ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି? ଏହି ୬ଟି ଉପାୟରେ ପିଅନ୍ତୁ କ୍ଷୀର

ଶରୀରର ଓଜନକୁ ନେଇ ଆପଣ ଚିନ୍ତିତ କି? ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରି ପାରିବ କ୍ଷୀର। ହଁ, କ୍ଷୀର ସେବନ କଲେ ଶରୀରର ଓଜନ ହ୍ରାସ ପାଇ ପାରିବ। କିନ୍ତୁ ମନେ ରଖନ୍ତୁ, ଏହାର ସେବନ ଠିକ୍‌ ଢଙ୍ଗରେ ହେବା ଉଚିତ୍‌। ଯଦି ଆପଣ ଭୁଲ୍‌ ତରିକାରେ କ୍ଷୀର ପିଇବେ, ତ ଓଜନ କମିବା ବଦଳରେ ଆହୁରି ବଢ଼ିଯିବ। କ୍ଷୀରରେ ଫସ୍‌ଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍‌-ଏ, ଡି ଓ କେ ଭରପୂର ମାତ୍ରାରେ ରହିଛି, ଯାହାକି ସବୁ ପ୍ରକାର ଶାରୀରିକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରି ପାରିବ। ଆସନ୍ତୁ ଜାଣିବା, ଓଜନ ହ୍ରାସ ପାଇଁ କିଭଳି ଭାବେ ଆମେ କ୍ଷୀର ସେବନ କରି ପାରିବା।

-ଓଜନ ହ୍ରାସ ପାଇଁ ସବୁବେଳେ ଲୋ ଫ୍ୟାଟ୍‌ଯୁକ୍ତ କ୍ଷୀର ସେବନ କରନ୍ତୁ। ଫୁଲ୍‌ ଫ୍ୟାଟ୍‌ କ୍ଷୀର ସେବନ କଲେ ଓଜନ ବଢ଼ିଥାଏ।

-ସକାଳ ବ୍ରେକ୍‌ଫାଷ୍ଟରେ ପାଣିରେ ବତୁରା ଯାଇଥିବା ବାଦାମ ସହିତ ଥଣ୍ଡା କ୍ଷୀର ପିଅନ୍ତୁ। ଏହାଦ୍ୱାରା ଓଜନ କମିବ।

-ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ପାଇଥାଏ।

-ସକାଳ ଜଳଖିଆରେ କ୍ଷୀର ସହିତ ଓଟ୍ସ ସେବନ କରନ୍ତୁ। ଏହାଦ୍ୱାରା ଓଜନ ହ୍ରାସ ପାଇବ।

-ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଲୋ ଫ୍ୟାଟ୍‌ଯୁକ୍ତ କ୍ଷୀର ସେବନ କରନ୍ତୁ।

-ଦଲିୟା ଓ କ୍ଷୀର ସେବନ କରିବା ଦ୍ୱାରା ମଧ୍ୟ ଶରୀରର ଓଜନ କମ୍‌ ହୋଇ ପାରେ।

କ୍ଷୀର ସେବନର ଅନ୍ୟାନ୍ୟ ଫାଇଦା

କେସର ମିଶା କ୍ଷୀର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। କେସରରେ ପେପ୍ଟିକ ନାମକ ତତ୍ତ୍ୱ ଭରି ରହିଛି, ଯାହା ପାଚନ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ଷ୍ଟ୍ରେସ ଓ ଡିପ୍ରେସନ ସମସ୍ୟାକୁ ଦୂର କରିବାରେ କେସର ସାହାଯ୍ୟ କରିଥାଏ। ମନକୁ ଶାନ୍ତ କରିବାକୁ ଚାହୁଁଥିଲେ କେସରକୁ ପ୍ରତିଦିନ କ୍ଷୀରରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣ ଚିନ୍ତା ମୁକ୍ତ ରହିବେ।

-ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟକ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଛଡ଼ା କ୍ଷୀରକୁ ଲବଙ୍ଗ ସହିତ ମିଶାଇ ପିଇଲେ ଥଣ୍ଡା ଜନିତ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

-ଲବଙ୍ଗ ମିଶା କ୍ଷୀର ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସବୁଠାରୁ ବଡ କଥା ହେଉଛି, ଏହା ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.