ଅତ୍ୟଧିକ ମାତ୍ରାରେ ଗିଲଓ ସେବନ ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ

କରୋନାରୁ ରକ୍ଷା ପାଇଁ ସମସ୍ତେ ନିଜ ଇମ୍ୟୁନିଟି ପାୱାରକୁ ମଜବୁତ କରିବାରେ ବ୍ୟସ୍ତ ହୋଇପଡିଛନ୍ତି । ବିଶେଷ କରି ଆୟୁର୍ବେଦିକ ଔଷଧ ଖାଇବା ପାଇଁ ସମସ୍ତେ ଚାହୁଁଛନ୍ତି । ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି । କଢ଼ା ସହ ଅନ୍ୟାନ୍ୟ ଉପାୟକୁ ଆପଣାଉଛନ୍ତି । ଏହି ସମୟେରେ ଗିଲୟ ବିଶେଷ କରି ସମସ୍ତେ ବ୍ୟବହାର କରୁଛନ୍ତି । କାରଣ ଏଥିରେ ଅନେକ ଔଷଧିୟ ଗୁଣ ରହିଛି ।

ଏହାକୁ ଅମୃତ ତୁଲ୍ୟ ମଧ୍ୟ ମନାଯାଏ । ଏହାକୁ ଖାଇ ଇମ୍ୟୁନିଟି ପାୱାରକୁ ବଢ଼ାଉଛନ୍ତି । କରୋନା ସମୟରେ ଲୋକମାନେ ଏହାକୁ ପ୍ରାୟ ଖାଇବାର ଦେଖିବାକୁ ମିଳୁଛି । ଆଉ ଯଦି ଆପଣ ମଧ୍ୟ ଏହାକୁ ସେବନ କରୁଛନ୍ତି ତେବେ ଆପଣ ଏହାକୁ ନେଇ ପ୍ରଥମେ ସତର୍କ ରୁହନ୍ତୁ । କାରଣ ଏକ ଜିନିଷକୁ ଅଧିକରୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା ଏହା ସଂପର୍କରେ ।

  •  ଗିଲଓ ହଜମ ପ୍ରକ୍ରିୟା ପାଇଁ ବେଶ ଉପଯୋଗୀ ହୋଇଥାଏ । କିନ୍ତୁ ଏହାକୁ ଅଧିକ ଭାବେ ସେବନ କଲେ କନଷ୍ଟିପେସନ ଭଳି ସମସ୍ୟା ଦେଖାଯାଏ।
  •  ରକ୍ତସର୍କରାର ସ୍ତର କମିଯାଇଥାଏ । ଏହା ମଧୁମେହ ରୋଗୀଙ୍କ ସୁଗାର ସ୍ତର କମାଇଦେଇଥାଏ । ଯାହାକି ଖୁବ ବିପଦପୂର୍ଣ୍ଣ ।
  •  ଏହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । କିନ୍ତୁ ଯଦି ଆମେ ଏହାକୁ ଅଧିକ ସେବନ କରୁ ତେବେ ଏହା ଆମ ଶରୀର ପାଇଁ ବେଶ କ୍ଷତିକାରକ ହୋଇଥାଏ ।
  • ଗର୍ଭବତୀ ମହିଳାଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ।

ତେଣୁ ଯଦି ଆପଣ ଗିଲଓ ସେବନ କରୁଛନ୍ତି ତେବେ ସଠିକ ମାତ୍ରାରେ ସେବନ କରନ୍ତୁ । ନଚେତ ଆପଣଙ୍କ ଶରୀରରେ ଏହା ସମସ୍ୟା ସୃଷ୍ଟି କରିପାରେ । ସବୁ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.