ଲାଇଫ୍ ଷ୍ଟାଇଲ୍

ଶୀତଦିନେ ରୂପି ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ କେଶରେ ରୂପି ସମସ୍ୟା ସାଧାରଣ ହୋଇଥାଏ । ଏହା ଆମ କେଶକୁ କ୍ଷତି ପହଞ୍ଚାଏ । ଏହାକୁ ଦୂର କରିବା ପାଇଁ କେମିକାଲ ଯୁକ୍ତ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ପରିବର୍ତ୍ତେ ଆପଣ ଅନ୍ୟ କିଛି ପଦକ୍ଷେପ ମଧ୍ୟ ନେଇପାରିବେ । ତାହେଲେ ଆସନ୍ତୁ ଜାଣିବା କେଶକୁ ସୁରକ୍ଷିତ ରଖିବାର କିଛି ଟିପ୍ସ ।

କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି। ରୂପି ଯୋଗୁ କେବଳ ମୁଣ୍ଡ କୁଣ୍ଡେଇ ହୁଏ ନାହିଁ ଚୁଟି ମଧ୍ୟ ଉପୁଡ଼ିଥାଏ। ମାର୍କେଟରେ ରୂପି ସମସ୍ୟା ଦୂର କରିବା ପାଇଁ ଅନେକ ପ୍ରକାରର ସାମ୍ପୋ ମିଳୁଛି। କିନ୍ତୁ ଏହି ସାମ୍ପୋ ରୂପି ସମସ୍ୟା ଦୂର କରିବା ବଦଳରେ କେଶକୁ ରୁକ୍ଷ କରିଦେଇଥାଏ। କେବଳ ଘରୋଇ ଉପାୟରେ ଆମେ ରୂପି ସମସ୍ୟା ଦୂର କରିପାରିବା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

-ନଡ଼ିଆ ତେଲ ରୂପି ପାଇଁ ଏକ ଉତ୍କୃଷ୍ଟ ପ୍ରତିକାର । ଗାଧୋଇବା ପୂର୍ବରୁ 4-5 ଚାମଚ ନଡ଼ିଆ ତେଲ କେଶ ମୂଳରେ ମସାଜ କରନ୍ତୁ ଏବଂ 1-2 ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ । ଆପଣ ଏହାକୁ ସାରାରାତି ରଖି ମଧ୍ୟ ଛାଡି ପାରିବେ ।

-ଦୁଇ ଚାମଚ ଲେମ୍ବୁ ରସକୁ କେଶ ମୂଳରେ ଘଷନ୍ତୁ ଏବଂ ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ । ତା’ପରେ ଗୋଟିଏ କପ୍ ପାଣିରେ ଗୋଟିଏ ଲେମ୍ବୁ ରସକୁ ମିଶାନ୍ତୁ ଏବଂ ଏହି ପାଣିରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଏମିତି 3 ଥର କରନ୍ତୁ ଯାହାଦ୍ୱାରା ଆପଣଙ୍କର ରୂପି ସମସ୍ୟା ଦୂର ହେବ ।

-ଘିକୁଆଁରୀର ଲାଳ ଅଂଶରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ୍‌ ପ୍ରଚୁର ପରିମାଣରେ ମହଜୁଦ ରହିଛି। ଯାହା ରୂପି ସମସ୍ୟା ଦୂର କରିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ କରିଥାଏ। ଘିକୁଆଁରୀ ନଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍‌କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍‌କୁ କେଶ ମୂଳରେ ଲଗାଇ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ଅଳ୍ପ ସାମ୍ପୋ ବ୍ୟବହାର କରି ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।

-କର୍ପୂର ଓ ନଡ଼ିଆ ତେଲରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରୂପି ସମସ୍ୟା ଦୂର କରିଥାଏ। ଦୁଇ ଚାମଚ ନଡ଼ିଆ ତେଲରେ ଚାମଚେ କର୍ପୂର ମିଶାନ୍ତୁ। ଏହାକୁ କେଶ ଓ କେଶ ମୂଳରେ ମସାଜ୍‌ କରନ୍ତୁ। ଘଣ୍ଟାଏ ପରେ ସାମ୍ପୁର ମୁଣ୍ଡ ସଫା କରିଦିଅନ୍ତୁ। ରୂପି ସମସ୍ୟା ଦୂର ହେବ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago