ଆପଣଙ୍କୁ ଦରକାର କି ଲମ୍ବା ଓ ଘନ କେଶ, ତେବେ ଘରେ ଥିବା ସାମଗ୍ରୀରେ କରନ୍ତୁ ଏମିତି ବ୍ୟବହାର

କିଛି ଲୋକ ଲମ୍ବା କେଶ ରଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ।ମାତ୍ର ତାହା କିଛିଟା ମାତ୍ରାରେ ସମ୍ଭବ ହୋଇନଥାଏ କାରଣ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସହ ପରିବେଶ ସନ୍ତୁଳନ କେଶ ଝଡ଼ିବାର ଏକ ମୁଖ୍ୟ କାରଣ ପାଲଟିଗଲାଣି । ଅନ୍ୟପଟେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ କେଶର ଯତ୍ନ ନେବାବି ଅତ୍ୟନ୍ତ କଷ୍ଟକର । ଆଉ ଖାସ ସେଥିପାଇଁ ଆଜିର ଯୁବପୀଢି ଲମ୍ବା କେଶ ରଖିବାକୁ ପସନ୍ଦ କରୁନାହାଁନ୍ତି । ହେଲେ ଲମ୍ବା କେଶ ରଖିବାକୁ ହେଲେ ଆପଣଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼ିବ ନାହିଁ ।

ହେୟାର ଏକ୍ସପର୍ଟସ ଙ୍କ କହିବା କଥା, ମେଥି ଓ ଚାଉଳ ପାଣି କେଶକୁ ମଜଭୁତ କରିଥାଏ । ଏହି ଦୁଇଟି ସାମଗ୍ରୀ ସମସ୍ତଙ୍କ ଘରେ ଉପଲବ୍ଧ ରହିଥାଏ । ଏହି ପ୍ରାକୃତିକ ସାମଗ୍ରୀ ରେ ଯଦି ଆପଣ କେଶକୁ ସଫା ଅର୍ଥାତ ଧୁଅନ୍ତି ତେବେ ଏହା ବହୁତ ମଜଭୁତ ହୋଇଥାଏ । ସାଥୀରେ କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । କେଶକୁ ମଜଭୁତ କରିବାକୁ ହେଲେ ଏହିପରି ଟନିକ୍ ର ଆପଣ ବ୍ୟବହାର କରିପାରିବେ ।

ମେଥି ଦାନାରେ ଆୟରନ, ପ୍ରୋଟିନ, ଫଲିକ ଏସିଡ୍, ଭିଟାମିନ ଏ, କେ, ସି ପୋଟାସିୟମ ଓ କ୍ୟାଲସିୟମ ରେ ଭରପୁର ରହିଥାଏ । ଏହା କେଶକୁ ପୋଷଣ ଦେବା ସହ କେଶକୁ ଅତ୍ୟନ୍ତ ନରମ ଓ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ସେହିପରି ଚାଉଳ ପାଣିରେ କାର୍ବୋହାଇଡ୍ରେଟସ୍ ଭରପୁର ରହିଥାଏ ଯାହା କେଶ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ଭିଟାମିନ୍ A,C,D ଓ E କେଶର ଚମକକୁ ବଜାୟ ରଖିଥାଏ । କେଶକୁ ଚମକାଇବା ସହ ନରମ ଓ ସିଲ୍କ କରିବାରେ ଖୁବ ସାହାଯ୍ୟ କରିଥାଏ ଚାଉଳ ପାଣି ।

କେମିତି ପ୍ରସ୍ତୁତ କରିବେ ଏହି ଟନିକ୍

ଅଧାକପ ଚାଉଳ ସହ ୩ ଚାମଚ ମେଥି ଓ ପାଣି ନିଅନ୍ତୁ। ରାତି ସାରା ୨୫୦ ମିଲିମିଟର ପାଣିରେ ମେଥିକୁ ଭିଜାଇ ରଖନ୍ତୁ । ସକାଳ ସମୟରେ ଅଧାକପ ଚାଉଳରେ ଏକ କପ୍ ପାଣି ମିଶାନ୍ତୁ । ଏବଂ ଏହାକୁ ୨ ରୁ ୩ ଘଣ୍ଟା ଯାଏଁ ରଖିଦିଅନ୍ତୁ । ଏବେ ଗ୍ୟାସରେ ଅଲଗା ଅଲଗା କରି ଏହି ମିଶ୍ରଣକୁ ଗରମ କରନ୍ତୁ। ଧିମା ଆଞ୍ଚରେ ପ୍ରାୟ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ଏବେ ଏହି ମିଶ୍ରଣକୁ ଗୋଟିଏ ପାତ୍ରରେ ଛାଣି ରଖନ୍ତୁ । ଏହା ଥଣ୍ଡା ହେବା ପରେ ଗୋଟିଏ ଦିନ ପର୍ଯ୍ୟନ୍ତ ସେମିତି ଛାଡ଼ିଦିଅନ୍ତୁ ।

କେମିତି କରିବେ ବ୍ୟବହାର

ପ୍ରଥମେ ଟିକିଏ ଉଷୁମ ପାଣିରେ ନିଜ କେଶକୁ ଧୋଇଦିଅନ୍ତୁ । ପରେ ପ୍ରସ୍ତୁତ କରିଥିବା ଏହି ଟନିକକୁ ନିଜ କେଶ ମୂଳ ସହ ପୁରା କେଶରେ ଲଗାନ୍ତୁ । ୫ ରୁ ୧୦ ମିନିଟ ଯାଏଁ ଏହାକୁ ପୁରା କେଶରେ ମିଶିବା ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହାପରେ ସାୱାର କ୍ୟାପ୍ ଲଗାଇ ପ୍ରାୟ ୧୫ ରୁ ୨୦ ମିନିଟ ରଖିବା ପରେ ଉଷୁମ ପାଣିରେ କେଶକୁ ଧୋଇଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.