ବାଳ ଝଡ଼ିବା ରୋକିବା ସହ ଲମ୍ବା ଓ ସୁନ୍ଦର କରିବ ଶୋରିଷ ତେଲ, ଏମିତି କରନ୍ତୁ ବ୍ୟବହାର

ନୂଆଦିଲ୍ଲୀ : ବାଳ ବ୍ୟକ୍ତର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । ଆଉ ବାଳ ଯଦି ଝଡ଼ିଯାଏ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଆତ୍ମ ବିଶ୍ୱାସ ମଧ୍ୟ କମିଯାଇଥାଏ । ଏହାଛଡ଼ା ଖାଦ୍ୟ ପାନୀୟ ଓ ଲାଇଫ ଷ୍ଟାଇଲର ବ୍ୟତିକ୍ରମ ଓ ପ୍ରଦୂଷଣ ବାଳ ନଷ୍ଟର ମୁଖ୍ୟ କାରଣ । ବାଳ ପାଇଁ ଲୋକେ ବ୍ୟୟ ବହୁଳ ଟ୍ରିଟମେଣ୍ଟ ଓ ମେଡିସିନ୍ ଉପଯୋଗ କରୁଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ କହିବୁ ଯାହା ଆପଣଙ୍କ ବାଳ ପାଇଁ ରାମ ବାଣ ସଦୃଶ ହେବ । ବାଳ ପାଇଁ ଶୋରିଷ ତେଲ ।
୧. ମୁଣ୍ଡରେ ଶୋରିଷ ତେଳ ଲଗାଇଲେ ବ୍ଲଡ ସର୍କୁଲେସନ ବଢ଼ାଇଥାଏ । ଫଳରେ ବାଳ ବଢ଼ିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ବାଳ ଝଡ଼ିବା ରୋକିବା ସହ ବାଳ ଲମ୍ବା ହୋଇଥାଏ ।
୨. ଶୋରିଷ ତେଲ ନାଚୁରାଲ କଣ୍ଡିସନର କାମ କରିଥାଏ । ଏଥିରେ ଥିବା ମିନେରାଲ ବାଳକୁ ନରମ କରିଥାଏ । ଏହି ତେଲରେ ଥିବା ଆଲ୍ଫା ଫ୍ୟାଟି ଏସିଡ ବାଳକୁ ସିଲ୍କ କରିଥାଏ ।
୩. ଏହି ତେଲରେ ଥିବା ଜିଙ୍କ୍, ଭିଟାମିନ ଏ, ଡି ଏବଂ ଇ ବାଳ ପାଚିବାରୁ ରକ୍ଷା କରିଥାଏ ଓ ବାଳକୁ କଳା ଗହଭା କରିଥାଏ । ଏଥିରେ ଥିବା ବିଟା କାରେଟିନ ଓ ଫ୍ୟାଟି ଏସିଡ୍ ବାଳକୁ ମଜଭୁତ କରିଥାଏ ।
୪. ବାଳ ଯଦି ଶୁଖା କିମ୍ବା ଛିଣ୍ଡୁଥାଏ ତେବେ ଶୋରିଷ ତେଲ ହେୟାର ପ୍ୟାକ୍ ଲଗାନ୍ତୁ । ଏହା ବାଳକୁ ସୁସ୍ଥ ଓ ସୁନ୍ଦର ରଖିବ ।