ଜାଣନ୍ତୁ କେଉଁ ସମସ୍ୟା ପାଇଁ କେଉଁ ମନ୍ଦିରରେ ଦାନ କରିବେ କେଉଁ ରଙ୍ଗର ବାନା

ସମସ୍ତ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଛି। ପ୍ରତ୍ୟୋକ ବ୍ୟକ୍ତିଙ୍କର ସମସ୍ୟା କିଛି ସମୟ ରହିଥବା ବେଳେ କିଛିଙ୍କର ଅନିର୍ଦ୍ଧିଷ୍ଟ କାଳ ପାଇଁ ରହିଥାଏ। ଏହି ସମସ୍ୟାର ସମାଧାନ ପାଇ କିଛି ଉପାୟ ନପାଇ ଶେଷକୁ ସମସ୍ତେ ଭଗବାନଙ୍କ ଦ୍ବାରସ୍ଥ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ମନ୍ଦିରରେ ଗ୍ରହ ସମ୍ବନ୍ଧିତ ବାନା ବା ଧ୍ବଜା ଦାନ କରିବା ଦ୍ବାରା ସେହି ସମସ୍ୟାର ସାମାଧାନ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଗ୍ରହ ଦୋଷ ପାଇଁ କେଉଁ ବାନା ଦାନ କରିବା ଲାଭଦାୟକ।

ନାଲି ବାନା :

ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ରହିଛି ତେବେ ତ୍ରିକୋଣ ଆକରର ନାଲି ରଙ୍ଗର ବାନାକୁ ହନୁମାନଙ୍କ ଚରଣରରେ ଅର୍ପଣ କରନ୍ତୁ। ଏହା ପରେ ବାନାକୁ ମନ୍ଦିରରେ ଦାନ କରିଦିଅନ୍ତୁ। ଏହି ଉପାୟରେ ମଙ୍ଗଳ ଗ୍ରହ ସମ୍ବନ୍ଧୀତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଧଳା ବାନା :

ଯଦି ଅପଣଙ୍କ ଜୀବନରେ ଧନପ୍ରାପ୍ତି ସମ୍ବନ୍ଧୀତ ସମସ୍ୟା ରହିଛି ତେବେ ମା ଲକ୍ଷ୍ମୀଙ୍କୁ ତ୍ରିକୋଣ ଆକାରର ଧଳା ରଙ୍ଗର ବାନା ଅର୍ପଣ କରନ୍ତୁ। ଏହାକୁ ଆପଣ ନିଜ ଘର ଛାତ ଉପରେ କିମ୍ବା କୌଣସି ମନ୍ଦିରକୁ ମଧ୍ୟ ଲଗାଇ ପାରିବେ। ଏହା ଦ୍ବାରା ଶୁକ୍ର ଗ୍ରହ ସମ୍ବନ୍ଧୀତ ସମସ୍ତ ଫାଇଦା ମଧ୍ୟ ମିଳିଥାଏ। ଶୁକ୍ର ଗ୍ରହ ଦ୍ବାରା ହିଁ ଜୀବନରେ ସମସ୍ତ ପ୍ରକାରର ସୁଖ ସମୃଦ୍ଧି ବଢ଼ିଥାଏ।

ହଳଦିଆ ବାନା :

ଯଦି ଆପଣଙ୍କ ଜୀବନରେ ଗୁରୁ ଗ୍ରହ ଦୋଷ ରହିଛି ତେବେ ଏହାକୁ ଦୂର କରିବା ପାଇଁ ହଳଦିଆ ରଙ୍ଗର ଧ୍ବଜା ଯେକୌଣସି ମନ୍ଦିରରେ ଦାନ କରନ୍ତୁ। ଏହା ପୂର୍ବରୁ ଧ୍ବଜାକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖନ୍ତୁ। ଏହା ଦ୍ବାରା ଗୁରୁ ଗ୍ରହ ଶାନ୍ତ ରହିବା ସହ ଏଥି ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ନୀଳ ବାନା :

ଯଦି ଆପଣଙ୍କ ଜୀବନରେ ଶନିଙ୍କର ପ୍ରଭାବ ରହିଛି ତେବେ ଯେକୌଣସି ମନ୍ଦିରରେ ନୀଳ ରଙ୍ଗର ବାନା ଦାନ କରନ୍ତୁ। ପ୍ରଥମେ ଏହାକୁ ଶନିଙ୍କ ପାଦରେ ଅର୍ପଣ କରନ୍ତୁ ପରେ ତାହାକୁ ମନ୍ଦିରରେ ଦାନ କରନ୍ତୁ। ଏହା ଦ୍ବାରା ଶନିଙ୍କ ପ୍ରଭାବ କମ ହେବା ସହ ସମସ୍ତ ବିଗିଡ଼ିଥିବା କାମ ସୁଧୁରି ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.