ଲାଇଫ୍ ଷ୍ଟାଇଲ୍

ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଫଲୋ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ମୁହଁରେ ଦାଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ଦାଗ କେବଳ ମୁହଁର ସୁନ୍ଦରତାକୁ ଖରାପ କରିନଥାଏ ବରଂ ଚର୍ମକୁ ମଧ୍ୟ ଖରାପ କରିଦିଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସହ ଘରୋଇ ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ଏଥିରୁ ରକ୍ଷା କରିବ।

pc: wellness expert

ସୁନ୍ଦର ତ୍ୱଚା ସମସ୍ତଙ୍କର ସ୍ୱପ୍ନ। ସୁନ୍ଦରତା ପାଇଁ ସମସ୍ତେ କିଛି ନା କିଛି ଉପାୟ ଆପଣାଇଥାନ୍ତି। କିନ୍ତୁ ଯଦି ଏହି ତ୍ୱଚାରେ ଦାଗ ଆସେ, ତାହେଲେ କଥା ସରିଲା। ଖାସ୍‌ କରି ଝିଅମାନେ ନିଜର ଚେହେରା ପ୍ରତି ଅଧିକ ସଜାଗ ଥାନ୍ତି। ଇନଷ୍ଟାଣ୍ଟ ଗୋରା ଚର୍ମ ପାଇଁ ଅନେକ କେମିକାଲ୍‌ ବ୍ୟବହାର କରିଥାନ୍ତି। ମାତ୍ର ଏହାର ପାର୍ଶ୍ୱ ପ୍ରତିକ୍ରିୟା କଣ ହେବ, ଏହା ସଂପର୍କରେ କେହି ଜାଣିନଥାନ୍ତି। ସଚେତନତାର ଅଭାବ ହେତୁ ମୁହଁରେ ଅନେକ ଦାଗ ସହ ବ୍ରଣ ଦେଖାଦିଏ। ବର୍ତ୍ତମାନ ପ୍ରାୟ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ଏବେ ଚିନ୍ତାର ବିଷୟ।

କଦଳୀ ପେଷ୍ଟ:
ଦାଗ ସମସ୍ୟାରୁ ରକ୍ଷା ପାଇଁ କଦଳୀ ପେଷ୍ଟକୁ ନିଜ ମୁହଁରେ ଲଗାନ୍ତୁ। ଏଥିପାଇଁ ପ୍ରଥମେ କଦଳୀ ନିଅନ୍ତୁ। ଏହାକୁ ଥଣ୍ଡା କ୍ଷୀରରେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ୨୦ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। କିଛି ଦିନ ଏହା କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇବେ।

pc: fit & elegant

ଟମାଟର:
ଟମାଟର ବ୍ୟବହାର କରିବା ଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ। ଏଥିରେ ଥିବା ଏଷ୍ଟିଜେଣ୍ଟ ତ୍ୱଚା ପାଇଁ ଲାଭଦାୟକ ଅଟେ। ଟମାଟରକୁ ୨୦ମିନିଟ ପର୍ଯ୍ୟନ୍ତ ମୁହଁରେ ମସାଜ୍‌ କରନ୍ତୁ। ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ନିୟମିତ ଏହା କରିବା ଦ୍ୱାରା ମୁହଁ ସଫା ରହିଥାଏ। ବ୍ରଣ ହୋଇନଥାଏ।

ଅଣ୍ଡା ଓ ମହୁର ମିଶ୍ରଣ:
ଏହି ମିଶ୍ରଣକୁ ୨୦ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ମସାଜ୍‌ କରନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ନିୟମିତ ଭାବେ ଏହା କଲେ ଦାଗ ସହ ବ୍ରଣ ସମସ୍ୟାକୁ ଦୂର କରିପାରିବେ।

ଏଭଳି ଘରୋଇ ଉପାୟକୁ ଆପଣାନ୍ତୁ। ନିଜ ତ୍ୱଚାକୁ ସୁନ୍ଦର ରଖିବା ସହ ଦାଗ ଓ ବ୍ରଣ ଭଳି ସମସ୍ୟାରୁ ନିଜକୁ ଦୂରେଇ ରଖନ୍ତୁ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

17 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

18 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

22 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

44 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

59 mins ago