କେଶ କହିଥାଏ ବ୍ୟକ୍ତିର ସ୍ୱଭାବ, କେଶକୁ ଦେଖି ଆପଣ ଜାଣି ପାରିବେ କିଏ କେଉଁଭଳି

କେଶ ବିନ୍ୟାସ କରିବାକୁ ସମସ୍ତେ ଭଲ ପାଆନ୍ତି। କେଶକୁ ବ୍ୟକ୍ତିର ପ୍ରାକୃତିକ ମୁକୁଟ କୁହାଯାଇଥାଏ। କେହି କେହି ଘଣ୍ଟା ଘଣ୍ଟା ଧରି କେଶକୁ କୁଣ୍ଡାଇବା ଏବଂ ସଜାଇବାରେ ଲାଗିଥାଆନ୍ତି। କୁହାଯାଏ, ଯେଉଁ ବ୍ୟକ୍ତିଙ୍କର କେଶ ଅତ୍ୟଧିକ ଘନ ଏବଂ ମୋଟା, ସେ ନିଜ ବିଚାରଧାରାରେ ଦୃଢ଼ ହୋଇଥାଏ। ଏଭଳି ବ୍ୟକ୍ତି ଖୋଲା ଭାବନାରେ କାମ କରେ ନାହିଁ। ଏମାନେ ପରମ୍ପରାବାଦୀ ହୋଇଥାଆନ୍ତି। ନୂଆ ସମ୍ଭାବନା ଉପରେ ଜଲ୍‌ଦି ବିଶ୍ୱାସ କରନ୍ତି ନାହିଁ। ଏହିପରି ଆଜି ଆମେ ଆପଣଙ୍କୁ କେଶ ଅନୁସାରେ ବ୍ୟକ୍ତିର ସ୍ୱଭାବ ବିଷୟରେ କହିବାକୁ ଯାଉଛୁ।

ପବନରେ ଉଡ଼ୁଥିବା ହାଲୁକା ତଥା ପତଳା କେଶ ଥିବା ବ୍ୟକ୍ତି ବିଚାରବାନ ଏବଂ ନୂଆ କଥାର ସମର୍ଥକ ହୋଇଥାଆନ୍ତି। ଏମିତିରେ ଏଭଳି ଲୋକଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରିବା କଠିନ ହୋଇଥାଏ। ଏମାନେ ନିଜ କଥା ଉପରେ ଦୃଢ଼ ଭାବେ ରହିପାରନ୍ତି ନାହିଁ, ଯଦିଓ ଏମାନେ ବୁଝିଲା, ଶୁଝିଲା ବିଚାରର ହୋଇଥାଆନ୍ତି। ତର୍କ ଶକ୍ତି ମଜଭୁତ ହୋଇଥାଏ। ଏମାନେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଗରେ ରହିଥାଆନ୍ତି।

ଗହିରିଆ କଳା କେଶ ଥିବା ବ୍ୟକ୍ତି ଅଧିକ ଭରସାଯୋଗ୍ୟ ଏବଂ ସକାରାତ୍ମକ ହୋଇଥାଆନ୍ତି। କହରିଆ କେଶ ଥିବା ଲୋକଙ୍କୁ ମିତ୍ର ବନାଇବା ଏବଂ ବିଶ୍ୱାସ କରିବା ଉଚିତ ନୁହେଁ। ଲମ୍ବା କେଶ ବ୍ୟକ୍ତି ଅଧିକ ମେଳାପି ଏବଂ ବହିମୁର୍ଖୀ ହୋଇଥାଆନ୍ତି। ଏମାନେ ଯାତ୍ରା ପ୍ରିୟ ହୋଇଥାଆନ୍ତି। ଛୋଟ କେଶ ଥିବା ବ୍ୟକ୍ତି ମଜଭୁତ୍‌ ଉଦ୍ଦେଶ୍ୟ ରଖିବାକୁ ଅଧିକ ପସନ୍ଦ କରିଥାଆନ୍ତି।

କିଛି ଲୋକଙ୍କର କେଶ ଦୁଇ ମୁହାଁ ହୋଇଥାଏ, ଯାହା ଅନାକର୍ଷକ ଦେଖାଯାଏ। ଏମିତି ଲୋକ ମାନସିକ ଏବଂ ଶାରୀରିକ ରୂପେ ସ୍ୱାସ୍ଥ୍ୟ ସମସ୍ୟାରେ ଗ୍ରସ୍ତ ହୋଇଥାଆନ୍ତି। ଅସ୍ତିରତା ଏବଂ ଚିଡ଼ିଚିଡ଼ାପଣ ଏମାନଙ୍କଠାରେ ମିଳିଥାଏ।

You might also like