ସତରେ କ’ଣ ବାରମ୍ବାର କାଟିଲେ ଚୁଟି ମୋଟା ଓ ମଜଭୁତ ହୁଏ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲମ୍ବା ଚୁଟି ରଖିବାକୁ କିଏ ବା ପସନ୍ଦ ନ କରେ। ସମସ୍ତେ ଚାହାନ୍ତି ଚୁଟି ଘନ, କଳା ଓ ମୋଟା ହେଉ। ଏଣୁ ଉଭୟ ଝିଅ ଓ ପୁଅ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେବେଳେ ଏହି ବିୟୁଟି ପ୍ରଡକ୍ଟ ଏତେଟା କାମ ଦେଇ ନଥାଏ। ଏଣୁ କିଛି ଲୋକ ଚୁଟି ଭଲ ବଢ଼ିବାକୁ ଏହାକୁ ବାରମ୍ବାର କାଟିଥାନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ ବାରମ୍ବାର ଚୁଟି କାଟିବା ଦ୍ୱାରା ଚୁଟି ଭଲ ବଢ଼େ ଓ ମୋଟା ହୁଏ। କିନ୍ତୁ ଏହି କଥା କେତେ ଠିକ୍‌ କେହି ଜାଣନ୍ତି ନାହିଁ। ତେବେ ଆଜି ଆସନ୍ତୁ ଜାଣିବା ସତରେ କ’ଣ ଚୁଟି କାଟିଲେ ଭଲ ବଢ଼େ?

ଏକ୍ସପର୍ଟଙ୍କ ମୁତାବକ, ବାରମ୍ବାର ଚୁଟି କାଟିବା ସହ ବଢ଼ିବାର କୌଣସି ସମ୍ପର୍କ ନାହିଁ। ଚୁଟି କାଟିବା ଦ୍ୱାରା ମୋଟା ହୁଏ ନାହିଁ। ଚୁଟି ବଢ଼ିବା ପାଇଁ ତାଳୁରେ ଥିବା ଫଲିକଲ୍ସ ସାହାଯ୍ୟ କରେ। କିନ୍ତୁ ନିୟମିତ ବ୍ୟବଧାନରେ ଚୁଟିକୁ ଟ୍ରିମ୍‌ କରିବା ଦ୍ୱାରା ଦୋମୁହାଁ ଓ ଫଟା ଚୁଟି ସଫା ହୋଇଯାଏ। ଫଳରେ ଚୁଟି ଭଲ ଦିଶେ। କିନ୍ତୁ ଚୁଟି ବଢ଼ିବା ସହ ଏହାର କୌଣସି ସମ୍ପର୍କ ନାହିଁ। କାରଣ ଚୁଟି ମୂଳରୁ ବଢ଼େ, ଅଗରୁ ନୁହେଁ।

କିନ୍ତୁ ମୋଟା ଚୁଟି ପାଇଁ ବାରମ୍ବାର କେଶକୁ କାଟିବା ଉଚିତ ନୁହେଁ। ଚୁଟିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଧୂଅାଁ, ଧୂଳି, ମାଟି ଠାରୁ ଦୂରେଇ ରୁହନ୍ତୁ। ଯଥାସମ୍ଭବ ପ୍ରଦୂଷିତ ଅଞ୍ଚଳକୁ ଯାଆନ୍ତୁ ନାହିଁ। ବାହାରକୁ ଯିବା ବେଳେ ଚୁଟିକୁ ବାନ୍ଧନ୍ତୁ ଓ ଘୋଡ଼ାଇ ରଖନ୍ତୁ। ଏଥିସହ ଚେଷ୍ଟା କରନ୍ତୁ ଯେମିତି ନିୟମିତ ଚୁଟି ନ ଧୁଅନ୍ତି। ଏଭଳି କିଛି କଥା ମାନିଲେ ଚୁଟି ଭଲ ରହେ ଓ କମ୍‌ ଝଡ଼େ।

Also Read: ଅସ୍ତ୍ର ନ ଧରି ରୁଷ ସହ ଯୁଦ୍ଧ କରୁଛି ଆମେରିକା! ଜାଣନ୍ତୁ ୟୁକ୍ରେନ୍-ରୁଷ ଯୁଦ୍ଧର ପ୍ରକୃତ କାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.