ରାତିରେ କ୍ଷୀର ବଦଳରେ ପିଅନ୍ତୁ ଏହି ଡ୍ରିଙ୍କ୍, ତୁରନ୍ତ କମିବ ଓଜନ

ଓଜନ କମ୍ କରିବା ପାଇଁ ଲୋକେ କେତେ କଣ ସବୁ ଉପାୟ କରନ୍ତି । କିଏ ଖାଇବା ଛାଡି ଦେଉଛନ୍ତି ତ ଆଉ କିଏ ଘଣ୍ଟା ଘଣ୍ଟା ଧରି ଜିମରେ କସରତ୍ କରୁଛନ୍ତି । କିନ୍ତୁ ଆପଣ କିଛି ଜିନିଷର ସେବନ ଦ୍ବାରା ବି ଆପଣଙ୍କର ଓଜନ କମ୍ କରାଇପାରିବେ ।

ଓଜନ କମ୍ କରିବା ପାଇଁ ଲୋକେ କେତେ କଣ ସବୁ ଉପାୟ କରନ୍ତି । କିଏ ଖାଇବା ଛାଡି ଦେଉଛନ୍ତି ତ ଆଉ କିଏ ଘଣ୍ଟା ଘଣ୍ଟା ଧରି ଜିମରେ କସରତ୍ କରୁଛନ୍ତି । କିନ୍ତୁ ଆପଣ କିଛି ଜିନିଷର ସେବନ ଦ୍ବାରା ବି ଆପଣଙ୍କର ଓଜନ କମ୍ କରାଇପାରିବେ । ଆଜ୍ଞା ହଁ, ଆପଣ ତ ଜାଣିଛନ୍ତି ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସ କରିବାରେ ଏହା ବହୁତ ଉପଯୋଗୀ । ଯଦି କାହାରି ଓଜନ ବଢ଼ିଯାଉଛି, ତେବେ ସେମାନେ ଗ୍ରୀନ୍ ଟି ସେବନ କରିପାରିବେ । ଗ୍ରୀନ୍ ଟି ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ । ଯଦି ଗ୍ରୀନ୍ ଟି ସଠିକ୍ ଭାବରେ ବ୍ୟବହୃତ ହୁଏ, ଓଜନ ହ୍ରାସ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୁଏ । ଏହାର ପ୍ରତିକାର ପାଇଁ ସଠିକ୍ ଉପାୟ ବିଷୟରେ ଆସନ୍ତୁ ଜାଣିବା ।

ଗ୍ରୀନ୍ ଟି’ର ଉପଯୁକ୍ତ ଲାଭ ପାଇବାକୁ ହେଲେ ରାତିରେ ଏହାର ସେବନ କରିବା ଉଚିତ୍ । ରାତ୍ରୀ ଭୋଜନ ପରେ ଗ୍ରୀନ୍ ଟି ପିଇବା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ରାତ୍ରି ଭୋଜନ କରିବାର ପ୍ରାୟ ୧ ରୁ ୧.୫ ଘଣ୍ଟା ପରେ ଏହାକୁ ପିଅନ୍ତୁ । ଏହା ପରେ କିଛି ଖାଇବା ଉଚିତ୍ ନୁହେଁ । ଏହାର ନିୟମିତ ବ୍ୟବହାର ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଗ୍ରୀନ୍ ଟି ତିଆରି କରିବା ପାଇଁ ଏକ କପ୍ ପାଣିକୁ ସସପେନରେ ପୂରାଇ ଫୁଟାନ୍ତୁ । ଏହାପରେ ଫୁଟୁଥିବା ପାଣିରେ ପାଉଡର କିମ୍ବା ଗ୍ରୀନ୍ ଟି ପତ୍ର ମିଶାନ୍ତୁ । ଏହାକୁ ପ୍ରାୟ ୩ରୁ ୪ ମିନିଟ୍ ଫୁଟାଇବା ପରେ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ଏହି ଟି’କୁ ଛାଣି ଦିଅନ୍ତୁ । ରାତ୍ରୀ ଭୋଜନ ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ।

କଫିନ୍ ଏବଂ କ୍ୟାଟେଚିନ୍ ନାମକ ଉପାଦାନ ଗ୍ରୀନ୍ ଟିରେ ମିଳିଥାଏ, ଯାହା ମେଟାବୋଲିଜିମ୍ କୁ ବୁଷ୍ଟ କରିଥାଏ । ଯାହା ଆପଣଙ୍କ ଚର୍ବି କମାଇବାରେ ସାହାଯ୍ୟ କରେ । ଗ୍ରୀନ୍ ଟି’ରୁ ଓଜନ ହ୍ରାସ କରେ ପାଇବା ସହ ଶରୀରର ମାସ ଇଣ୍ଡେକ୍ସ ମଧ୍ୟ ହ୍ରାସ ପାଏ । ଏହା ଶରୀରର ଶକ୍ତି ମଧ୍ୟ ବଢ଼ାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.