ଆଖିର ଥକାପଣ ଦୂର କରେ ଗୋଲାପ ଜଳ, ଏହିପରି କରନ୍ତୁ ବ୍ୟବହାର

ସାଧାରଣତଃ ଲକ୍ଡାଉନ୍ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି ଯେଉଁଥିପାଇଁ ବର୍ତ୍ତମାନ କାର୍ଯ୍ୟ କରିବାର ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା କେବଳ ଆପଣଙ୍କ ସମଗ୍ର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ଏହା ଆପଣଙ୍କ ସୂକ୍ଷ୍ମ ଆଖିକୁ ମଧ୍ୟ ପ୍ରଭାବିତ କରିଥାଏ । ଘରୁ କାମ କରିବା ସମୟରେ ଲାପଟପ୍ ଅଧିକ ବ୍ୟବହୃତ ହେଉଥିବା ବେଳେ ଏହି ସମୟରେ ଆମେ ଯୋଗାଯୋଗ ପାଇଁ ମୋବାଇଲ୍ ମଧ୍ୟ ଅଧିକ ବ୍ୟବହାର କରୁଛୁ । ଯେଉଁଥିପାଇଁ ଆଖିରେ ଜ୍ୱଳନ, ଝାପ୍ସା ଦେଖାଯିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଯାଉଛି ।

How Supplements Aid in Healthy Eyes & Vision

ସେଥିପାଇଁ ଏହି ସମୟରେ ଆମେ ଆମ ଆଖିର ଯତ୍ନ ନେବା ନିହାତି ଜରୁରୀ ଏବଂ ଯେତେବେଳେ ବି ଆପଣ ଆଖି ଉପରେ ଚାପ ଅନୁଭବ କରୁଛନ୍ତି ସେହି ସମୟରେ ସ୍କ୍ରିନ ଠାରୁ ଦୂରେଇ ରୁହନ୍ତୁ । ଆଉ ତାପରେ ଥଣ୍ଡା ପାଣିରେ ଆଖିକୁ ଭଲଭାବେ ଧୋଇ ଦିଅନ୍ତୁ । ଗ୍ରୀଷ୍ମ ଋତୁରେ ଆଖିରେ ଜ୍ୱଳନ ସମସ୍ୟା ଦେଖା ଦେଇଥାଏ । ଯଦିଓ ଆପଣ ବର୍ତ୍ତମାନ ଘରେ ଅଛନ୍ତି ତଥାପି ଏହି ସମୟରେ ଆପଣ ଆଖିରେ ଜ୍ୱଳନ ଅନୁଭବ କରୁଥିବେ । ତେଣୁ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଖିର ସଠିକ୍ ଯତ୍ନ ନେବା ଆବଶ୍ୟକ । ଏପରିସ୍ଥଳେ ଗୋଲାପ ଜଳର ବ୍ୟବହାର ଆପଣଙ୍କୁ ଆଖି ସମସ୍ୟାରୁ ମୁକ୍ତି ଦେଇପାରେ । ଗୋଲାପ ଜଳର ବ୍ୟବହାର ଆଖିକୁ ଶୀତଳତା ପ୍ରଦାନ କରିବା ସହିତ ସତେଜତା ଅନୁଭବ କରିଥାଏ ।

The Web Designer and Glasses, or How to Maintain Healthy Eyes

ଓଭରଟାଇମ୍ କାମ ସମୟରେ ଆଖିରେ ଚାପ ଅନୁଭବ ହୋଇଥାଏ ଏଥିପାଇଁ ନିଜକୁ ରିଲାକ୍ସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣ କିଛି ତୁଳାରେ ଗୋଲାପ ଜଳ ଆଣି ତାକୁ ଆଖି ଉପରେ ରଖନ୍ତୁ ଏବଂ ଆଖିକୁ କିଛି ସମୟ ବିଶ୍ରାମ ଦିଅନ୍ତୁ । ତେବେ ଆଖିରେ ଗୋଲାପ ଜଳ ଲଗାଇବା ସଙ୍ଗେ ସଙ୍ଗେ ସତେଜ ଅନୁଭବ ହେବା ସହିତ ତତକ୍ଷଣାତ୍ ଆରାମ ଦେଇଥାଏ ।

Leave A Reply

Your email address will not be published.