ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ଓ କ’ଣ ଆପଣଙ୍କର ଲକି ନମ୍ବର

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭+ ୯

no 1-
P.C. : Astrosaathi.com

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

ଅଙ୍କ ୧ : ଯଦି ଆପଣଙ୍କ ଶୁଭାଙ୍କ ୧ ଅଟେ । ତେବେ ଆପଣଙ୍କ କାନ୍ଧ ଚଉଡା, ମସ୍ତିସ୍କ ଚଉକଣ ଓ ପଂଝା ମଜବୁତ ହୋଇଥିବ । ଏମାନଙ୍କ ଆକାର ଚତୁସ୍କୋଣ ହୋଇଥାଏ । ଏମାନେ ସ୍ଫୁର୍ତ୍ତି ବାଲା ଓ କପଟୀ ହୋଇଥାନ୍ତି । ଏମାନଙ୍କ ନଜର ବହୁତ ତେଜ ହୋଇଥାଏ । ଏମାନେ ଆଖିର ପ୍ରଭାବରେ ବହୁତ କିଛି କରିଦେଇଥାନ୍ତି ।

ଅଗ୍ନି ତତ୍ତ୍ୱ କାରଣରୁ ଏମାନେ ବହୁତ କ୍ରୋଧୀ ହୋଇଥାନ୍ତି । ଅନ୍ୟ ଉପରେ ହାକିମାତି ଜାହିର କରିଥାନ୍ତି । ଏହି କାରଣୁ ଏମାନେ ନିଜର ପରିସ୍ଥିତିକୁ ଅନୁକୁଳ କରି ଦେଇଥାନ୍ତି । ଏମାନେ ସ୍ୱଭାବରେ ଭ୍ରମଣଶୀଳ ହୋଇଥାନ୍ତି । ୫ ଓ ୯ ଅଙ୍କର ବ୍ୟକ୍ତିଙ୍କ ସହ ଏହି ବ୍ୟକ୍ତିଙ୍କର ପଟିଥାଏ ।

ଶୁଭ ରଙ୍ଗ – ହଳଦୀଆ, ଶୁଭ ତିଥି – ୧୦ ଓ ୨୮

କ୍ରମଶଃ……..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.