ଲାଇଫ୍ ଷ୍ଟାଇଲ୍

ବାଳ ପାଇଁ ରାମବାଣ ସିଝା ଯାଇଥିବା ଚା’ ପତି, ଫିଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଫାଇଦା

ସକାଳେ ଚା’ ପିଇବାକୁ କିଏ ବା ଭଲ ନ ପାଏ । ପ୍ରାୟ ଅଧିକାଂଶ ଲୋକ ଚା’ ପିଉଥିଲେ ମଧ୍ୟ ସିଝା ଚା’ ପତିକୁ ବେକାର ଭାବି ଫିଙ୍ଗି ଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଫିଙ୍ଗୁଥିବା ଚା’ ପତି କେତେ ଉପକାରୀ । ଆସନ୍ତୁ ଜାଣିବା ଏହି ଚା’ ପତିର କ’ଣ ରହିଛି ଫାଇଦା ।

ସନ୍‌ ବର୍ଣ୍ଣ ଦୂର କରେ : ଫିଙ୍ଗୁଥିବା ଚା’ ପାଉଚ୍‌ କୁ ସନ୍‌ ବର୍ଣ୍ଣ ଜାଗାରେ ବ୍ୟବହାର କରି କଳା ପଡ଼ିଥିବା ସମସ୍ୟାକୁ ଦୂର କରିପାରିବେ । ଏଥିପାଇଁ କିଛି ବ୍ୟବହାର ହୋଇଥିବା ଚା’ ପାଉଚ୍‌କୁ ଥଣ୍ଡା ପାଣିରେ ବୁଡ଼ାଇ ସନ୍‌ ବର୍ଣ୍ଣ ସ୍ଥାନରେ ହାଲ୍‌କା ଭାବେ ଲଗାଇ ଧରନ୍ତୁ । ୧୦ ୧୫ ମିନିଟ୍‌ ପରେ ଏହାକୁ କାଢ଼ି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ସନ୍‌ ସ୍କ୍ରିନ ଲୋସନ ପରି କାମ କରିଥାଏ । ଏହା ସନ୍‌ ବର୍ଣ୍ଣ ଦ୍ୱାରା ଖରାପ ହୋଇଥିବା ଚର୍ମକୁ ସଫା କରି ପୋଷଣ ଦେଇଥାଏ । ମୁହଁର ବ୍ରଣ, ଦାଗ ଓ ଚିହ୍ନ ସମସ୍ୟା ଦୂର କରିବା ସହ ଦିନ ସାରା ଚର୍ମକୁ ତାଜା ରଖିଥାଏ ।

ଆଖି ତଳ କଳା ସର୍କଲ ଭଲ କରିଥାଏ : ଏହାଦ୍ୱାରା ଆଖିର ଆଖପାଖରେ ପଡିଥିବା କଳା ଦାଗ ବା ଡାର୍କ ସର୍କଲ୍‌ ଦୂର କରିଥାଏ । ଏଥିପାଇଁ ବ୍ୟବହୃତ ଚା’ ପାଉଚ୍‌କୁ ୧୦ ମିନିଟ୍‌ ଫ୍ରିଜ୍‌ରେ ରଖନ୍ତୁ । ପରେ ଏହାକୁ ଆଣି ଆଖି ଉପରେ ପ୍ରାୟ ୧୦/୧୫ ମିନିଟ୍‌ ପର୍ଯ୍ୟନ୍ତି ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏହାଦ୍ୱାରା ଆଖି ତଳ ଡାର୍କ ସର୍କଲ୍‌ ଭଲ ହେବା ସହ ଆଖିକୁ ଥଣ୍ଡା ମିଳିଥାଏ ।

ବାଳକୁ ସୁସ୍ଥ ରଖେ : ବାଳର ଉଜ୍ଜଳତା ଫେରାଇ ଆଣିବାକୁ ବ୍ୟବହୃତ ଗ୍ରୀନ୍‌ ଚା’ ପାଉଚ୍‌(ବ୍ୟାଗ୍‌) ଭଲ କାମ କରେ । ଏଥିପାଇଁ ପ୍ୟାନ୍‌ରେ କିଛି ଚା’ ପାଉଚକୁ ପାଣି ଦେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ ବାଳ ମୂଳ ଓ ବାଳର ସବୁଆଡେ ଲଗାନ୍ତୁ । ୧୦/୧୫ ମିନିଟ୍‌ ପରେ ଏହାକୁ ସାମ୍ପୋରେ ଧୋଇ ନିଅନ୍ତୁ । ଏହାଦ୍ୱାରା ବାଳ ନରମ ହେବା ସହ ଲମ୍ବା, କଳା ଓ ଗହବା ହୋଇଥାଏ ।

 

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

3 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

5 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

5 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

5 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

6 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

7 hours ago