ସ୍ୱାସ୍ଥ୍ୟ ଏବଂ ତ୍ୱଚାରେ ଚମକ ସୃଷ୍ଟି କରିବାକୁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ମୁଗ ଡାଲି
ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନଚାହେଁ । ଶରୀରକୁ ଠିକ୍ ରଖିବା ପାଇଁ ଲୋକେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି । କିଛି ଲୋକ ସୁସ୍ଥ ରହିବା ପାଇଁ ସକାଳୁ ମର୍ଣ୍ଣିଂ ୱାକ୍ ଯାଇଥାଆନ୍ତି ଏବଂ ଆଉ କିଛି ଲୋକ ଜିମ୍ ମଧ୍ୟ ଯାଇଥାଆନ୍ତି । ଏହାସହ ଲୋକେମାନେ ସବୁବେଳେ ପରିପୂର୍ଣ୍ଣ ଖାଦ୍ୟ ନଖାଇ ଡାଏଟ୍ ବି କରିଥାନ୍ତି । କାରଣ ସବୁବେଳେ ପରିପୂର୍ଣ୍ଣ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ବହୁ ଶୀଘ୍ର ଖରାପ ହେବାକୁ ଲାଗିଥାଏ । ଏଥିପାଇଁ ଲୋକେମାନେ ଡାଏଟ୍ କରିଥାନ୍ତି, ଯାହା ଫଳରେ ଶରୀର ଠିକ୍ ରହିଥାଏ । ଏହାସହ ସ୍ୱାସ୍ଥ୍ୟ ଠିକ୍ ରହିଲେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ।
ସୁସ୍ଥ ରହିବାକୁ ମଣିଷ କେତେ କ’ଣ ଖାଇଥାଏ । ଯେପରି ଡ୍ରାଏଫ୍ରୁଟ୍ସ ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ଖାଇଥାନ୍ତି । ହେଲେ ଏପରି ଏକ ଖାଦ୍ୟ ଅଛି ଯାହାକୁ ଖାଇଲେ ଆପଣ ହେଲଦି ରହିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟର ନାମ କ’ଣ?
ସେହି ଖାଦ୍ୟରେ ନାମ ହେଉଛି- ‘ମୁଗ ଡାଲି’ । ଆପଣମାନେ ତ ଜାଣିଥିବେ ଭାରତୀୟ ଘରେ ଘରେ ଏହା ପରିଚିତ ହୋଇଥାଏ । କଥାରେ ଅଛି ବିନା ଡାଲିରେ ଖାଦ୍ୟ ଖାଇବା ସମ୍ଭବପର ହୋଇ ନଥାଏ । ଖାଦ୍ୟରେ ଯାହା ଥାଉକି ନଥାଉ ଡାଲି ନିଶ୍ଚିତ ଭାବେ ରହିଥିବ । ଖାସ୍ କରି ମୁଗ ଡାଲି ଖାଇବାର ମଜ୍ଜା ଟିକେ ଅଲଗା ହୋଇଥାଏ । ଏହାର ଟେଷ୍ଟ ଏବଂ ସ୍ମେଲ୍ ବହୁତ ସୁନ୍ଦର ହୋଇଥାଏ । ଏହା ଖାଲି ଖାଇବା ଗୁଣରେ ପରିପୂର୍ଣ୍ଣ ନୁହେଁ ବରଂ ଅନେକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ଲୋକେମାନେ ଏହି ମୁଗ ଡାଲିକୁ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ କେଉଁ ପ୍ରକାର ଫାଇଦା ମିଳିବ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।
୧. ଓଜନ୍ କମ୍ :
ମୁଗ ଡାଲି ହାଇ ଫାଇବର ଏବଂ ପ୍ରୋଟିନରେ ଭରପୂର ଥାଏ । ଏହାକୁ ଖାଇବା ଦ୍ୱାରା ଏତେ ସହଜରେ ଭୋକ ଲାଗିନଥାଏ, ଯାହା ଫଳରେ ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିଥାଏ । ଡାଲି ବ୍ୟତୀତ ଆପଣ ଏହାକୁ ସାଲାଡ୍ କରି ମଧ୍ୟ ଖାଇପାରିବେ । ମୁଗ ଡାଲିକୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ପାତ୍ରରେ ଭିଜାଇ ରଖନ୍ତୁ ଏବଂ ସକାଳୁ ତାକୁ ସିଜାଇ ସେଥିରେ କଟା ପିଆଜ, ଟମାଟୋ, କାକୁଡି, ଲେମ୍ବୁ ଏବଂ ବ୍ଲାକ୍ ସଲ୍ଟ ପକାଇ ଖାଆନ୍ତୁ । ଯଦି ଚାହୁଁଛନ୍ତି ଯେ ଆପଣଙ୍କ ଓଜନ କମ୍ ହେଉ ତେବେ ଏହି ଡାଲିକୁ ନିୟମିତ ଭାବରେ ଖାଆନ୍ତୁ ଦେଖିବେ ଆପଣଙ୍କର ଓଜନ ଧୀରେ ଧୀରେ ହ୍ରାସ ହେବାକୁ ଲାଗିବ ।
୨. ହାଇ ବ୍ଲଡ ପ୍ରେସର ହେବ କମ୍:
ମୁଗ ଡାଲିରେ ଫାଇବର, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ଶରୀରରେ ହାଇ ବ୍ଲଡ ପ୍ରେସରକୁ କମ୍ କରିବାରେ ସାହାଯ୍ୟ କରିବ । ଏହା ବ୍ଲଡରେ ମ୍ୟାଗ୍ନେସିୟମ ସ୍ତର ବଜାୟ ରଖେ । ମ୍ୟାଗ୍ନେସିୟମ ରକ୍ତ ସଂଞ୍ଚାଳନକୁ ଠିକ୍ ଭାବରେ ରଖିଥାଏ , ଯାହା ଫଳରେ ହାଇ ବ୍ଳଡ୍ ପ୍ରେସର ହ୍ରାସ ହେବାକୁ ଲାଗେ ।
୩. ରୋଗ ପ୍ରତିରେଧକ କ୍ଷମତା :
ମୁଗ ଡାଲି ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ୍ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ଗୁଣରେ ଭରପୂର ରହିଥାଏ ଏହି ମୁଗ ଡାଲି ।
୪. ସ୍କିନ୍ ପାଇଁ ଲାଭ ଦାୟକ :
ମୁଗ ଡାଲିକୁ ଖାଦ୍ୟରେ ନିୟମିତ ଭାବେ ଖାଇଲେ ଆପଣଙ୍କ ତ୍ୱଚ୍ଚାରେ ଚମକ ସୃଷ୍ଟି ହେବ । ଆପଣ ମୁଗ ଡାଲିକୁ ସ୍କ୍ରବ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଯଦି ଚାହାଁନ୍ତି ଯେ ସ୍ୱାସ୍ଥ୍ୟ ଭଲ ରହିବା ସହ ଆପଣଙ୍କ ସ୍କିନ୍ ଗ୍ଲୋ କରୁ ତେବେ ନିୟମିତ ଭାବରେ ମୁଗ ଡାଲି ଖାଆନ୍ତୁ ।