ଶୀତ ଋତୁରେ ବାସନ ଧୋଇବା ପାଇଁ କଷ୍ଟ ହେଉଛି କି? ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁରେ ବହୁତ ପ୍ରକାର ସମସ୍ୟା ଦେଖାଦେଇଥାଏ । ଶୀତ ଋତୁ ପ୍ରାୟତଃ ଅଧିକାଂଶ ଲୋକଙ୍କୁ ବହୁତ ଭଲ ଲାଗିଥାଏ । ହେଲେ ଏହି ଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ଶୀତ ଋତୁରେ ବହୁତ ପ୍ରକାର ରୋଗ ମଧ୍ୟ ସାମ୍ନାକୁ ଆସିଥାଏ, ଯେମିତିକି ଥଣ୍ଡା, କାଶ, ଜ୍ୱର ଇତ୍ୟାଦି । ଏହାସହ ଆପଣମାନେ ଜାଣିଥିବେ ଏହି ଋତୁ ଆରମ୍ଭ ହେଲେ ଅଧିକାଂଶ ଲୋକଙ୍କର ଆଣ୍ଠୁ, ଗଣ୍ଠି ସମସ୍ୟା ଦେଖାଦେଇଥାଏ ।
ଏହି ଋତୁରେ ବହୁତ ଶୀତ ହେବା କାରଣରୁ ଲୋକମାନେ ଠିକ୍ ସେ କାମ କରିପାରି ନଥାନ୍ତି । କାରଣ ହାତ ଏହି ସମୟରେ ଧରି ଉଠେ ଯେଉଁ କାରଣ କିଛି ବି କାମ କରି ହୋଇନଥାଏ । ଏହି ସମୟରେ ଆପଣ ମାନେ ଗରମ ପାଣି ବ୍ୟବହାର କରିବା ନିହାତି ଆବଶ୍ୟକ ହୋଇଥାଏ । ଏମିତି କି ବିନା ଗରମ ପାଣିରେ କୌଣସି କାମ କରି ହୁଏନାହିଁ । ଏହି ଋତୁରେ ଦିନ ଆରମ୍ଭ ଏବଂ ଶେଷ ହୁଏ ଗରମ ପାଣିରେ । ଗରମ ପାଣି ବିନା କୌଣସି କାର୍ଯ୍ୟ ସମ୍ଭବପର ହୋଇ ନଥାଏ ।
ଶୀତ ଋତୁରେ ଅଧିକାଂଶ ଲୋକ ଖାଇସାରିବା ପରେ ବାସନକୁ ପକାଇ ଦେଇଥାନ୍ତି । କାରଣ ଶୀତର ମାତ୍ରା ଏତେ ଅଧିକ ଥାଏ ଯେଉଁ କାରଣରୁ ବାସନ ଧୋଇ ହୁଏ ନାହିଁ । ଏହି ସ୍ଥିତିରେ ଆପଣଙ୍କୁ କ’ଣ କରିବା ଉଚିତ୍ ତାହା ଜାଣନ୍ତୁ ।
ଗ୍ଲୋବ୍ସ ବ୍ୟାବହାର କରିପାରିବେ :
ଯଦି ଆପଣଙ୍କୁ ଅଧିକ ଶୀତ ହେଉଛି ଏବଂ ବାସନ ଧୋଇ ପାରୁନାହାଁନ୍ତି । ତେବେ ଆପର ଗ୍ଲୋବ୍ସ ବ୍ୟବହାର କରିପାରିବେ । ଏହି ଗ୍ଲୋବ୍ସ ହାତକୁ ଥଣ୍ଡାରୁ ମୁକ୍ତି ଦେଇଥାଏ । ଭଲ କ୍ୱାଲିଟିର ଗ୍ଲୋବ୍ସ କିଣିବା ପାଇଁ ପଡିବ, ଯାହା ହାତକୁ ସୁରକ୍ଷିତ ରଖିପାରିବ ।
ଗରମ ପାଣି ବ୍ୟବହାର କରିବା ଉଚିତ୍ :
ଏହି ଋତୁରେ ଆପଣମାନେ ଜାଣିଥିବେ ଗରମ ପାଣିର ମୂଲ୍ୟ କେତେ ଅଧିକ । କାହିଁକି ନା ସବୁ ସମୟରେ ଗରମ ପାଣି ବ୍ୟବହାର ହୋଇଥାଏ । ଯଦି ଆପଣଙ୍କୁ ବାସନ ଧୋଇବାକୁ କଷ୍ଟ ହେଉଛି ତେବେ ଗରମ ପାଣି ସାହାଯ୍ୟରେ ମଧ୍ୟ ବାସନ ଧୋଇପାରିବେ । ଯାହା ଆପଣଙ୍କୁ ବହୁତ ଆରାମ ପ୍ରଦାନ କରିବ ।
ବାସନକୁ ଜମା କରି ରଖନ୍ତୁ ନାହିଁ :
ଆପଣଙ୍କୁ ମନେ ରଖିବା ଉଚିତ୍ ଯେ, ବାସନଗୁଡିକ ଜମା କରି ରଖିବା ଠିକ ନୁହେଁ । ଯେଉଁ ସମୟରେ କାମ କରୁଛନ୍ତି ଏବଂ ଯେତିକି ବାସନ ହେଉଛି ତାହାକୁ ତୁରନ୍ତ ଧୋଇ ଦିଅନ୍ତୁ । ନଚେତ୍ ଏପରି ସବୁ ବାସନକୁ ଜମା କରି ରଖିବା ଫଳରେ ଧୋଇବାକୁ କଷ୍ଟ ହୋଇଥାଏ । ତେଣୁ ଆପଣ ଅଳ୍ପ ଅଳ୍ପ କରି ସବୁ ବାସନକୁ ଧୋଇଦେବା ଉଚିତ୍ ।