ପାଣି ପିଇବା ଶରୀରକୁ ଡିଟକ୍ସାଇଫ କରିଥାଏ । ରାତିରେ ଗରମ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସକାଳେ ସହଜରେ ବାହାରିଯାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ : ରାତିରେ ଖାଇବାର ଅଧ ଘଣ୍ଟା ପରେ କିମ୍ବା ଶୋଇବାର ଏକ କିମ୍ବା ଦୁଇ ଘଣ୍ଟା ପୂର୍ବରୁ ଉଷୁମ ପାଣି ପିଅନ୍ତୁ । ବାସ୍ତବରେ ହଜମ ପ୍ରକ୍ରିୟା ରାତିରେ ଦୁର୍ବଳ ହୋଇଯାଏ, ଏପରି ପରିସ୍ଥିତିରେ ଗରମ ପାଣି ପିଇବା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ଏବଂ ସଠିକ୍ ଭାବେ ହଜମ କରାଇବାରେ ଅନେକ ସାହାଯ୍ୟ କରିଥାଏ ।

ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ : ରାତିରେ ଗରମ ପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯାଏ, ଯାହା କୋଷ୍ଠକାଠିନ୍ୟ, ଏସିଡିଟି, ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଷ୍ଟ୍ରେସ୍‌ ଦୂର ହୁଏ : ଯଦି ଆପଣ ପ୍ରାୟତଃ ଟେନ୍‌ସନ୍‌ କିମ୍ବା ଷ୍ଟ୍ରେସ୍‌ରେ ରହୁଛନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଅନ୍ତୁ । ଏହା ଷ୍ଟ୍ରେସ୍‌ ଏବଂ ଡିପ୍ରେସନ୍‌ କମ୍‌ କରିଥାଏ ଯାହା ଦ୍ୱାରା ଭଲ ନିଦ ହୋଇଥାଏ ।

ମେଟାବୋଲିଜିମ୍ ବଢାଇଥାଏ : ଗରମ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ଲେବଲ ଶୀଘ୍ର ବଢିଥାଏ ଏବଂ ଏକ ଓଜନ କମ୍‌ କରାଇବାରେ ମଧ୍ୟ ଅନେକ ସାହାଯ୍ୟ କରିଥାଏ । ବାସ୍ତବରେ ଗରମ ପାଣି ଫ୍ୟାଟ୍‌ କାଟିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଉଚିତ । ଯାହା ଦ୍ୱାରା ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।

 

You might also like