ମହାପାପର ଭାଗିଦାରୀ ହୋଇଥାନ୍ତି ଏହି ୬ କାମ କରୁଥିବା ଲୋକ, ବଞ୍ଚି ଥାଉଁ ଥାଉଁ ପାଆନ୍ତି ନର୍କ ଯନ୍ତ୍ରଣା

ଗରୁଡ ପୁରାଣରେ ଜୀବନ ଓ ମୃତ୍ୟୁକୁ ନେଇ ଅନେକ କାହାଣୀ ବର୍ଣ୍ଣିତ ରହିଛି। ଧର୍ମ ଶାସ୍ତ୍ର ମୁତାବକ ଗରୁଣ ପୁରାଣରେ କୁହାଯାଇଥିବା କଥା ଭଗବାନ ବିଷ୍ଣୁଙ୍କ ଦ୍ୱାରା କୁହାଯାଇଛି। ଯେଉଁଭଳି ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ଚରିତରୁ ବର୍ଣ୍ଣିତ ରହିଛି। ଗରୁଣ ପୁରାଣ ମୁତାବକ ବ୍ୟକ୍ତି ନିଜ କର୍ମ ହିସାବରେ ଫଳ ପାଥାନ୍ତି ଏବଂ ଯଦି ସେ କୌଣସି ଏମିତି କାମ କରୁଛନ୍ତି ଯାହା ମହାମାପ ହୋଇଥାଏ ତାହେଲେ ସେ କେବଳ ନର୍କ ଭଳି ଜୀବନ ବିତାନ୍ତି ଜୀବନସାରା। ଆଉ ମରିବା ପରେ ବି ନର୍କରେ କଷ୍ଟ ଯନ୍ତ୍ରଣା ଭୋଗ କରନ୍ତି। ତେଣୁ ସବୁ ମଣିଷଙ୍କୁ ଗରୁଡ ପୁରାଣରେ କୁହାଯାଇଥିବା ଏହି ୬ଟି ମହାପାପକୁ ଭୁଲରେ ବି କରିବା ଅନୁଚିତ।

ଏହିସବୁ କାମ ଅଟେ ମହାପାପ

ଏମିତି ତ କୌଣସି ବି ମହିଳାଙ୍କୁ ଅପମାନ କରିବା ପାପ ଅଟେ କିନ୍ତୁ ଗର୍ଭବତୀ ସ୍ତ୍ରୀଙ୍କର ଅପମାନ କରିବା କିମ୍ବା ତାଙ୍କ ସାଥି ଅନୈତିକ କାମ କରିବା ମହାପାପ ହୋଇଥାଏ। ଏମିତି ଲୋକ ବଞ୍ଚି ଥାଉଁ ଥାଉଁ ହିଁ ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି।

ଗର୍ଭରେ ବଢ଼ୁଥିବା ପିଲା କିମ୍ବା ଗର୍ଭବତୀ ମହିଳା କିମ୍ବା ନବଜାତ ଶିଶୁଙ୍କୁ ହତ୍ୟା କରିବା ମଧ୍ୟ ମହାପାପ ଅଟେ। ଏମିତି ଲୋକ ନର୍କରେ ବହୁତ ଖରାପ ଯନ୍ତ୍ରଣା ଭୋଗ କରନ୍ତି।

ନିଜ ଘନିଷ୍ଠ ମିତ୍ର କିମ୍ବା ବନ୍ଧୁଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ କାମ କରିବା ମଧ୍ୟ ମହାପାପ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଏହି ଲୋକଙ୍କୁ ବି ନର୍କରେ ବହୁତ କଷ୍ଟ ଭୋଗିବାକୁ ପଡିଥାଏ।

ବୃଦ୍ଧ, ଅସହାୟ, ଦିବ୍ୟାଙ୍ଗଙ୍କର ମଜାକ ଉଡାଉଥିବା, ସେମାନଙ୍କୁ କଷ୍ଟ ଦେଉଥିବା କିମ୍ବା ତାଙ୍କ ସହିତ ଭୁଲ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନର୍କରେ କଠୋର ଦଣ୍ଡ ଭୋଗିବାକୁ ପଡିଥାଏ। ଏମିତି ଲୋକ ଏବଂ ବିଧବା ମହିଳାଙ୍କ ଅପମାନ କରନ୍ତୁନାହିଁ।

କୌଣସି ବି ଧର୍ମ ଗ୍ରନ୍ଥ, ମନ୍ଦିର କିମ୍ବା ଭଗବାନଙ୍କର ଅପମାନ କରୁଥିବା ବ୍ୟକ୍ତିଙ୍କୁ ନର୍କରେ ଯାଗା ମିଳିନଥାଏ। ଏହିସବୁ ଜିନିଷ ଲୋକଙ୍କୁ ଭଲ ଏବଂ ଉଚିତ ଜୀବନ ଜିଇଁବାର ରାସ୍ତା ଦେଖାଇଥାଏ। ତେଣୁ ଏହାର ଅପମାନ କରିବା କୌଣସି ମହାପାପ ଠାରୁ କମ୍‌ ନୁହେଁ।

ବିକଳାଙ୍ଗ କିମ୍ବା ବିଧବା ମହିଳାଙ୍କର ଧନ ଲୋଟିବା ମଧ୍ୟ ମହାପାପ ଅଟେ। ଏମିତି କରୁଥିବା ଲୋକ ଜୀବନରେ ଅନେକ ଦୁଃଖ ପାଆନ୍ତି ଏବଂ ମରିବା ପରେ ନର୍କ ଜାତନା ପାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.