ସରକାରୀ ଚାକିରି ସହ ହାତର ଏହି ସ୍ଥାନର ଥାଏ ଗଭୀର ସମ୍ପର୍କ, ଏହି ବ୍ୟକ୍ତି ଟଙ୍କା ଓ ସମ୍ମାନର ହୋଇଥାନ୍ତି ମାଲିକ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।

ଏପରି ଦୁର୍ଲଭ ଚିହ୍ନ ବହୁତ କମ ଲୋକଙ୍କ ହାତରେ ରହିଥାଏ । ଯାହାକି ସୌଭାଗ୍ୟଶାଳୀ ହେବାର ଇଂଗିତ କରିଥାଏ । କୁହାଯାଏ ଯେଉଁ ଲୋକଙ୍କ ହାତରେ ଏପରି ଦୁର୍ଲଭ ଚିହ୍ନ ଥାଏ ସେମାନେ ଜୀବନରେ ବହୁତ ଉନ୍ନତି ହାସଲ କରିଥାନ୍ତି । ଏହା କେବଳ ପର୍ସନାଲ ଲାଇଫ ନୁହେଁ,ପ୍ରଫେସନାଲ ଲାଇଫ ଉପରେ ପ୍ରଭାବ ପକାଇଥାଏ । ହାତରେ ଏହି ସ୍ଥାନକୁ ସୂର୍ଯ୍ୟ ପର୍ବତ ନାମ ଦିଆଯାଇଛି । ସୂର୍ଯ୍ୟ ପର୍ବତରେ ରେଖା ଆପଣଙ୍କୁ ସରକାରୀ ଚାକିରି ଓ ଧନ ସମ୍ମାନ ଦେଇଥାଏ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସୂର୍ଯ୍ୟ ପର୍ବତ ସ୍ଥାନ

ହାତର ଅନାମିକା ଅଙ୍ଗୁଳିର ନିମ୍ନ ଭାଗ,ଯେଉଁଠି ଅଙ୍ଗୁଳି ହାତ ସହ ସଂଯୁକ୍ତ ହୋଇଛି,ସେହି ସ୍ଥାନକୁ ସୂର୍ଯ୍ୟ ପର୍ବତ କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସ୍ଥାନରୁ ସରକାରୀ ଚାକିରୀ,ମାନ ସମ୍ମାନ ଓ ପଦ ପ୍ରତିଷ୍ଠା ସମ୍ପର୍କରେ ଜଣାପଡେ ।
ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ସ୍ଥାନ ମଜବୁତ ସ୍ଥିତିରେ ଥାଏ,ତାଙ୍କୁ ସମାଜରେ ପଦ ପ୍ରତିଷ୍ଠା ମିଳିଥାଏ । ଯାହାଙ୍କ ହାତରେ ସୂର୍ଯ୍ୟ ପର୍ବତ ବିକଶିତ ଓ ଗୋଲାପୀ ହୋଇଥାଏ ତାଙ୍କୁ ଖୁବ ଶୀଘ୍ର ଉନ୍ନତି ମିଳିଥାଏ । ଅତ୍ୟଧିକ ବିକଶିତ ସୂର୍ଯ୍ୟ ପର୍ବତ ଖରାପ ପ୍ରଭାବ ପକାଇଥାଏ । ଏହା ଗର୍ବ ଓ ଅହଂକାର ଆଣିଥାଏ । ସେମାନେ ଶୀଘ୍ର କ୍ରୋଧିତ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.