କ୍ୟାନ୍ସର ରୋଗୀଙ୍କ ପାଇଁ କେଉଁ ଫଳ ଖାଇବା ଉଚିତ୍‌, ଜାଣନ୍ତୁ

କ୍ୟାନ୍ସର ରୋଗ ହେଲେ ରୋଗୀଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହେଲେ ଉଚିତ୍‌ ଖାଦ୍ୟ ରୋଗୀଙ୍କୁ ରୋଗ ସହ ଲଢ଼ିବାକୁ ଶକ୍ତି ଦେଇଥାଏ । ରୋଗୀଙ୍କ ପାଇଁ ନିୟମିତ ଫଳ ସେବନ ଶରୀରରେ ଶକ୍ତି ଯୋଗାଇବା ସହ ଇମ୍ୟୁନିଟି କ୍ଷମତା ବଢ଼ାଇଥାଏ । ଆଜି ଆସନ୍ତୁ ଜାଣିବା କ୍ୟାନ୍ସର ରୋଗୀଙ୍କ ପାଇଁ କେଉଁ ଫଳ ଲାଭକାରୀ ।

କ୍ୟାନ୍ସରରେ ଖାଆନ୍ତୁ ଏହି ଫଳ

ସନ୍ତରା ଖାଆନ୍ତୁ- ଭିଟାମିନ ସି ରେ ଭରପୁର ହୋଇଥାଏ ସନ୍ତରା । ଏହାଛଡ଼ା ଏଥିରେ କୋଲେଟ, ଥାୟମିନ ଓ ପୋଟାସିୟମ ବି ମିଳିଥାଏ । ଭିଟାମିନ ସି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । କ୍ୟାନ୍ସର ରୋଗ କମାଇବାରେ ଏହାର ମୁଖ୍ୟ ଭୂମିକା ରହିଛି ।

କଦଳୀ – କଦଳୀରେ କ୍ୟାନ୍ସର ଠିକ କରିବାର ତତ୍ତ୍ୱ ମଳିଥାଏ । ଏହାକୁ ଭିଟାମିନର ସ୍ରୋତ ବୋଲି କୁହାଯାଇଥାଏ । ଏଥିରେ ପେକ୍ଟିନ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍ସର ଭଲ କରିବାରେ ସହାୟକ ହୋଇଥାଏ ।

ସେଓ – ସେଓ ଭାରତୀୟ ବଜାରରେ ସହଜରେ ମିଳିଥାଏ । ଏଥିରେ ବହୁ ପ୍ରକାର ପୋଷକ ତତ୍ତ୍ୱ ଓ ଫାଇବର ଥିବାରୁ ଏହା ପାଚନ ତନ୍ତ୍ର ଠିକ କରିଥାଏ । କ୍ୟାନ୍ସରରେ କେମୋଥେରାପୀ ଯୋଗୁ ହାନୀକାରକ ପ୍ରଭାବକୁ କମ କରିବାରେ ଓ ଶରୀରରେ ତରଳ ପଦାର୍ଥର ସ୍ତର ବଢ଼ାଇବାରେ ସେଓ ନିୟମିତ ଖାଇବା ଉଚିତ୍‌ ।

ବେଦନା ବା ଡାଳିମ୍ବ – ଅନ୍ୟ ଫଳ ଭଳି ବେଦନାରେ ପୋଟାସିୟମ, କୋଲେଟ, ଫଲିକ ଏସିଡ ଓ ଭିଟାମିନ ଥାଏ । କେମୋଥେରାପୀ ପରେ ଆପଣଙ୍କ ମସ୍ତିସ୍କ ଉପରେ ପଡୁଥିବା ଦୁଷ୍ପ୍ରଭାବକୁ କମ କରିବା ପାଇଁ ବେଦନା ଏକ ଉପଯୁକ୍ତ ଫଳ ।

Leave A Reply

Your email address will not be published.