ଆପଣ କରୁଛନ୍ତି କି ଆଇଲାସେସ୍ ଏକ୍ସଟେନସନ୍? ତେବେ ହୋଇପାରେ କ୍ଷତିକାରକ

ସୁନ୍ଦର ଦେଖାଯିବା ସହିତ ନିଜକୁ ଏକ ଅଲଗା ଲୁକ୍ ଦେବା ପାଇଁ ବର୍ତ୍ତମାନ ଯୁବପିଢ଼ି ‘ଆଇଲାସେସ୍ ଏକ୍ସଟେନସନ୍’ କରୁଛନ୍ତି। ଏହି ପ୍ରକ୍ରିୟାରେ ଆଖିପତାର କେଶକୁ ଲମ୍ୱା ଓ ଘନ କରାଯାଇଥାଏ। ଏହା ବ୍ୟତୀତ ମାର୍କେଟ୍ରେ ରେଡିମେଡ୍ ଆଇଲାଶେସ୍ ମଧ୍ୟ ଉପଲବ୍ଧ ହେଉଛି, ଯାହାକୁ ବ୍ୟବହାର କରିବା ପରେ ପିଙ୍ଗି ଦିଆଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆଇଲାସେସ୍ ଏକ୍ସଟେନସନ୍ କଲେ ଆପଣଙ୍କ ଆଖି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ ।

ପାର୍ଲର୍ କିମ୍ୱା ମେଡିକାଲ୍ ଆପଣ ଯେଉଁଠି ବି ଆଇଲାସେସ୍ ଏକ୍ସଟେନସନ୍ କରୁଛନ୍ତି, ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କ ଆଖିପତାର କେଶ କେବଳ ୬ ମାସ ପାଇଁ ବୃଦ୍ଧି ହୋଇଥାଏ। ଏହି ଏକ୍ସଟେନସନ୍ ପାଇଁ ୨ ଘଣ୍ଟା ସମୟ ଲାଗିଥାଏ। ଏହି ପ୍ରକ୍ରିୟାରେ ଆପଣଙ୍କ ଆଖିରେ କେମିକାଲ୍ ପ୍ରୟୋଗ କରାଯାଇଥାଏ ଏବଂ ସିନ୍ଥେଟିକ୍ କେଶକୁ ଲିକ୍ୱିଡ୍ ସାହାଯ୍ୟରେ ଆଇଲାସେସ୍ ସହିତ ଯୋଡ଼ା ଯାଇଥାଏ। ଯଦି ପରେ ଆପଣ ଭବିଷ୍ୟତରେ ଆଇଲାସେସ୍ ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରଫେସନାଲଙ୍କ ସାହାଯ୍ୟ ନେବାକୁ ପଡ଼ିବ।

ଏହାସହ ପଢନ୍ତୁ: ମେହେନ୍ଦିରେ ଏହି ଜିନିଷ ମିଶାଇ ଲଗାନ୍ତୁ, କେବେ ବି ଧଳା ହେବନି କେଶ

ସେହିପରି ମାର୍କେଟ୍ ରେ ମିଳୁଥିବା ଆଇଲାସେସ୍ ଲଗାଇବା ପାଇଁ ଅଠାର ବ୍ୟବହାର କରାଯାଇଥାଏ। ଏଥିପାଇଁ ଆପଣଙ୍କ ଆଖି କୁଣ୍ଡେଇ ହେବା ଓ ପୋଡ଼ିବା ପରି ସମସ୍ୟା ଉପୁଜିଥାଏ। ଏହିକାରଣରୁ ଆଖିରେ ଏହିପରି କୌଣସି ଜିନିଷ ଲଗାଇବା ପୂର୍ବରୁ ଏହାର ଲାଭ ଓ କ୍ଷତି ବିଷୟରେ ଜାଣି ନିଅନ୍ତୁ। ନଚେତ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ଉପୁଜିଥାଏ।

KNews Bureau

Recent Posts

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

14 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

26 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

36 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

10 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

10 hours ago