ଚୁଟିକୁ କଲର କରିବା ପରେ ଏସବୁ କାମ କରନ୍ତୁ, ଅଧିକ ଦିନ ଯାଏଁ ରହିବ ରଙ୍ଗ

ଆଜିକାଲି ଚୁଟିକୁ କଲର କରିବା ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଅଧିକାଂଶ ଯୁବକ ଯୁବତୀ ନୂଆ ଲୁକ୍‌ ପାଇଁ ଚୁଟିରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରୁଛନ୍ତି। ଏହା ଦ୍ୱାରା ପୂରା ଲୁକ୍‌ ବଦଳିଯାଉଛି। କିନ୍ତୁ ଚୁଟିକୁ କଲର କରିବା ପରେ ଯଦି କେତେକ ବିଷୟ ପ୍ରତି ଗୁରୁତ୍ୱ ନ ଦେବେ ତେବେ କେଶ ଖରାପ ହେବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଚୁଟିକୁ ରଙ୍ଗ କରି ସାରିବା ପରେ କି କି କାମ କଲେ ଚୁଟି ନରମ ଓ ଚମକଦାର ରହିବ…

ସାମ୍ପୋ କରନ୍ତୁ ନାହିଁ:

ଚୁଟିକୁ କଲର କରିବାର ୩ ଦିନ ପର୍ଯ୍ୟନ୍ତ ସାମ୍ପୋ ବ୍ୟବହାର କରନ୍ତୁ ନାହିଁ। ଚୁଟିକୁ ସାମ୍ପୋ କଲେ ରଙ୍ଗ ଧୋଇଯିବାର ସମ୍ଭାବନା ରହିଛି। ଯଦି ଚୁଟି ଅଧିକ ତୈଳାକ୍ତ ଅଛି ତେବେ ଡ୍ରାଏ ଓ କଲର ପ୍ରିଭେଣ୍ଟିଭ୍‌ ସାମ୍ପୋ ବ୍ୟବହାର କରିବାକୁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି।

ଖରାରେ ବାହାରକୁ ଯାଆନ୍ତୁ ନାହିଁ:

ଚୁଟିକୁ ଖରାରେ ଦେଖାନ୍ତୁ ନାହିଁ। ସୂର୍ଯ୍ୟଙ୍କ ହାନିକାରକ ଅତି ବାଇଗଣୀ ରଶ୍ମି ଯୋଗୁ ଚୁଟିର ରଙ୍ଗ ଉଡ଼ିଯିବା ଆଶଙ୍କା ରହିଛି। ଏଥିସହ ଚୁଟି ରୁକ୍ଷ ବି ହୋଇପାରେ।

ଗରମ ପାଣି ବ୍ୟବହାର କରନ୍ତୁ ନାହିଁ:

ଚୁଟିକୁ ରଙ୍ଗ କରିବା ପରେ ଗରମ ପାଣିରେ ଧୋଇଲେ ରଙ୍ଗ ଧୋଇଯିବା ଆଶଙ୍କା ରହିଛି। ଏହା ଦ୍ୱାରା ଚୁଟିର ମୁଲାୟମପଣ ବି ଚାଲିଯିବ। ଏଣୁ ରଙ୍ଗ କରିବା ପରେ ଗରମ ପାଣିରେ ଚୁଟି ଧୋଇବାରୁ ବିରତ ରୁହନ୍ତୁ।

ହେୟାର ଡ୍ରାଏର ବ୍ୟବହାର କରନ୍ତୁ ନାହିଁ:

ହେୟାର ଡ୍ରାଏର ବି ଆପଣଙ୍କ ଚୁଟିକୁ ରୁକ୍ଷ କରିପାରେ। ଏଣୁ ରଙ୍ଗ କରି ସାରିବା ପରେ ହଟ୍‌ ରୋଲର କିମ୍ବା ହେୟାର ଡ୍ରାୟର ଭଳି ଗରମ କରୁଥିବା ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ରଙ୍ଗ ପ୍ରଭାବିତ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.