ଲାଇଫ୍ ଷ୍ଟାଇଲ୍

ଜାମୁକୋଳି ଗଛ ଲଗାଇଲେ ଘରେ ଜନ୍ମ ହୋଇଥାଏ କନ୍ୟା ସନ୍ତାନ, ଜାଣନ୍ତୁ ଆଉ କେଉଁ ଗଛ ଲଗାଇଲେ ମିଳିଥାଏ ଲାଭ

ମାନବ ଜୀବନ ଏବଂ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଗଛଲତାର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ଏହାଦ୍ୱାରା ନା କେବଳ ଶୁଦ୍ଧ ବାୟୁ ମିଳିଥାଏ, ବରଂ ଏଥିରୁ ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ସନାତନ ଧର୍ମରେ ବୃକ୍ଷକୁ ପୂଜା କରିବାର ବିଧି ରହିଛି। ବୃକ୍ଷଲତାଙ୍କ ଦ୍ଵାରା ଆମ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଆମ ଇଚ୍ଛା ମଧ୍ୟ ପୂରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଗଛଲତାର ମହତ୍ତ୍ୱ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଲଗାଇଲେ ମଣିଷକୁ ସୁଖଶାନ୍ତି ମିଳିଥାଏ।

୧. ତୁଳସୀ ଗଛ: ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ। ସବୁ ଘରେ ଏହାକୁ ପୂଜା କରାଯାଏ। ଏହାକୁ ଲଗାଇବା ଦ୍ୱାରା ପରିବେଶ ଶୁଦ୍ଧ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବଜାୟ ରହିଥାଏ।

୨. ଜାମୁକୋଳି ଗଛ: ବାସ୍ତୁଶାସ୍ତ୍ର ଅନୁସାରେ ଜାମୁକୋଳି ଗଛ ଲଗାଇବା ଦ୍ୱାରା ସୌଭାଗ୍ୟ ସହିତ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ।

୩. ପଳାଶ ଗଛ: ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ, ତା’ହେଲେ ପଳାଶ ଗଛ ଲଗାନ୍ତୁ।

୪. ଅଶ୍ୱତଥ ଗଛ: ଜଳାଶୟ ପାଖରେ ଅଶ୍ୱତଥ ଗଛ ରହିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଯେଉଁ ବ୍ୟକ୍ତି ଜଳାଶୟ ପାଖରେ ଅଶ୍ୱତଥ ବୃକ୍ଷ ରୋପଣ କରିଥାଏ, ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

୫. ନିମ୍ବ ଗଛ: ଏହି ଗଛ ଲଗାଇଲେ ଆୟୁ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହୋଇଥାଏ।

୬. ଅଶୋକ ଗଛ: ଏହି ଗଛ ଲଗାଇଲେ ଶୋକରୁ ମୁକ୍ତି ମିଳିଥାଏ।

୭. ମନିପ୍ଲାଣ୍ଟ: ଏହି ଗଛ ଧନ ସମ୍ବନ୍ଧୀୟ ଲାଭ ପ୍ରଦାନ କରିଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago