ଏହି ୪ ରାଶିଙ୍କ ପାଇଁ ବହୁତ ଶୁଭ ସୁନା ଧାରଣ କରିବା, ଆପଣଙ୍କ ରାଶି ଅଛି କି

ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ ଅନୁସାରେ ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ ଲାଭବାନ ହୋଇଥା’ନ୍ତି । ସେମାନଙ୍କୁ ଏହା ଶୁଭ ଫଳ ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସଂପର୍କରେ।

ସିଂହ ରାଶି

ବାସ୍ତୁ ଅନୁସାରେ ଏହା ହେଉଛି ଅଗ୍ନି ତତ୍ତ୍ୱର ରାଶି । ଏହାର ସ୍ୱାମୀ ସୂର୍ଯ୍ୟଙ୍କ ସହିତ ସୁନାର କାରକ ଗୁରୁ ଗ୍ରହର ମିତ୍ର ଭଳି ସଂପର୍କ ରହିଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ ସୁନା ଅଳଙ୍କାର ପିନ୍ଧିଲେ ଭଲ । ଅତିକମ୍ରେ ଆଙ୍ଗୁଠିରେ ସୁନା ମୁଦିଟିଏ ପିନ୍ଧିଲେ ବି ଶୁଭଫଳ ପ୍ରାପ୍ତି ହୁଏ ।

କନ୍ୟା ରାଶି

ଏହି ରାଶିର ଲୋକଙ୍କ ଇଚ୍ଛା ପୂରଣ କରିବାରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସୁନା ଧାରଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ତୁଳା ରାଶି

ସୁନା ମୁଦି, ଚେନ୍ ଆଦି ପିନ୍ଧିଲେ ଏହି ରାଶି ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ । ରୋଗ ଓ ଶତ୍ରୁଙ୍କଠାରୁ ବି ସୁରକ୍ଷା ମିଳେ । ସୁନାର ଅନ୍ୟାନ୍ୟ ଆଭୂଷଣ ଅପେକ୍ଷା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କୁ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।

ଧନୁ ରାଶି

ବାସ୍ତୁ ଅନୁସାରେ ଧନୁ ରାଶିର ବ୍ୟକ୍ତିମାନେ ସୁନାର ଆଭୂଷଣ ଧାରଣ କଲେ ସବୁ କାର୍ଯ୍ୟ ଶୀଘ୍ର ହୋଇଥାଏ । କିନ୍ତୁ ଏହି ରାଶିର ବ୍ୟକ୍ତିମାନେ ପାଦରେ କୌଣସି ସୁନା ଆଭୂଷଣ ଧାରଣ କରିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.