ଦିନ ତମାମ ଖୁସି ରହିବା ପାଇଁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହି ଟ୍ରିକ

ଆପଣଙ୍କ ମନ ଦିନସାରା କେମିତି ରହୁଛି ତାର ସିଧାସଳଖ ସମ୍ବନ୍ଧ ଆପଣଙ୍କ ଖାଦ୍ୟପେୟ ସହ ରହିଛି । ଯଦି ଆପଣ ସକାଳୁ ଉଠି ଭାବୁଛନ୍ତି କି ଆଜି ଦିନଟି କେମିତି କଟିବ ବୋଲି ତେବେ ଏହାର ଉତ୍ତର ଆପଣଙ୍କୁ ଘରେ ଗଛିତ ଥିବା ବା ଫ୍ରିଜରେ ଥିବା ଖାଦ୍ୟରୁ ହିଁ ମିଳିଯାଇ ପାରିବ । ଦିନ ସାରା ଯେମିତି ଚୟନ କରି ଖାଦ୍ୟ ଖାଇବେ ଆପଣଙ୍କ ମନ ମଧ୍ୟ ସେହିପରି ହିଁ ରହିବ । ମେଡିକାଲ ସାଇନ୍ସ ବି ଏହି କଥା ଉପରେ ସଂପୂର୍ଣରୂପେ ବିଶ୍ୱାସ କରେ । କେତେ ଗୁଡିଏ ରୋଗର କାରଣ ପଛରେ ମେଡିକାଲ ସାଇନ୍ସ ଆମ ଦୈନନ୍ଦିନର ଖାଦ୍ୟପେୟ ଅଭ୍ୟାସ ରହିଛି ବୋଲି ଜାଣିବାକୁ ପାଇଛନ୍ତି ।

ମଣିଷର ମାନସିକ ସ୍ତରକୁ ଏହି ଖାଦ୍ୟ ଗଭୀର ଭାବେ ପ୍ରଭାବ ପକାଇଥାଏ । ମାନସିକ ଭାବେ ନିଜକୁ ଉତ୍ଫୁଳିତ ରଖିବା ପାଇଁ ଯେଉଁ ଖାଦ୍ୟ ଖିଆଯାଇଥାଏ ତାକୁ ଇଂରାଜୀରେ ‘ହାପି ଡାଏଟ’ ବୋଲି କୁହାଯାଇଥାଏ ।

happy life

ମାନସିକ ରୋଗରୁ ରକ୍ଷା କରିଥାଏ ଏହି ଖାଦ୍ୟ:

କେତେକ ଡାକ୍ତରୀ ପରାମର୍ଶଦାତା ବା ଗବେଷକ ମାନେ ପରାମର୍ଶ ଦେଇଛନ୍ତିକି ହାପି ଡାଏଟ ଖାଇବା ଦ୍ୱାରା ଡିପ୍ରେସନ, ଆନଯାଇଟି, ପୋଷ୍ଟ ଟରମାଟିକ ସ୍ଟ୍ରେଶ ଡିସଡ଼ର ଭଳି ଗମ୍ଭୀର ମାନସିକ ରୋଗରୁ ମୁକ୍ତି ମିଳିଥାଏ । ଗୁଡ଼ଗାଁଓ ସ୍ଥିତ ଜଣେ ମାନସିକ ଡାକ୍ତର କହିଛନ୍ତି ଖରାପ ପୋଷଣ ଆପଣଙ୍କ ମାନସିକ ସ୍ଥିତିକୁ ବିଗାଡି ଦେଇଥାଏ । ଆଉଜଣେ ଗବେଷକ ଡ଼. ଏଲେକ୍ସଙ୍କ ଅନୁଯାୟୀ ଭୋଜନ ଖାଇବା ଖୁସିରେ ମସ୍ତିସ୍କରେ ଡୋପାମାଇନ ନାମକ ଏକ ହର୍ମୋନ କ୍ଷରଣ କରିଥାଏ । ଯାହାକି ଆମକୁ ଖୁସି ରହିବାରେ ବିଶେଷ ସହାୟକ ହୋଇଥାଏ ।

eating together

କାହାକୁ କୁହାଯାଏ ହାପି ଫୁଡ ବା ଖୁସି ରହିବା ଖାଦ୍ୟ:

ପୋଷଣ ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଭିଟାମିନ,ମିନେରାଲସ,ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିଥାଏ । ଏହା ବିଭିନ୍ନ ପ୍ରକାର ଚାପ ତଥା ଡିପ୍ରେସନ ପରି ସମସ୍ୟାରୁ ମୁକ୍ତି ଦେଇଥାଏ । ହାପି ଡାଏଟ ବନ୍ଧା କୋବି,ଫୁଲକୋବି,ପାଳଙ୍ଗ ପରି ସବୁଜ ପନିପରିବାରେ ଭରପୁର ମାତ୍ରାରେ ଥିବାବେଳେ ବ୍ରୋକୋଲି, ଛତୁ, ସିମଲା ଲଙ୍କା,ପିଆଜରେ ଥାଏ । ଏହି ଜାତୀୟ ଫଳ ମାନଙ୍କ ଭିତରେ ରହିଛି ସେଓ,ନାସପାତି, କମଳା । ଅମିଶାଷୀ ମାନେ ଅଣ୍ଡା,ମାଛ ,ଚିକେନ,ଚିଜ ଭଳି ଖାଦ୍ୟକୁ ମଧ୍ୟ ଗ୍ରହଣ କରିପାରିବେ । ଶୁଷ୍କ ଫଳ ଭିତରେ ଆପଣ ପେସ୍ତା, କାଜୁ , ଅଖରୋଟ ପରି ଖାଦ୍ୟକୁ ମଧ୍ୟ ଆପଣ ଖାଇପାରିବେ ।

happy

ଭୋଜନ ବେଳେ ଭଲ ସାଥି ମଧ୍ୟ ଜରୁରୀ ଅଟେ:

ଖାଦ୍ୟ ସହ ଖାଦ୍ୟ କିପରି ଖାଉଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଅର୍ଥାତ ଯିଏ ଆପଣଙ୍କ ପାଇଁ ଭୋଜନ ପରଷୁଛି, ଖାଦ୍ୟ ପରସୁଥିବା ଵାଲାର ମନ କେମିତି ରହିଥାଏ । ଯଦି କେହି ଚିଡିଚିଡା ସ୍ୱଭାବ ରଖି ଯଦି ଆପଣଙ୍କ ପାଇଁ ଖାଦ୍ୟ ରାନ୍ଧନ୍ତି ତେବେ ତାର କୁପ୍ରଭାବ ନିଶ୍ଚିତ ରୂପେ ଆପଣଙ୍କ ଖାଦ୍ୟ ଉପରେ ପଡିଥାଏ । ଯାହାର ଉପସ୍ଥିତି ଆପଣଙ୍କୁ ଭଲଲାଗୁଥିବ ତାର ଉପସ୍ଥିତିରେ ଭୋଜନ କରିବା ଶ୍ରେୟସ୍କର ଅଟେ ।

ଏହା ସହ ପଢନ୍ତୁ: ନିୟମିତ ସେବନ କରନ୍ତୁ ଏହି ପାନୀୟ, ୬୦ ବର୍ଷ ବୟସରେ ବି ଦେଖାଯିବେ ଯୁବା

ପୁରା ଧ୍ୟାନ ଭୋଜନ ଉପରେ ରହିବା ଉଚିତ:

ଭୋଜନ କରୁଥିବା ସମୟରେ ଆପଣଙ୍କ ପୁରା ଧ୍ୟାନ ଭୋଜନ ଉପରେ ହିଁ ରହିବା ଉଚିତ । ଟିଭି ଦେଖିବା, କମ୍ପୁଟର କରିବା, ଫୋନରେ କଥା ହେବା ପରି କାମ ଭୋଜନ ସମୟରେ ଜମା କରିବା ଉଚିତ ନୁହେଁ । ଲିଭରପୁର ବିଶ୍ବ ବିଦ୍ୟାଳୟର ଗବେଷକ ଡ଼. ଏରିକ ରବିସନଙ୍କ ଅନୁଯାୟୀ ଅନ୍ୟ କାର୍ଯ୍ୟ ଗୁଡିକ କରୁଥିବା ସମୟରେ ଭୋଜନ କଲେ ଏହାର ସିଧାସଳଖ ପ୍ରଭାବ ମଣିଷର ଏକାଗ୍ରତା ଉପରେ ପଡିଥାଏ । ଫଳରେ ସେ କଣ ଖାଉଛି,ଖାଦ୍ୟର ପ୍ରକୃତ ସ୍ୱାଦ କଣ ସେ ପ୍ରତି ତାର ନିଘା ନଥାଏ । ଖାଦ୍ୟ ଖାଉଥିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆମେ ଏକ ସୁସ୍ଥ ନିରାମୟ ଜୀବନ ଯେ ବିତେଇ ପାରିବା ସେଥିରେ କୌଣସି ସନ୍ଦେହ ନାହିଁ ।