ଭଲ ଦରମା ପରେ ମଧ୍ୟ ରହୁନି ଟଙ୍କା, ତେବେ ଗଣେଶ ଚତୁର୍ଥୀରେ ଆପଣାନ୍ତୁ ଏହି ଉପାୟ

ଭଲ ରୋଜଗାର ପରେ ମଧ୍ୟ ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ଦେଖାଯାଉଛି ତେବେ ଏହି ଗଣେଶ ଚତୁର୍ଥୀରେ ଏହାର ସମାଧାନ ହୋଇଯିବ। ଗଣପତିଙ୍କର ସଠିକ୍ ଭାବେ ପୂଜା କରିବା ଦ୍ବାରା ଘରେ ସୁଖଶାନ୍ତି ବଜାୟ ରହିଥାଏ। ଏପରି ମଧ୍ୟ କୁହାଯାଇଥାଏ ଯାହା ଉପରେ ଗଣେଶଙ୍କର ପ୍ରଭାବ ରହିଥାଏ ତାଙ୍କର ସମସ୍ତ ପ୍ରକାରର ସମସ୍ଯା ଦୂର ହୋଇଥାଏ। ଏଣୁ ଗଣେଶଙ୍କୁ ବିଘ୍ନଂନାଶକ ବୋଲି କୁହାଯାଇଥାଏ। ଚଳିତ ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୨୩ ସେପ୍ଟେମ୍ବର ପର୍ଯ୍ଯନ୍ତ ହେବ। ଆଜି ଆମେ ଆପଣଙ୍କୁ ଗଣେଶ ପୂଜା ଦ୍ବାରା ସଫଳତା ହାସଲ କରିବାର ଉପାୟ କହିବାକୁ ଯାଉଛୁ।

ganesh

ଗଣେଶ ଭଗବାନଙ୍କୁ ସିନ୍ଦୁ ବହୁତ ପସନ୍ଦ। ଏଣୁ ତାଙ୍କ ପୂଜା ସମୟରେ ସିନ୍ଦୁର ଶୋଭନଂ ରକ୍ତ ଶୋଭାଗ୍ଯ ସୁଖ ବର୍ଦ୍ଧନମ୍। ଶୁଭନ୍ଦଂ କାମନ୍ଦଂ ଚେବ ସିନ୍ଦୁରଂ ପ୍ରତିଗଗୃହାତମ୍ ||ଓଁ ଗଂ ଗଣପତୟେ ନମଃ|| ଏହି ମନ୍ତ୍ର ପଢ଼ିବା ସହ ଗଣେଶଙ୍କ ମଥାରେ ସିନ୍ଦୁର ଲଗାଇ ଜପ କରନ୍ତୁ।

ଯଦି ଆପଣ ଅର୍ଥ ସମ୍ବନ୍ଧିୟ ସମସ୍ଯା ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଦୈନିକ ଗଣେଶଙ୍କୁ  ପୂଜା କରନ୍ତୁ। ଏହା ଛଡ଼ା ଅର୍ଥିକ ସମସ୍ଯାକୁ ଦୂର କରିବା ପାଇଁ ଗଣେଶଙ୍କ ପାଖରେ ରାଶି ଲଡ଼ୁ, ଦୂବ ଏବଂ ଗାଇର ସୁଧ କ୍ଷୀର ଭୋଗ ଭାବେ ଚଢ଼ାନ୍ତୁ। କିନ୍ତୁ ପୂଜା ସମୟରେ ଦୂବ ଗଣେଶଙ୍କ ମସ୍ତକରେ ରଖିବାର ଅଛି ଚରଣରେ ନୁହଁ।

 

modak

ଗଣେଶଙ୍କ ନିକଟରେ ସୁଖ କାମନା କରୁଥିଲେ ଗଣେଶଙ୍କୁ ପୂଜା କରୁଥିବା ସମୟରେ ଇଦଂ ଅକ୍ଷତମ୍ ଓଁ ଗନ ଗଣପତୟୈ ନମଃ ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଏଥିସହ ଶ୍ରୀ ଗଣାଧିପତୟୈ ନମଃ ମନ୍ତ୍ରର ଜପ କରନ୍ତୁ ଏହା ଦ୍ବାରା ପ୍ରମୋସନର ସମ୍ଭାବନା ରହିଥାଏ।

ଗଣେଶଙ୍କ ମନ୍ଦିରରେ ସୁଧ ଘିଅର ଦୀପ ଲଗାଇବା ଦ୍ବାରା ଆପଣଙ୍କ ସମସ୍ତ ସମସ୍ଯାର ସମାଧାନ ହୋଇଥାଏ। ଏପରି ମଧ୍ୟ କୁହାଯାଇଥାଏ ଯିଏ ବପ୍ପାଙ୍କ ନିକଟରେ ମୋଦକର ଭୋଗ ଲଗାଇଥାନ୍ତି ତାଙ୍କ ସହିତ କିଛି ମଧ୍ୟ ଅମଙ୍ଗଳ ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like