ସବୁ ସଙ୍କଟରୁ ମିଳିବ ମୁକ୍ତି, ଆପଣାନ୍ତୁ ହନୁମାନଙ୍କର ଏହି ତିନିଟି ଉପାୟ

ଆଉ ଦିନ କେଇଟା ପରେ ଆସିଯିବ ନୂଆବର୍ଷ। ନୂଆବର୍ଷ ୨୦୨୦ରେ ରାହୁଙ୍କ ପ୍ରଭାବ ବେଶୀ ରହିବ, ଏହାସହ ଅନେକ ରାଶି ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଏମିତିରେ ଆପଣ ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ହନୁମାନଜୀଙ୍କର ଏହି ତିନିଟି ଉପାୟ ଅବଲମ୍ବନ କରନ୍ତୁ। ଯାହା ଆପଣଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରିବା ପାଇଁ ନୂଆବର୍ଷରେ କୌଣସି ପ୍ରକାର ବାଧାବିଘ୍ନ ଆସିବାକୁ ଦେବନାହିଁ। ଆସନ୍ତୁ ଜାଣିନେବା କ’ଣ ସବୁ ଏହି ଉପାୟ…

paan

– ପାଞ୍ଚଟି ଶନିବାର ଦିନ ହନୁମାନଙ୍କ ମୂର୍ତ୍ତି ନୂଆବସ୍ତ୍ର ଅର୍ପଣ କରନ୍ତୁ। ଏପରି କଲେ ଆପଣଙ୍କର ସବୁ ସଙ୍କଟ ଦୂର ହେବ। ଏହାଛଡା ନୂଆବସ୍ତ୍ର ଅର୍ପଣ କରିବା ପରେ ହନୁମାନ ଚାଳିଶା ପଢିବା ସହ ବନାରସୀ ପାନ ମଧ୍ୟ ବଜରଙ୍ଗବାଲୀଙ୍କୁ ଅର୍ପଣ କରନ୍ତୁ ଲାଭ ମିଳିବ।

– ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ଚାଳିଶା ପଢିବା ପରେ ଏକ ବରପତ୍ରରେ ଅଟା ରଖି ତା’ ଉପରେ ଦ୍ୱୀପ ଜଳାନ୍ତୁ। ପରେ ଏହାକୁ ନେଇ ହନୁମାନଙ୍କ ମନ୍ଦିରରେ ରଖିଦିଅନ୍ତୁ। ଏପରି କଲେ ଆପରଙ୍କର ମୃତ୍ୟୁ ସଙ୍କଟ ଟଳିବା ସହ ଅନେକ ସମସ୍ୟା ଦୂର ହେବ।

banayan

– ଯଦି କୌଣସି ବ୍ୟକ୍ତିଙ୍କ ଉପରେ ରାହୁ କିମ୍ବା କେତୁର ପ୍ରଭାବ ରହିଥାଏ। ଏଥିପାଇଁ ଆପଣଙ୍କର କୌଣସି କାମ ହେଉନାହିଁ। ତେବେ ପ୍ରତି ମଙ୍ଗଳବାର ଏବଂ ଶନିବାର ହୁନୁମାନ ମନ୍ଦିରରେ ବଜରଙ୍ଗ ବାଣ ପାଠ କରନ୍ତୁ। ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.