ଘରେ ତିଆରି କରନ୍ତୁ ଗ୍ରୀନ-ଟି ହର୍ବାଲ ସାମ୍ପୁ, କେଶକୁ ମୂଳରୁ ମଜବୁତ କରିବା ସହିତ ଦୂର କରେ ରୂପି ସମସ୍ୟା

ଆଜିର ଆଧୁନିକ ସମୟରେ ଅଧିକାଂଶ ଲୋକ ନିଜକୁ ଫିଟ ରଖିବା ପାଇଁ ନିୟମିତ ଗ୍ରୀନ ଟି ପିଉଛନ୍ତି । ଶରୀର ପାଇଁ ଏହା ଶତପ୍ରତିଶତ ଲାଭଦାୟୀ ବୋଲି ଭାବି ଦିନ କୁ ଦୁଇ ରୁ ତିନି ଥର ପିଇଥାନ୍ତି ।କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି। କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବା ମାମଲା ସାମ୍ନାକୁ ଆସେ ।

ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ । କିନ୍ତୁ ସଠିକ୍ ଖାଦ୍ୟ ଖାଇବା ଦ୍ୱାରା କେଶ ଝଡ଼ିବା ରୋକିବାରେ ସାହାଯ୍ୟ ମିଳିଥାଏ । ଏହା ଦ୍ୱାରା କେଶ ମୋଟା ଲମ୍ବା ଏବଂ ସୁସ୍ଥ ମଧ୍ୟ ରହିଥାଏ । ସୁସ୍ଥ ଏବଂ ମଜବୁତ କେଶ ପାଇଁ ଡାଏଟ୍ ଅନୁସରଣ କରିବା ଉଚିତ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ଭିଟାମିନ୍ ଡି ଏବଂ ବାୟୋଟିନ୍ ଅନ୍ତର୍ଭୁକ୍ତ । ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ, କେଶ ଓ ତ୍ୱଚା ଉପରେ ପଡିଥାଏ ।

ଏହା ବ୍ୟତିତ ହର୍ବାଲ ସାମ୍ପୁ ମଧ୍ୟ କେଶ ପାଇଁ ଖୁବ ଆବଶ୍ୟକ ହୋଇଥାଏ। କେଶର ସୁରକ୍ଷା ପାଇଁ ହେୟାର ଓ୍ଵାଶ କରିବା ନିହାତି ଜରୁରୀ। ଆଜି କାଲି ମାର୍କେଟରେ ବହୁତ ପ୍ରକାରର ସାମ୍ପୁ ମିଳୁଛି। ଏହି ସାମ୍ପୁରେ କେମିକାଲର ମାତ୍ରା ଅଧିକ ହୋଇଥାଏ। ଯାହାଦ୍ୱାରାକେଶ ସମସ୍ୟା ହୋଇଥାଏ। ଡ୍ୟାମେଜ ହେବାର ଅନେକ ଆଶଙ୍କା ରହିଥାଏ। ଏଥିରେ ଆପଣ କେଶର ସଠିକ ଦେଖାଶୁଣା କରିବା ପାଇଁ ହର୍ବାଲ ସାମ୍ପୁର ବ୍ୟବହାର କରନ୍ତୁ ।

ହର୍ବାଲ ସାମ୍ପୁ, ଏହା କେଶ ପାଇଁ ସବୁଠୁ ଉପଯୋଗୀ ହୋଇଥାଏ। ତେବେ ଆପଣ ଏହା ଘରେ ବି ତିଆରି କରିପାରିବେ। ଆଜି ଆମେ କହିବୁ ଗ୍ରୀନ-ଟି ର ହର୍ବାଲ ସାମ୍ପୁ କଥା। ଗ୍ରୀନ ଟି କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ସ୍କିନ ଓ କେଶ ପାଇଁ ଖୁବ ଲାଭକାରୀ ହୋଇଥାଏ। ଏବେ ଜାଣନ୍ତୁ କିପରି ତିଆରି କରିବେ:

-ଗ୍ରୀନ ଟି ପତ୍ର
-ପିପରମେଣ୍ଟ ଅଏଲ
-ଲେମ୍ବୁ ରସ
-ନଡ଼ିଆ ତେଲ
-ମହୁ
-ଆପଲ ସାଇଡର ଭିନେଗାର

ପ୍ରଥମେ ଗ୍ରୀନ ଟି ପତ୍ରକୁ ଶୁଖାଇ ଏହାକୁ ଗୁଣ୍ଡ କରିନିଅନ୍ତୁ । ଗ୍ରୀନ ଟି ପାଉଡର ରେ ଏକ ଚାମଚ ଆପଲ ସାଇଡର ଭିନେଗାର ମିଶାନ୍ତୁ। ପରେ ପିପରମେଣ୍ଟ ଅଏଲ ଦୁଇ ବୁନ୍ଦା ପକାନ୍ତୁ। ଏହାପରେ ମିଶ୍ରଣରେ ଲେମ୍ବୁ ରସ ପକାନ୍ତୁ । ଶେଷରେ ନଡ଼ିଆ ତେଲ ଓ ମହୁ ମିଶାଇବା ପରେ ଏହି ପେଷ୍ଟ ତିଆରି ହୋଇଯାଏ।

ଗ୍ରୀନ ଟି ରେ ଆଣ୍ଟି ଅକ୍ସି ଡାଣ୍ଟ , ଭିଟାମିନ ବି, ଭିଟାମିନ ସି , ଏମିନୋ ଏସିଡ ଏବଂ ଜିଙ୍କ ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଯାହା କେଶର ଗ୍ରନ୍ଥି ପାଇଁ ଭଲ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ଦୂର ହୋଇଯାଏ। ଏହାକୁ ମୁଣ୍ଡରେ ମସାଜ କରିବା ଦ୍ୱାରା ବ୍ଲଡ ସର୍କୁଲେସନ ଭଲ ହୋଇଥାଏ। ଯାହାଦ୍ୱାରା କେଶ ଘନ ଓ ମଜବୁତ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.