ଲାଇଫ୍ ଷ୍ଟାଇଲ୍

ଗର୍ଭଧାରଣ ସମୟରେ ହୋଇପାରେ ଜିଷ୍ଟେସନାଲ ଡାଇବେଟିସ୍‌, ଜାଣନ୍ତୁ କଣ ହୋଇଥାଏ ଏହି ରୋଗ ଓ ଏହାର ଲକ୍ଷଣ

ପ୍ରତି ବର୍ଷ ଭାରତରେ ଡାଇବେଟିସ୍‌ ମାମଲା ବଢୁଛି । ମହିଳାମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ମହିଳାମାନଙ୍କ ମଧ୍ୟରେ ହେଉଥିବା ଏହି ରୋଗକୁ ଜିଷ୍ଟେସନାଲ ଡାଇବେଟିସ୍‌ କୁହାଯାଏ । ଏହାଦ୍ୱାରା ମହିଳାଙ୍କ ଶରୀରରେ ସୁଗାର ଲେବଲ ବହୁତ ବଢି ଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଗର୍ଭଧାରଣର ୨୨ ରୁ ୨୮ ସପ୍ତାହ ମଧ୍ୟରେ ଡାଇବେଟିସ୍‌ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ଅନେକ ମହିଳାମାନଙ୍କୁ ଏହାର ସାମ୍ନା କରିବା ପାଇଁ ପଡିଥାଏ । କିନ୍ତୁ ଏଥିପାଇଁ ଭୟ କରିବାର ଆବଶ୍ୟକତା ନାହିଁ । ଠିକ୍‌ ସମୟରେ ଏହି ରୋଗର ଲକ୍ଷଣ ଜାଣି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଜିଷ୍ଟେସନାଲ ଡାଇବେଟିସ୍‌ କଣ, ଏହାର ଲକ୍ଷଣ ଏବଂ ଏଥିରୁ କିପରି ବଞ୍ଚିବେ ।

ଡାକ୍ତରଙ୍କ ଅନୁସାରେ, ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଏହି ସମୟରେ ହରମୋନ ଲେବଲ୍‌ ମଧ୍ୟ ଆକ୍ଟିଭ୍‌ ରହିଥାଏ । କେତେକ ମାମାଲାରେ ହରମୋନ ଅସନ୍ତୁଳନ ହୋଇଯାଏ ଏବଂ ଏହା ଇନ୍‌ସୁଲିନ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହାଦ୍ୱାରା ଶରୀରର ଆବଶ୍ୟକତା ହିସାବରେ ଇନ୍‌ସୁଲିନ ତିଆରି ହୋଇପାରେ ନାହିଁ । ଏହି କାରଣରୁ ଗର୍ଭଧାରଣ କରିଥିବା ମହିଳାମାନଙ୍କୁ ଡାଇବେଟିସ୍‌ ରୋଗ ହେବାର ସମସ୍ୟା ହୋଇପାରେ ।

ଜିଷ୍ଟେସନାଲ ଡାଇବେଟିସ୍‌ ଲକ୍ଷଣ :
ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ଦୀପକ କୁମାର ସୁମନଙ୍କ କହିବା ଅନୁସାରେ, ଗର୍ଭଧାରଣ ସମୟରେ ଡାଇବେଟିସ୍‌ ରୋଗ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ । ହେଲେ କେତେକ ମାମଲାରେ ଏହାକୁ ଲୋକମାନେ ଅଣଦେଖା କରନ୍ତି । ଯଦି ଗର୍ଭଧାରଣ ସମୟରେ ମହିଳାମାନଙ୍କୁ ଅଧିକ ଥକାପଣ ଲାଗିଥାଏ, ଦୁର୍ବଳତା କିମ୍ବା ବାରମ୍ବାର ପରିସ୍ରା ଲାଗିଥାଏ ତେବେ ଏହା ଡାଇବେଟିଜ୍‌ ରୋଗର ଲକ୍ଷଣ ହୋଇପାରେ । ଏପରି ହେଉଥିଲେ ଏହାକୁ ଅଣଦେଖା କରିବା ଉଚିତ୍‌ ନୁହେଁ । କାରଣ ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍‌ ଦ୍ୱାରା ପିଲା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଏହା ଦ୍ୱାରା ପିଲା ଜନ୍ମ ହେବା ପରେ ମଧ୍ୟ ଡାଇବେଟିସ୍‌ ରୋଗର ଶିକାର ହେବାର ସମ୍ଭାବନା ଥାଏ ।

ଜିଷ୍ଟେସନାଲ ଡାଇବେଟିସ୍‌ କିପରି ନିୟନ୍ତ୍ରଣ କରିବେ :
ଦ୍ୱିଲ୍ଲୀର ମହିଳା ରୋଗ ବିଶେଷଜ୍ଞ ଡାକ୍ତର ଚଞ୍ଚଲ ଶର୍ମାଙ୍କ କହିବା ଅନୁସାରେ ଗର୍ଭାବସ୍ଥାରେ ମହିଳାମାନଙ୍କୁ ଅନେକ କଥାର ଧ୍ୟାନ ରଖିବା ଉଚିତ୍‌ । ସର୍ବପ୍ରଥମେ ନିଜ ଡାଏଟର ଧ୍ୟାନ ରଖିବା ଉଚିତ । ଡାଏଟରେ ଫ୍ୟାଟ ଥିବା ଖାଦ୍ୟ କମ ଖାଇବା ସହ ଭିଟାମିନ ଓ ପ୍ରୋଟିନ୍‌ ସାମିଲ କରନ୍ତୁ । ପ୍ରତି ଦିନ ବ୍ଲଡ ସୁଗାର ଲେବଲ ଚେକ୍‌ କରିବା ଜରୁରୀ । ଯଦି ସୁଗାର ଲେବଲ ବଢୁଛି ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଗର୍ଭାବସ୍ଥା ସମୟରେ ଠିକ୍‌ ଭାବେ ଶୋଇବା ଉଚିତ୍‌ ଓ ଅଧିକ ଚିନ୍ତା ନକରିବା ଆବଶ୍ୟକ । ଡାକ୍ତକଙ୍କ ପରାମର୍ଶ ଅନୁସାରେ କିଛି ବ୍ୟାୟାମ କରିବା ଉଚିତ୍‌ । ଗର୍ଭଧାରଣ ସମୟରେ ପ୍ରତି ଦିନ ବ୍ଲଡ ପ୍ରେସର ଚେକ୍‌ କରିବା ଉଚିତ୍‌ । ଯଦି ପୂର୍ବରୁ ହିଁ କୌଣସି ପ୍ରକାରର ଗମ୍ଭୀର ରୋଗ ଥାଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ଖାଇବା ଉଚିତ୍‌ ।

 

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

1 min ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

51 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

60 mins ago