ଏହି ଉପାୟରେ ବ୍ୟବହାର କରନ୍ତୁ ପିଜୁଳି ପତ୍ର, କେଶ ଝଡିବା ହେବ କମ୍‌

ଆଜିକାଲି ସମସ୍ତେ କେଶ ଝଡ଼ିବା ଯୋଗୁ ଅସୁବିଧାରେ ପଡୁଛନ୍ତି । ଖରାପ ଲାଇଫ୍‌ ଷ୍ଟାଇଲ ଏବଂ ଷ୍ଟ୍ରେସ୍‌ ଯୋଗୁଁ କେଶ ବହୁତ ଝଡିବାକୁ ଲାଗିଛି । ତେବେ ବର୍ଷା ଋତୁରେ କେଶ ଝଡ଼ିବା ସମସ୍ୟା ଆହୁରି ଅଧିକ ବଢିବାକୁ ଲାଗିଥାଏ । କେଶ ନଝଡ଼ିବା ପାଇଁ ଲୋକମାନେ ଅନେକ ଘରୋଇ ଉପଚାର ବ୍ୟବହାର କରନ୍ତି । ସେହିପରି ଏକ ପ୍ରଭାବଶାଳୀ ପ୍ରତିକାର ହେଉଛି ପିଜୁଳି ପତ୍ର, ଯାହା କେଶ ଝଡିବାକୁ ରୋକିବାରେ ସାହାଯ୍ୟ କରିଥାଏ । ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ପିଜୁଳି ପତ୍ରରେ ଭିଟାମିନ୍ C, ଭିଟାମିନ୍ B, କମ୍ପ୍ଲେକ୍ସ ଏବଂ ଲାଇକୋପିନ୍ ମିଳିଥାଏ । ଯାହା କେଶ ଝଡ଼ିବା କମ କରିଥାଏ । ତାହେଲେ ଆସନ୍ତୁ ଜାଣିବା ପିଜୁଳି ପତ୍ରକୁ କେଶରେ କିପରି ବ୍ୟବହାର କରିବେ ।

କେଶ ଝଡିବା ପାଇଁ ପିଜୁଳି ପତ୍ର :
ବର୍ଷା ସମୟରେ କେଶ ନଝଡ଼ିବା ପାଇଁ ପିଜୁଳି ପତ୍ରର ପାଣି ବ୍ୟବହାର କରନ୍ତୁ । ଏଥିପାଇଁ ୧୦ ରୁ ୧୨ଟି ପିଜୁଳି ପତ୍ରକୁ ଧୋଇ ପ୍ରାୟ ୨୦ ମିନିଟ୍ ପାଇଁ ପାଣିରେ ଫୁଟାନ୍ତୁ । ଏବେ ପାଣି ଥଣ୍ଡା ହେବା ପରେ ଏକ ପାତ୍ରରେ ରଖନ୍ତୁ । ବର୍ତ୍ତମାନ କେଶକୁ ସାମ୍ପୁ କରନ୍ତୁ ଏବଂ ତା’ପରେ ପିଜୁଳି ପତ୍ର ପାଣି ସହିତ କେଶ ଧୋଇ ଦିଅନ୍ତୁ । ଏହା ପରେ କଣ୍ଡିସନର ଲଗାଇ ଶେଷରେ ପାଣିରେ ଧୋଇ ଦିଅନ୍ତୁ । ଯଦି ଆପଣ ଚାହିଁବେ, ଏହାକୁ କିଛି ସମୟ ପାଇଁ ନିଜ କେଶରେ ରଖିପାରିବେ । ଏହାକୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶ ଝଡିବା କମ୍‌ ହେବା ସହ କେଶ ଲମ୍ବା ମଧ୍ୟ ହେବ ।

କେଶ ନଝଡ଼ିବା ପାଇଁ ପିଜୁଳି ତେଲ ବ୍ୟବହାର କରନ୍ତୁ :
କେଶକୁ ମଜ୍‌ବୁତ ଏବଂ ମୋଟା କରିବା ପାଇଁ ପିଜୁଳି ପତ୍ର ତେଲ ମଧ୍ୟ ବ୍ୟବହାର କରାଯାଇପାରେ । ପିଜୁଳି ପତ୍ରରୁ ତେଲ ତିଆରି କରିବା ବହୁତ ସହଜ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ ଧୋଇ ଶୁଖାନ୍ତୁ ଏବଂ ତା’ପରେ ଏହାକୁ ନଡିଆ ତେଲରେ ଫୁଟାନ୍ତୁ । ପତ୍ରର ରଙ୍ଗ ବଦଳିବା ପର୍ଯ୍ୟନ୍ତ ତେଲକୁ ଫୁଟାନ୍ତୁ । ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ତା’ପରେ କେଶକୁ ମାଲିସ୍ କରନ୍ତୁ । ଏହି ତେଲ ପ୍ରସ୍ତୁତ କରି ସପ୍ତାହରେ ୨ ରୁ ୩ ଥର କେଶରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶର ଅନେକ ସମସ୍ୟା ହେବ ଦୂର ।