ଜେଲ ଏବେ ରୋକିବ ହାର୍ଟଆଟାକ ! ବୈଜ୍ଞାନିକ ଆଣିଲେ ନୂଆ ଚିକିତ୍ସା ପଦ୍ଧତି…
ହାର୍ଟ ଆଟାକ ଏକ ରୋଗ ଯାହାକି ଏବେ ସାଧାରଣ ରୋଗ ପରି କିନ୍ତୁ ଏହାର ପରିଣତି କଣ ତାହା ସମସ୍ତଙ୍କୁ ଭଲ ଭାବେ ଜଣା । ହାର୍ଟଆଟାକର କାରଣ, ଲକ୍ଷଣ, ପୂର୍ବାର୍ଣ୍ଣ ପର ସବୁ ଉପରେ ଖବର ପ୍ରତିଦିନ ଆପଣଙ୍କୁ କୋଉଠୁ ନା କୋଉଠୁ ମିଳି ହିଁ ଯାଉଥିବ । ଯାହାକୁ ଥରେ ହାର୍ଟଆଟାକ ହେଉଛି ତାକୁ କିଭଳି ରହିବା ଉଚିତ କିଭଳି ଟ୍ରିଟମେଣ୍ଟରେ ରହିବା ଉଚିତ ତାହା ବି ଡାକ୍ତର ପରାମର୍ଶ ଦେଉଛନ୍ତି । ହେଲେ ବର୍ତ୍ତମାନ ବିଜ୍ଞାନ ଆଉ ଏକ ପାଦ ଆଗକୁ ଯାଇ ଆଉ ଏକ ଚିକିତ୍ସା ପଦ୍ଧତି ସାମନାକୁ ଆଣିଛି । ଯାହାର ନାଁ । ତେବେ ଏହା କଣ ଜାଣିବା ।
ହାର୍ଟଆଟାକ ପରେ ମଣିଷ କମଜୋର ହୋଇଯାଏ । କାରଣ ହାର୍ଟ ଏକଦମ ହିଁ ଦୁର୍ବଳ ଥାଏ । ତେଣୁ ଏଭଳି ପରିସ୍ଥିତିରେ ହାର୍ଟରିପେୟାରିଙ୍ଗ ଅର୍ଥାତ ହାର୍ଟକୁ ପୁଣିଥରେ ଭଲ ହେବାକୁ ବୈଜ୍ଞାନିକ ମାନେ ଆଣିଛନ୍ତି ଏକ ଉପାୟ । ଯାହାର ନାଁ ବାୟୋଡିଗ୍ରେଡେବଲ ଜେଲ । ଆପଣ ଭାବୁଥିବେ ଜେଲ କଣ । ଏହା କଣ କରିପାରିବ । କିନ୍ତୁ କହିରଖୁଛୁ କି ବୈଜ୍ଞାନିକମାନେ ଏହି ଜେଲକୁ ତିଆରି କରିଛନ୍ତି ଯାହାକୁ ହାର୍ଟଆଟାକ ପରେ ଦୁର୍ବଳ ଥିବା ମାଂସପେଶୀ ଉପରେ ଲଗାଇଲେ ତାହା ଅତ୍ୟନ୍ତ ଭଲ କାମ କରିବ । ଏମିତିକି ଏହି ଜେଲର ସାହାଯ୍ୟରେ ଦୁର୍ବଳ ହୋଇଥିବା ହାର୍ଟରେ ନୂଆ କୋଷିକାକୁ ଜନ୍ମ ଦେଇପାରିବ । ଜାଣିବା ଏହି ଜେଲ କେମିତି କାମ କରିବ ଓ ଏହାକୁ କିପରି ତିଆରି କରାଯାଇଛି ।
ଏହି ଜେଲକୁ ୟୁନିଭରସିଟି ଅଫ ମେନଚେଷ୍ଟର ଆଣ୍ଡ ବିର୍ଟିଶ ହାର୍ଟ ଫାଉଣ୍ଡେସନ ମିଶି ତିଆରି କରିଛନ୍ତି । ଅନୁସନ୍ଧାନକାରୀଙ୍କ କହିବା କଥା ଏହି ଜେଲ ଆମିନୋ ଏସିଡର ଚେନରୁ ମିଳାଇ ତିଆରି କରାଯାଇଛି ଯାହାକୁ ପେପଟାଇଡ କୁହାଯାଏ । ଏହାର ସାହାଯ୍ୟରେ ଜେଲ ଅଲଗା ଅଲଗା ଆକାର ଓ ପ୍ରକାରରେ ଆକାର ନେଇଥାଏ । ଯାହା ଫଲରେ ଏହାକୁ ଡ୍ୟାମେଜ ହାର୍ଟକୁ ନେବାକୁ ସହଜ ହୋଇଥାଏ । ଏହି ଜେଲ କିଭଳି କାମ କରୁଛି ଜାଣିବା ।
ଅନୁସନ୍ଧାନକାରୀ କହିଛନ୍ତି କି ସେମାନେ ଲମ୍ବା ସମୟ ଧରି ହାର୍ଟଫେଲର ବିପଦକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଏହି ଜେଲକୁ ତିଆରି କରାଗଲା । ଏହି ଜେଲକୁ ସିଧାସଳଖ ହାର୍ଟ ଉପରେ ଇନଜେକ୍ଟ ମଧ୍ୟ କରାଯାଇପାରିବ । କିନ୍ତୁ ପୂରା ସୁରକ୍ଷାର ସହ । ହାର୍ଟ ଯାଏଁ ପହଞ୍ଚିବା ପରେ ଏହା ହାର୍ଟରେ ନୂଆ କୋଷିକାର ନିର୍ମାଣ କରିଥାଏ । ଏହିଭଳି ଭାବେ ଏହି ଜେଲ ହାର୍ଟରେ ହେଉଥିବା ଜ୍ୟାମେଡକୁ ରିପେୟାର କରିବାରେ କାମରେ ଆସିଥାଏ ।
ଏହି ଜେଲ କେତେ ଲାଭଦାୟକ ଏହା ଉପରେ ଅନୁସନ୍ଧାନକାରୀ କୈଥରୀନ କିଙ୍ଗଙ୍କ କହିବା କଥା କି ଥରେ ହାର୍ଟଆଟାକ ହେବା ପରେ ମଣିଷ ପୁଣି ସୁସ୍ଥ ଅବସ୍ଥାକୁ ଫେରିବାକୁ ଅଥବା ହାର୍ଟକୁ ପୁଣିଥରେ ସୁସ୍ଥସବଳ କରିବାକୁ ସକ୍ଷମ ହୋଇନଥାଏ । ବର୍ତ୍ତମାନ ନୂଆଁ ଟେକନିକ ସାହାଯ୍ୟରେ ହାର୍ଟକୁ ଲମ୍ବା ସମୟ ଧରି ହେଲ୍ଦି ରଖାଯାଇପାରେ ।
ବ୍ରିଟିଶ ହାର୍ଟ ଫାଉଣ୍ଡେସନର କହିବା କଥା କି ମୂଷା ଉପରେ ଏହି ଜେଲର ପ୍ରୟୋଗ କରାଯାଇଛି । ମୂଷା ହାର୍ଟରେ ଏହି ଜେଲକୁ ଇନଜେକ୍ଟ କରାଯାଇଥିଲା । ପାଖାପାଖି ୨ସପ୍ତାହ ଯାଏଁ ଏହି ଜେଲ ରହିଥିଲା । ଏହାପରେ ପରୀକ୍ଷା କରାଯିବାରୁ ଜଣାପଡିଥିଲା କି ହାର୍ଟ ଉପରେ ଥିବା ଜେଲ ସୁରକ୍ଷିତ ରହିଛି ।