ଜାଣନ୍ତୁ ପୁଅ ମାନଙ୍କର କେଉଁ ଗୁଣ ସବୁକୁ ପସନ୍ଦ କରନ୍ତି ନାହିଁ ଝିଅ

ପ୍ରତି ମଣିଷର ଏମିତି କିଛି ଅଭ୍ୟାସ ଥାଏ ଯାହା ଅନ୍ୟ ମାନଙ୍କୁ ବିରକ୍ତ ଲାଗିଥାଏ । ଯେତେ ଚେଷ୍ଟା କଲେ ବି ସେହି ଅଭ୍ୟାସ ଯାଇନଥାଏ କି ଅନ୍ୟ ମାନେ ଚାହିଁଲେ ମଧ୍ୟ ସେହି ଅଭ୍ୟାସ ଗୁଡିକୁ ଛଡାଇ ପାରନ୍ତି ନାହିଁ । ବହୁ ସମୟରେ ଦେଖାଯାଏ ପୁଅ ମାନଙ୍କର ଏମିତି କିଛି ଅଭ୍ୟାସ ଥାଏ ଯାହାକି ଝିଅ ମାନଙ୍କୁ କେବେ ବି ପସନ୍ଦ ଆସି ନଥାଏ । ଝିଅ ମାନେ ଏହି ଅଭ୍ୟାସକୁ ନେଇ ଏମିତି ଚିଡିଯାନ୍ତି ଯେ ବେଳେବେଳେ ଏହି କାରଣରୁ ସମ୍ପର୍କ ଭାଙ୍ଗି ମଧ୍ୟ ଯାଏ । ଅନ୍ୟ ପକ୍ଷରେ ଝିଅ ମାନଙ୍କର ବି ଏମିତି କିଛି ଅଭ୍ୟାସ ଥାଏ ଯାହା ପୁଅମାନଙ୍କୁ ଭଲ ଲାଗି ନଥାଏ । ଅଧିକ ସମୟ ଧରି ମେକ ଅପ ନେବା, ଘଣ୍ଟା ଘଣ୍ଟା ଧରି ଫୋନରେ ଗପିବା ପରି ଅଭ୍ୟାସ ମଧ୍ୟ ପୁଅ ମାନଙ୍କୁ ପସନ୍ଦ ଆସିନଥାଏ । କିନ୍ତୁ ଆଜି ଆସନ୍ତୁ ପୁଅ ମାନଙ୍କର ସେହି ଅଭ୍ୟାସ ଗୁଡିକ ଉପରେ ଏକ ନଜର ପକାଇବା ଯାହା ଝିଅ ମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଥାଏ । ଆସନ୍ତୁ ଆଜି ସେ ସବୁ ଉପରେ ଏକ ଦୃଷ୍ଟି ପକାଇବା ।

୧. ପାର୍ଟନର ବା ପୁରୁଷ ବନ୍ଧୁ ଯଦି ବିନା କୌଣସି କାରଣରେ କାହାକୁ ଗାଳି କରନ୍ତି ବା କଟୁ କଥା କୁହନ୍ତି । ନିଜ ପାର୍ଟନରର ଏହି ସ୍ୱଭାବ ଝିଅ ମାନଙ୍କୁ ଜମା ବି ପସନ୍ଦ ଆସିନଥାଏ ।

୨. ଗାର୍ଲ ଫ୍ରେଣ୍ଡ ସହ ଡେଟରେ ଯାଉଥିବା ସମୟରେ ବି ଯଦି ଫୋନ ବା ଅନ୍ୟ କୌଣସି କାମରେ ବ୍ୟସ୍ତ ରୁହନ୍ତି । ତେବେ ଜାଣିପାରୁଥିବେ ସେହି ଝିଅର ରାଗ କେତେ ବଢ଼ିଯାଇଥିବ । ସାଥିରେ ଥିବା ସମୟରେ ଝିଅ ମାନେ ସବୁବେଳେ ଚାହାନ୍ତି ଯେ ତାଙ୍କ ପୁରୁଷ ବନ୍ଧୁ ସବୁବେଳେ ତାଙ୍କ ଉପରେ ହିଁ ନଜର ରଖିଥାନ୍ତୁ । ତାଙ୍କ ସହ ପୂରା ସମୟ କାଟନ୍ତୁ ।

image

୩. ସାଧାରଣତଃ ଦେଖାଯାଏ କି ଝିଅ ମାନେ ପୂର୍ବ ପ୍ରସ୍ତୁତ ପ୍ଲାନ ଦ୍ୱାରା ହିଁ ସବୁବେଳେ ନିଜ କାମ କରିଥାନ୍ତି । ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ କାମ ହେବା ଝିଅ ମାନଙ୍କର କିନ୍ତୁ ଖୁବ ପସନ୍ଦ । କିନ୍ତୁ ସାଧାରଣତଃ ଦେଖାଯାଏ କି ପୁଅ ମାନେ ତତକ୍ଷଣାତ ହିଁ କୌଣସି ନିଷ୍ପତ୍ତି ନେଇଥାନ୍ତି । ଯୋଜନା ଅନୁସାରେ କାମ କରିବା ସେମାନଙ୍କର ପସନ୍ଦ ହିଁ ନଥାଏ ।

୪. ପୁଅ ମାନଙ୍କର ଏଣେ ତେଣେ ଅଳିଆ ପକାଇଦେବା, ଜିନିଷ ବ୍ୟବହାର କରି ସେହି ସ୍ଥାନରେ ଛାଡ଼ି ଆସିବା ପରି ଗୁଣ ମାନ ଝିଅ ମାନଙ୍କର ଜମା ବି ପସନ୍ଦ ନଥାଏ ।
୫. ଟୟଲେଟକୁ ଠିକ ଭାବେ ବ୍ୟବହାର ନ କରିବା ବା ବ୍ୟବହାର କରି ସାରି ସିଟ କଭର ନ ଦେବା ଝିଅ ମାନଙ୍କର ଜମା ବି ପସନ୍ଦ ନ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.